ଜାପାନକୁ ପଛରେ ପକାଇ ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ହେଲା ଭାରତ

Key Points
- ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ହେଲା ଭାରତ
- ସୁପର ପାଓ୍ବାର ଋଷିଆ-ଜାପାନକୁ ପଛରେ ପକାଇଲା
- ମୋଦି ପାୱାରରେ ପାୱାରଫୁଲ୍ ହେଉଛି ଭାରତ
- ଏସିଆ ପାୱାର ଇଣ୍ଡେକ୍ସର ରିପୋର୍ଟ
ଅର୍ଗସ ବ୍ୟୁରୋ : ଏସିଆ ମହାଦେଶରେ ବଢିଲା ଭାରତର ଦବଦବା । ଜାପାନକୁ ପଛରେ ପକାଇଲା ଭାରତ। ଏସିଆରେ ତୃତୀୟ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେଲା ଭାରତ। ଏସିଆ ପାୱାର ଇଣ୍ଡେକ୍ସ ଅନୁସାରେ ଭାରତ ଏସିଆର ତୃତୀୟ ସ୍ଥାନରେ ପହଞ୍ଚିଛି। ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ଅର୍ଥବ୍ୟବସ୍ଥାରର ସମ୍ପ୍ରସାରଣ ଯୋଗୁଁ ଭାରତର ସ୍ଥିତିରେ ସୁଧାର ଆସିଥିବାର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଭାରତର ଏହି ଅଭିବୃଦ୍ଧି ବିଶ୍ବରେ ଭାରତର ବଢୁଥିବା ବିଶ୍ୱସନୀୟତାକୁ ମଧ୍ୟ ଦର୍ଶାଉଛି।ଏବଂ ଦେଶର ଏହି ଶକ୍ତି ବୃଦ୍ଧି ପଛରେ ରହିଛି ମୋଦିଙ୍କ ବଳିଷ୍ଠ ନେତୃତ୍ବ ।
ଅଧିକ ପଢନ୍ତୁ : ଗ୍ଲୋବାଲ ଆଣ୍ଟି କରପ୍ସନ କମ୍ୟୁନିଟିରେ ସ୍ଥାନ ପାଇଲା ଭାରତ
୨୦୧୮ରୁ ଏସିଆ ପାୱାର ଇଣ୍ଡେକ୍ସର ମୂଲ୍ୟାଙ୍କନ କରୁଛି। ୨୦୨୪ର ଏହି ରିପୋର୍ଟ ଅନୁସାରେ ଭାରତ ୩୯.୧ ପଏଣ୍ଟ ହାସଲ କରିବା ସହିତ ଜାପାନକୁ ପଛରେ ପକାଇଛି। ଜାପାନକୁ ୩୮.୯ ପଏଣ୍ଟ ମିଳିଛି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବାର୍ଷିକ ଭିତ୍ତିରେ ଶକ୍ତିଶାଳୀ ଦେଶମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଏ। ଏଥିରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ୨୭ଟି ଦେଶର ସ୍ଥିତିର ମୂଲ୍ୟାଙ୍କନ କରାଯାଇଥାଏ। ତେବେ ଚଳିତ ବର୍ଷ ଏହି ତାଲିକାରେ ଆମେରିକା ୮୧.୭ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛି ଚୀନ
ଏସିଆ ପାୱାର ଇଣ୍ଡେକ୍ସରେ ଭାରତର କୂଟନୈତିକ ପ୍ରଭାବ ମଧ୍ୟ ବୃଦ୍ଧି ପାଇଛି | 2023 ମସିହାରେ, ଏସିଆ ପାୱାର ଇଣ୍ଡେକ୍ସରେ ଅନ୍ତର୍ଭୁକ୍ତ ଦେଶମାନଙ୍କ ସହିତ ଷଷ୍ଠ ସର୍ବାଧିକ ଆଲୋଚନା କରି ଭାରତର କୂଟନୈତିକତିକ ପ୍ରଭାବ ବୃଦ୍ଧି ପାଇଥିଲା | ଏହି ଉପଲବଧୀ ଭାରତକୁ ଜାପାନକୁ ଅତିକ୍ରମ କରିବାରେ ସାହାଯ୍ୟ କଲା, ଏସିଆ ପାୱାର ଇଣ୍ଡେକ୍ସରେ ଅନ୍ତର୍ଭୁକ୍ତ ଦେଶଗୁଡିକରେ ଦେଖାଯାଇଥାଏ ଯେ, କେଉଁ ଦେଶ ନିଜର ବାହ୍ୟ ବିପଦକୁ ରୋକିବା ପାଇଁ କେତେ ସମର୍ଥ। ତେବେ ଏସିଆ ପାୱାର ଇଣ୍ଡେକ୍ସରେ ସମୁଦାୟ ୨୭ଟି ଦେଶକୁ ନେଇ ମୂଲ୍ୟାଙ୍କନ କରାଯାଇଥିଲା। ଯାହା ପରେ ଏହି ରିପୋର୍ଟ ପ୍ରକାଶ ପାଇଛି।