Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Notam / ଭାରତ ଜାରି କଲା ନୋଟାମ୍‌, ତିନି ଦିନ ଉଡିବନି ବିମାନ...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଭାରତ ଜାରି କଲା ନୋଟାମ୍‌, ତିନି ଦିନ ଉଡିବନି ବିମାନ...

Key Points

ବଙ୍ଗୋପସାଗରରେ ହେବ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ
୩ ଦିନ ଯାଏଁ ଉଡିବନି କିଛି ବିମାନ
୩ ଦିନ ବନ୍ଦ ରହିବ ବିମାନ ଚଳାଚଳ। ଉଡିବନି କୌଣସି ବି ବିମାନ। ସତର୍କ ସୂଚନା ବା ନୋଟାମ୍‌ ଜାରି ହୋଇଛି। ବଙ୍ଗୋପସାଗରରେ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ କରିବ ଭାରତ । ଯାହା ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ହେବାକୁ ଯାଉଛି । ଯେଉଁଥିପାଇଁ ସମୁଦ୍ରର କିଛି ଅଞ୍ଚଳରେ ସତର୍କ ସୂଚନା ବା ନୋଟାମ୍ ଜାରି କରାଯାଇଛି । ଡିସେମ୍ବର ୬ରୁ ୮ ମଧ୍ୟରେ ଏହି ପରୀକ୍ଷଣ ହେବ ବୋଲି ଆଶା କରାଯାଉଛି ।

କିଛିଦିନ ପୂର୍ବରୁ ନଭେମ୍ବର ୧୩ରୁ ୧୭ ମଧ୍ୟରେ ଆରବ ସାଗରର କିଛି ଅଞ୍ଚଳରେ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା । ଅନେକ ବିମାନର ରୁଟରେ ପରିବର୍ତ୍ତନ ହୋଇଥିଲା । ମୁମ୍ବାଇରୁ ଉଡୁଥିବା ଅନେକ ବିମାନ ନିଜ ରୁଟରେ ପରିବର୍ତ୍ତନ କରିଥିଲେ । ଅକ୍ଟୋବର ୩୦ ଏବଂ ନଭେମ୍ବର ୧୦ରେ ମଧ୍ୟ ଅପେରସନ ତ୍ରିଶୂଳ ପାଇଁ କିଛି ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ ପଲାଶ ମୁଚ୍ଛାଲ ? ଭାଇରାଲ ହେଉଛି ସ୍କ୍ରିନ୍‌ସଟ୍‌...

ରିପୋର୍ଟ ଅନୁସାରେ, ଯେଉଁଦିନ ମିସାଇଲ ପରୀକ୍ଷଣ ହେବ ସେଦିନ ପ୍ରାୟ ୧୪୮୦ ବର୍ଗ କିଲୋମିଟର ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯିବ । ଏହି ସମୟସୀମା ଡିସେମ୍ବର ୬ ଦିନ ୧୨ଟା ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୮ ତାରିଖ ଦିନ ୩ଟା ୩୦ ଯାଏଁ ଧାର୍ଯ୍ୟ କରାଯାଇଛି । ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ଯେ, ''ପାଇଲଟ ଏବଂ ଏୟାରଲାଇନ ବିଭିନ୍ନ ରୁଟକୁ ପରିବର୍ତ୍ତନ କରିପାରନ୍ତି । ସାଟେଲାଇଟ୍ ବେସଡ୍ ନାଭିଗେସନ ସିଷ୍ଟମ ଅନୁସାରେ ସେମାନେ ବିମାନର ଦିଗ ବଦଳାଇପାରିବେ। ପୂର୍ବରୁ ହୋଇଥିବା ଅପେସରନ ତ୍ରିଶୂଳରେ ସମୁଦ୍ରପତ୍ତନରୁ ପ୍ରାୟ ୨୮ ହଜାର ଫୁଟ ଉଚ୍ଚତାର ଅଞ୍ଚଳକୁ ଭାରତ ରିଜର୍ଭ କରିଦେଇଥିଲା । ଯାହା ସାର୍ କ୍ରିକ୍ ଅଞ୍ଚଳ ନିକଟରେ ଥିଲା । ତେବେ ଏହି ଅଞ୍ଚଳ ଦୀର୍ଘ ଦିନ ହେବ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମା ବିବାଦ ସୃଷ୍ଟି କରି ଆସିଛି । ଯାହାକୁ ଦୃଷ୍ଟିରେ ରଖି ବିମାନ ଉଡାଣ ଉପରେ ରୋକ ଲଗାଯାଇଛି।''

ନୋଟାମ୍ କ'ଣ ?


ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବାନୁସାରେ ନୋଟାମ୍ ହେଉଛି ଏକ ସୂଚନା ବା ନୋଟିସ । ଯେଉଁଥିରେ ଟେଲି ଯୋଗାଯୋଗ ବାବଦରେ ତଥ୍ୟ ରହିଥାଏ । ବିଭିନ୍ନ ଆକାଶମାର୍ଗରେ ଚଳାଚଳ କରୁଥିବା ବିମାନ ଏବଂ ଏୟାରଲାଇନ୍ସ ପାଇଁ ସମ୍ଭାବ୍ୟ ସତର୍କ ସୂଚନା ରୂପରେ ଏହାର ବ୍ୟବହାର କରାଯାଏ । ଅନ୍ୟପକ୍ଷରେ ସେହି ଦିନ ଯେଉଁ ସମସ୍ତ ବିମାନକୁ ବନ୍ଦ କରାଯାଇଛି, ତେବେ ତାର ଉଡାଣ ଅନ୍ୟ କୌଣସି ରୁଟରେ ଯିବା ପାଇଁ ଏପର୍ଯ୍ୟନ୍ତ ସୂଚନା ଦିଆଯାଇନଥିବା ସୂଚନା ରହିଛି। ତେବେ ଭାରତ ଏକ ବଡ଼ ମିସାଇଲ ପରୀକ୍ଷଣ କରିବାକୁ ଯାଉଥିବାବେଳେ ଦେଶବାସୀ ଖୁସି ଥିବା ବ୍ୟକ୍ତ କରୁଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Notam | India issues NOTAM over Bay of Bengal for likely missile test | Argus News | Argus News