Bullet Train / ଭାରତରେ କେବେ ଗଡ଼ିବ ବୁଲେଟ୍ ଟ୍ରେନ୍, ରେଳମନ୍ତ୍ରୀ ଦେଲେ ବଡ଼ ଅପଡେଟ୍...

Key Points
ବୁଲେଟ୍ ଟ୍ରେନକୁ ନେଇ ବଡ଼ ଅପଡେଟ୍ ଦେଲେ କେନ୍ଦ୍ର ରେଳମନ୍ତ୍ରୀ । ଘଣ୍ଟାପ୍ରତି ୩୨୦ କିମି ବେଗରେ ଗଡ଼ିବ ବୁଲେଟ୍ ଟ୍ରେନ୍ ।
ବୁଲେଟ୍ ଟ୍ରେନକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭାରତରେ କେବେ ବୁଲେଟ୍ ଟ୍ରେନ୍ ଚାଲିବ ସେନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଶନିବାର ସେ ଘୋଷଣା କରିଛନ୍ତି ଭାରତର ପ୍ରଥମ ହାଇସ୍ପିଡ୍ ରେଳ କରିଡରର ୫୦ କିଲୋମିଟରର ଏକ ଲମ୍ବା ଅଂଶ ୨୦୨୭ରେ ଖୋଲିବ । ଯାହା ଗୁଜୁରାଟର ସୁରଟ ଏବଂ ବିଲିମୋରା ମଧ୍ୟରେ ଅବସ୍ଥିତ । ସେ ଆହୁରି କହିଛନ୍ତି ଯେ, ୨୦୨୯ ମସିହା ସୁଦ୍ଧା ଅହମ୍ମଦାବାଦରୁ ମୁମ୍ବାଇ ସେକ୍ସନ ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ କାର୍ଯ୍ୟକ୍ଷମ ହେବ ।
ରେଳମନ୍ତ୍ରୀ କହିଛନ୍ତି ଯେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ, ବୁଲେଟ୍ ଟ୍ରେନରେ ମାତ୍ର ଦୁଇ ଘଣ୍ଟା ସାତ ମିନିଟରେ ମୁମ୍ବାଇରୁ ଅହମ୍ମଦାବାଦରେ ପହଞ୍ଚିପାରିବେ । ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ବହୁତ ଭଲ ଭାବରେ ଅଗ୍ରଗତି କରୁଛି । ସେ ସୁରଟ ରେଳ ଷ୍ଟେସନର ଏକ ନିରୀକ୍ଷଣ ସମୟରେ ଏହି ଘୋଷଣା କରିଥିଲେ । ସେ ଷ୍ଟେସନ କାର୍ଯ୍ୟ ସହିତ ଷ୍ଟେସନ ନିର୍ମାଣ, ଟ୍ରାକ୍ ପ୍ରସ୍ତୁତି ଏବଂ ବିଭିନ୍ନ କାର୍ଯ୍ୟ ଯାଞ୍ଚ କରିଥିଲେ । ୨୦୧୯ ସୁଦ୍ଧା ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ୍ ଚାଲିବ ବୋଲି ରେଳମନ୍ତ୍ରୀ କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ପ୍ରକଳ୍ପର ପ୍ରଥମ ୫୦ କିଲୋମିଟର ଅଂଶ ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ସେହିପରି ୨୦୨୮ ସୁଦ୍ଧା ଥାଣେ-ଅହମ୍ମଦାବାଦ ସେକ୍ସନ କାର୍ଯ୍ୟକ୍ଷମ ହେବ । ୨୦୨୯ ସୁଦ୍ଧା ସମ୍ପୂର୍ଣ୍ଣ ମୁମ୍ବାଇ-ଅହମ୍ମଦାବାଦ ସେକ୍ସନ କାର୍ଯ୍ୟକ୍ଷମ ହେବ । ଏହି ବୁଲେଟ୍ ଟ୍ରେନର ଗତି ମୁଖ୍ୟ ଲାଇନରେ ଘଣ୍ଟାପ୍ରତି ୩୨୦ କିଲୋମିଟର ରହିଥିବାବେଳେ ଲୁପ୍ ଲାଇନ୍ ଗତି ଘଣ୍ଟାପ୍ରତି ୮୦ କିଲୋମିଟର ରହିବ ।
📱 Get Argus News App
✨ଅଧିକ ପଢ଼ନ୍ତୁ: ଜଙ୍ଗଲରୁ ପରିତ୍ୟକ୍ତ ଅବସ୍ଥାରେ ଶିଶୁ ଉଦ୍ଧାର ଘଟଣା: ମା'ହିଁ ଫୋପାଡ଼ିଥିଲା ନିଜ ଛୁଆ
ରେଳମନ୍ତ୍ରୀ କହିଛନ୍ତି ଯେ ସୁରକ୍ଷିତ ଏବଂ ଦକ୍ଷ ଟ୍ରେନ ଚଳାଚଳ ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି। ସେହିପରି ଏଠାରେ ଅନେକ ଭାଇବ୍ରେଟ୍ ସିଷ୍ଟମ୍ ମଧ୍ୟ ସ୍ଥାପନ କରାଯାଇଛି। ଯେତେବେଳେ ଟ୍ରେନ ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗରେ ଯିବ ୟୁଟିଲିଟି କେବୁଲ୍ ଭାଇବ୍ରେଟକୁ କମ କରିଦେବ । ଯାହାଦ୍ବାରା ଟ୍ରେନ୍ ସ୍ମୁଥରେ ଚାଲିପାରିବ ।
ସେହିପରି ଯେକୌଣସି କମ୍ପନକୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାକ ମଧ୍ୟରେ ଅନେକ ସିଷ୍ଟମ ବିକଶିତ କରାଯାଇଛି । ଯାହାଦ୍ବାରା ଟ୍ରେନଟି ପ୍ରବଳ ପବନ କିମ୍ବା ହଠାତ୍ ଭୂମିକମ୍ପ ସମୟରେ ମଧ୍ୟ ସମ୍ପୂର୍ଣ୍ଣ ସ୍ଥିର ରହିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।
Related Topics
Explore more stories