Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଏବେ ସବୁ ହେବ ଅଟୋମେଟିକ୍...ଗାଡ଼ି ନ ଅଟକି କଟିବ ଟୋଲ୍‌

National

MLFF Toll System / ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଏବେ ସବୁ ହେବ ଅଟୋମେଟିକ୍...ଗାଡ଼ି ନ ଅଟକି କଟିବ ଟୋଲ୍‌

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଏବେ ସବୁ ହେବ ଅଟୋମେଟିକ୍...ଗାଡ଼ି ନ ଅଟକି କଟିବ ଟୋଲ୍‌
MLFF System

Key Points

ହାଇୱେ ଯାତ୍ରା ହେବ ସହଜ
ଲାଗୁ ହେଲା ନୂଆ ଟେକ୍ନୋଲୋଜି
ଗାଡି ନ ଅଟକି କଟିବ ଟୋଲ୍
ଭାରତର ଜାତୀୟ ରାଜପଥରେ ଆଉ ଦେଖିବାକୁ ମିଳିବନି ଲମ୍ବା ଭିଡ଼ । ଟୋଲଗେଟ୍‌ରେ ଟୋଲ୍‌ ଦେବା ପାଇଁ ବି ଆଉ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବନି । ଟେକ୍ନୋଲୋଜି ମାଧ୍ୟମରେ ଏବେ ଗାଡ଼ି ନ ଅଟକି କଟିବ ଟୋଲ । ଦେଶର ହାଇୱେ ବ୍ୟବସ୍ଥାକୁ ଆଉ ଆଧୁନିକ କରିବା ପାଇଁ ଭାରତ ନେଇଛି ଏକ ବଡ଼ ଡିଜିଟାଲ୍ ପଦକ୍ଷେପ । ଆରମ୍ଭ ହୋଇଛି ମଲ୍ଟି-ଲେନ୍ ଫ୍ରି ଫ୍ଲୋ (MLFF) ବ୍ୟାରିୟର-ଲେସ୍ ଟୋଲିଂ ସିଷ୍ଟମ୍ ।

ଭାରତ ଆଧୁନିକ ରାଜପଥ ଭିତ୍ତିଭୂମି ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି । ଦେଶର ପ୍ରଥମ ମଲ୍ଟି-ଲେନ୍ ଫ୍ରି ଫ୍ଲୋ (MLFF) ବାରିଅର-ଲେସ୍ ଟୋଲିଂ ସିଷ୍ଟମ୍ ଆରମ୍ଭ ହୋଇଛି । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ।



ସେ ଲେଖିଛନ୍ତି, "ଦେଶକୁ ଘୋଷଣା କରି ବହୁତ ଖୁସି ହେଉଛି ଯେ ଭାରତର ପ୍ରଥମ ମଲ୍ଟି-ଲେନ୍ ଫ୍ରି ଫ୍ଲୋ (MLFF) ବାରିଅର-ଲେସ୍ ଟୋଲିଂ ସିଷ୍ଟମ୍ ଆରମ୍ଭ ହୋଇଛି । ଏହା ଗୁଜୁରାଟର NH-48 ର ସୁରତ-ଭରୁଚ ସେକ୍ସନରେ ଚୋରିଆସି ଟୋଲ୍ ପ୍ଲାଜାରେ ଆରମ୍ଭ ହୋଇଛି ।" କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଏହି ଉନ୍ନତ ସିଷ୍ଟମରେ ଗାଡିଗୁଡ଼ିକୁ ନ ଅଟକି ଟୋଲ୍ ଦେଇପାରିବେ । ଏଥିରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ (ANPR) ଏବଂ FASTag ଭଳି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି ।
ଚୋରିଆସି ଟୋଲ୍ ପ୍ଲାଜାରେ ଆରମ୍ଭ ହୋଇଥିବା MLFF ସିଷ୍ଟମ୍ ସ୍ୱୟଂଚାଳିତ ଭାବରେ କାର୍ଯ୍ୟ କରିବ । ଏହା ଯାନଗୁଡ଼ିକୁ ଚିହ୍ନଟ କରିବ ଏବଂ ରିୟଲ ଟାଇମ୍‌ରେ ଟୋଲ୍ ଚାର୍ଜ ସଂଗ୍ରହ କରିବ । ପାରମ୍ପରିକ ଟୋଲ୍ ପ୍ଲାଜାଗୁଡ଼ିକ ପ୍ରାୟତଃ ଯାନବାହନର ଲମ୍ବା ଧାଡ଼ି ସୃଷ୍ଟି କରେ ଏବଂ ଟୋଲ୍ ସଂଗ୍ରହ ଧୀର ହୋଇଥାଏ । ମଲ୍ଟି-ଲେନ୍ ଫ୍ରି-ଫ୍ଲୋ ବାରିଅର-ଲେସ୍ ଟୋଲିଂ ସିଷ୍ଟମ୍‌ରେ ଟୋଲ୍‌ ପ୍ରକ୍ରିୟା ସମାପ୍ତ କରିବା ପାଇଁ ଉନ୍ନତ ସେନ୍‌ସର ଏବଂ କ୍ୟାମେରା ବ୍ୟବହାର କରାଯାଇଛି ।

ଏହି ସିଷ୍ଟମ୍‌ ଯାନବାହାନକୁ ସ୍କାନ କରେ ଏବଂ ଟୋଲ୍ ସଂଗ୍ରହ କରେ । ସମଗ୍ର ସିଷ୍ଟମରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (RFID) ଏବଂ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟକରଣକୁ ମିଶ୍ରଣ କରାଯାଇଛି । ଏହି ସିଷ୍ଟମରେ ଥିବା ସେନ୍ସରଗୁଡ଼ିକ ଯାତାୟାତ କରୁଥିବା ଯାନଗୁଡ଼ିକର ଫାଷ୍ଟାଗ୍ ଷ୍ଟିକରକୁ ସ୍କାନ କରେ ଏବଂ ସେହି ଫାଷ୍ଟାଗ୍ ସହିତ ଲିଙ୍କ୍ ହୋଇଥିବା ଆକାଉଣ୍ଟରୁ ଟୋଲ୍ ରାଶି କାଟିଥାଏ ।

FASTag ନଥିବା ଯାନଗୁଡ଼ିକ ପାଇଁ ମଧ୍ୟ ଏକ ବ୍ୟବସ୍ଥା ଉପଲବ୍ଧ । ଏକ ହାଇ-ରିଜୋଲ୍ୟୁସନ୍ କ୍ୟାମେରା ଯାନର ନମ୍ବର ପ୍ଲେଟ୍ ସ୍କାନ କରିବ, ବିବରଣୀ ବାହାର କରିବ ଏବଂ ତା’ପରେ ଏକ ଡିଜିଟାଲ୍ ଇନଭଏସ୍ ଜାରି କରିବ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସମୟରେ ସେନ୍ସର ଏବଂ କ୍ୟାମେରା ଦ୍ୱାରା କଏଦ ହୋଇଥିବା ତଥ୍ୟ ଏକ କେନ୍ଦ୍ରୀୟ ପ୍ରକ୍ରିୟାକରଣ ସିଷ୍ଟମକୁ ପଠାଯିବ । ଏହି ସିଷ୍ଟମ ଯାନର ପରିଚୟ ଯାଞ୍ଚ କରିବ, ଟୋଲ୍ ଗଣନା କରିବ ଏବଂ କିଛି ସେକେଣ୍ଡ ମଧ୍ୟରେ କାରବାର ସମାପ୍ତ କରିବ ।

ନୀତିନ ଗଡକରୀ ଲେଖିଛନ୍ତି, "MLFF ର ଶୁଭାରମ୍ଭ ଟୋଲିଂ ସିଷ୍ଟମକୁ ଡିଜିଟାଇଜ୍ କରିବା ଏବଂ ଜାତୀୟ ରାଜପଥ ଭିତ୍ତିଭୂମିକୁ ବିଶ୍ୱ ମାନଦଣ୍ଡ ଅନୁଯାୟୀ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ସିଷ୍ଟମ ଯାତ୍ରା ସମୟ ହ୍ରାସ କରିବ, ଭିଡ଼ ହ୍ରାସ କରିବ, ଇନ୍ଧନ ସଞ୍ଚୟ କରିବ, ଯାନ ନିର୍ଗମନ ହ୍ରାସ କରିବ ଏବଂ ଟୋଲ୍ କାର୍ଯ୍ୟରେ ମାନବ ହସ୍ତକ୍ଷେପକୁ କମ କରିବ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Launches MLFF Toll System: No More Stopping at Toll Plazas | Argus News