Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

VIP Number Plate / HR 88 B 8888 ଭାରତର ସବୁଠୁ ଦାମୀ କାର୍; ରେଜିଷ୍ଟ୍ରେସନ୍ ନମ୍ବର ପାଇଁ ଦେଲେ କୋଟିଏ ୧୭ ଲକ୍ଷ

Sushanta Sahoo
Browse all articles by Sushanta Sahoo
·7 months ago·2 min read
HR 88 B 8888 ଭାରତର ସବୁଠୁ ଦାମୀ କାର୍; ରେଜିଷ୍ଟ୍ରେସନ୍ ନମ୍ବର ପାଇଁ ଦେଲେ କୋଟିଏ ୧୭ ଲକ୍ଷ

Key Points

ଶୁକ୍ରବାର ସନ୍ଧ୍ୟା ୫ଟାରୁ ସୋମବାର ସକାଳ ୯ଟା ପର୍ଯ୍ୟନ୍ତ ଚାଲିଥିଲା ବିଡିଂ । ଆଉ ଏହି ଫ୍ୟାନ୍ସି ନମ୍ବର ପାଇଁ ଲୋକେ ବେଶ ଆଗ୍ରହ ପ୍ରକାଶ କରିଥିଲେ । ଆଉ ବୁଧବାର ସନ୍ଧ୍ୟା ୫ଟାରେ ରେଜଲ୍ଟ ଆସିଛି ।
ନୂଆଦିଲ୍ଲୀ: ଭାରତର ସବୁଠୁ ଦାମୀ କାର । ୧ କୋଟି ୧୭ ଲକ୍ଷରେ ହୋଇଛି ନିଲାମ । ଗାଡ଼ି ରେଜିଷ୍ଟ୍ରେସନ୍ ନମ୍ବର HR 88 B 8888 ହେଉଛି ଦେଶର ସବୁଠୁ ଦାମୀ ନମ୍ବର ପ୍ଲେଟ୍ । ବୁଧବାର ଏହି ଫ୍ୟାନ୍ସିଂ ନମ୍ବର ପ୍ଲେଟ ହରିୟାଣାରେ ନିଲାମ ହୋଇଛି ।

ଏହି VIP ଅଥବା ଫ୍ୟାନ୍ସିଂ ନମ୍ବର ପ୍ଲେଟ୍ ପାଇଁ ହରିୟାଣା ଅକ୍ସନ୍ କରିଥିଲା । ଶୁକ୍ରବାର ସନ୍ଧ୍ୟା ୫ଟାରୁ ସୋମବାର ସକାଳ ୯ଟା ପର୍ଯ୍ୟନ୍ତ ଚାଲିଥିଲା ବିଡିଂ । ଆଉ ଏହି ଫ୍ୟାନ୍ସି ନମ୍ବର ପାଇଁ ଲୋକେ ବେଶ ଆଗ୍ରହ ପ୍ରକାଶ କରିଥିଲେ । ଆଉ ବୁଧବାର ସନ୍ଧ୍ୟା ୫ଟାରେ ରେଜଲ୍ଟ ଆସିଛି ।

ଏଥିସହ ପଢ଼ନ୍ତୁ: ବକେୟାକୁ ବଳିଗଲା ସୁଧ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ପତ୍ତି ଜବତ ପାଇଁ କୋର୍ଟରୁ ଆସିଲା ୱାରେଣ୍ଟ

ଏହି ଫ୍ୟାନ୍ସି ନମ୍ବର ପାଇଁ ଆସିଥିଲା ସର୍ବାଧିକ ୪୫ଟି ଆବେଦନ । HR 88 B 8888 ନମ୍ବର ପାଇଁ ହରିୟାଣା ପରିବହନ ବିଭାଗ ୫୦ ହଜାର ଟଙ୍କା ପ୍ରାରମ୍ଭିକ ମୂଲ୍ୟ ରଖିଥିଲା । କିନ୍ତୁ ବିଡିଂ ଶେଷ ବେଳକୁ ଏହାର ମୂଲ୍ୟ ବୃଦ୍ଧି ପାଇ ୫୦ ହଜାରରୁ କୋଟିଏ ୧୭ ଲକ୍ଷରେ ପହଞ୍ଚି ନିଲାମ ହୋଇଛି ।

ବୁଧବାର ମଧ୍ୟାହ୍ନ ୧୨ଟା ବେଳକୁ ଏହି ନମ୍ବର ପାଇଁ ବିଡିଂ ୮୮ ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ସେହିଭଳି ଗତ ସପ୍ତାହରେ HR 22 W 2222 ନମ୍ବର ପ୍ଲେଟ୍‌ଟି ୩୭ ଲକ୍ଷ ୯୧ ହଜାର ଟଙ୍କାରେ ନିଲାମ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ଶିବକୁମାର ହେବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ? ବିବାଦ ଭିତରେ ବଡ଼ କଥା କହିଦେଲେ ଖଡ଼ଗେ...

ଏହା ପୂର୍ବରୁ ଗତ ଏପ୍ରିଲ୍‌ରେ କେରଳରେ ଏଭଳି ଦେଖିବାକୁ ମିଳିଥିଲା । ବେଣୁ ଗୋପାଳକ୍ରିଷ୍ଣନ ନାମକ ଟେକ୍ କୋଟିପତି ତାଙ୍କ ଲାମ୍ବୋରଗିନି ପାଇଁ ଭିଆଇପି ନମ୍ବର ପ୍ଲେଟ୍ ନେଇଥିଲେ । KL 07 DG 0007 ନମ୍ବର ପ୍ଲେଟ୍ ପାଇଁ ଖର୍ଚ୍ଚ କରିଥିଲେ ୪୫ ଲକ୍ଷ ୯୯ ହଜାର ଟଙ୍କା । ଯେତେବେଳେ କି ଏହି ନମ୍ବର ପ୍ଲେଟ ନିଲାମ ପାଇଁ ପ୍ରାରମ୍ଭିକ ମୂଲ୍ୟ ଥିଲା ୨୫ ହଜାର ଟଙ୍କା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
HR 88 B 8888 Becomes India’s Costliest Number Plate at ₹1.17 Crore | Argus News | Argus News