Heavy Rainfall in India / ଦେଶରେ ମୌସୁମୀର ତାଣ୍ଡବ ! ୬୦ରୁ ଅଧିକ ମୃତ, ଦିଲ୍ଲୀରେ ରେଡ୍ ଆଲର୍ଟ
·1 hour ago·2 min read

Key Points
ଦେଶରେ ମୌସୁମୀର ତାଣ୍ଡବ
ବର୍ଷା ଓ ବନ୍ୟା ଜନିତ ଦୁର୍ଘଟଣାରେ ୬୦ରୁ ଅଧିକ ମୃତ
ରାଜଧାନୀ ଦିଲ୍ଲୀ ପାଇଁ ରେଡ୍ ଆଲର୍ଟ ଜାରି

ଦେଶରେ ମୌସୁମୀର ତାଣ୍ଡବ । ବର୍ଷା ଓ ବନ୍ୟା ଜନିତ ଦୁର୍ଘଟଣାରେ ସାରା ଦେଶରେ ୬୦ରୁ ଅଧିକ ମୃତ ହୋଇଥିବା ସୂଚନା । ରାଜଧାନୀ ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସମଗ୍ର ଦେଶରେ ସକ୍ରିୟ ମୌସୁମୀ ବାୟୁ ଯୋଗୁଁ ପ୍ରବଳ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା, ବନ୍ୟା, ଭୂ-ସ୍ଖଳନ ଏବଂ କୋଠା ଭାଙ୍ଗିବା ଭଳି ବିପର୍ଯ୍ୟୟରେ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।
ଅଧିକ ପଢ଼ନ୍ତୁ: ଅଧିକ ମୋବାଇଲ୍ ବ୍ୟବହାର କେବଳ ଆଖି କିମ୍ବା ନିଦ ଉପରେ ନୁହେଁ ବରଂ ମେରୁଦଣ୍ଡ ଉପରେ ପକାଉଛି ପ୍ରଭାବ
ଅନ୍ୟପଟେ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜଧାନୀ ଦିଲ୍ଲୀ ଓ NCR ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ରାଜଧାନୀ ଦିଲ୍ଲୀରେ ଗତ ରାତିରୁ ଜାରି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ସକାଳୁ ସକାଳୁ ସ୍ଥିତି ଗମ୍ଭୀର ହୋଇପଡ଼ିଛି । ସହରର ପ୍ରମୁଖ ରାସ୍ତା, ଅଣ୍ଡରପାସ୍ ଏବଂ ତଳିଆ ଅଞ୍ଚଳଗୁଡ଼ିକ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିବା କାରଣରୁ ଯାନବାହନ ଚଳାଚଳ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି ଏବଂ ବିଭିନ୍ନ ସ୍ଥାନରେ କିଲୋମିଟର ବ୍ୟାପୀ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି । କେତେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ଠପ୍ ହୋଇଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସମେତ ଗାଜିଆବାଦ ଓ ନୋଏଡାର ସମସ୍ତ ସ୍କୁଲକୁ ପ୍ରଶାସନ ପକ୍ଷରୁ ବନ୍ଦ ଘୋଷଣା କରାଯାଇଛି ।
ସେହିପରି ମହାରାଷ୍ଟ୍ର ଓ ଗୁଜରାଟ, ଏହି ଦୁଇ ରାଜ୍ୟରେ ବର୍ଷା ସବୁଠାରୁ ଅଧିକ ତାଣ୍ଡବ ରଚିଛି । ଗୁଜରାଟର ସୁରଟରେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ମହାରାଷ୍ଟ୍ରର ପିମ୍ପରି ଚିଞ୍ଚୱାଡ୍ରେ ଏକ ବର୍ଜ୍ୟବସ୍ତୁ ପାହାଡ଼ ଧସିଯିବା ଫଳରେ ଅନେକ ଲୋକ ଆହତ ଓ ନିଖୋଜ ଥିବା ସୂଚନା ମିଳିଛି । ସେହି ପରି ପାଲଘର ଜିଲ୍ଲାରେ ମଧ୍ୟ ବର୍ଷା ଜନିତ ଦୁର୍ଘଟଣାରେ ୧୦ ଜଣଙ୍କ ଜୀବନ ଅକଳରେ ଚାଲି ଯାଇଛି । କେରଳରମର ୱାୟନାଡ୍ ଅଞ୍ଚଳରେ ପୁଣିଥରେ ଭୂ-ସ୍ଖଳନ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉତ୍ତରାଖଣ୍ଡ ଓ ହିମାଚଳର ପାର୍ବତ୍ୟ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁଁ ହଠାତ୍ ବନ୍ୟା ଆସିଛି, ଯାହାଫଳରେ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories