Court Orders / ବକେୟାକୁ ବଳିଗଲା ସୁଧ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ପତ୍ତି ଜବତ ପାଇଁ କୋର୍ଟରୁ ଆସିଲା ୱାରେଣ୍ଟ
·4 months ago·2 min read

Key Points
ଠିକା କାମର ୧୫ ବର୍ଷ ବିତିବା ପରେ ବି ପୈଠ ହୋଇନି ବିଲ୍ । ଯେଉଁଥିପାଇଁ କୋର୍ଟ ୱାରେଣ୍ଟ ଜାରି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କୋରାପୁଟ: ୨୦୧୧ ମସିହାରେ ରାସ୍ତା କାମ କଲେ ଠିକାଦାର । ହେଲେ ଠିକା କାମର ୧୫ ବର୍ଷ ବିତିବା ପରେ ବି ପୈଠ ହୋଇନି ବିଲ୍ । ଯେଉଁଥିପାଇଁ କୋର୍ଟ ୱାରେଣ୍ଟ ଜାରି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ଘଟଣା ହେଉଛି କୋରାପୁଟ ଜିଲ୍ଲାର ।
ସୂଚନା ଅନୁସାରେ, ଗ୍ରାମ୍ୟ ନିର୍ମାଣ ବିଭାଜନ କୋରାପୁଟ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ରାସ୍ତା ଟେଣ୍ଡର ପାଇ କାମ କରିଥିଲେ ଠିକାଦାର ପ୍ରଭାଂଷୁ କୁମାର ମହାନ୍ତି । ଯେଉଁ ବାବଦକୁ ପ୍ରଶାସନ ଠିକାଦାରଙ୍କୁ ୭୩ ଲକ୍ଷ ୬୪ ହଜାର ୭୫୯ ଟଙ୍କା ଦେବାକୁ ଥିଲା ।
ଏଥିସହ ପଢ଼ନ୍ତୁ: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ; ବର୍ଷକୁ ମିଳିବ ସର୍ବାଧିକ ୨୫ ଲକ୍ଷ ଟଙ୍କା
ହେଲେ ପ୍ରଶାସନ ବିଲ୍ ଟଙ୍କା ନ ଦେବାରୁ ଜୟପୁର ସିଭିଲ୍ କୋର୍ଟର ଦ୍ଵାରସ୍ଥ ହୋଇଥିଲେ ଠିକାଦାର । ୨୦୧୧ରେ କୋର୍ଟରେ ମାମଲା ହୋଇଥିବା ବେଳେ ୨୦୧୮ରେ ଠିକାଦାରଙ୍କ ସପକ୍ଷରେ ଆସିଥିଲା ରାୟ । ବକେୟା ବିଲ୍ ସହ ବାର୍ଷିକ ୬ ପ୍ରତିଶତ ସୁଧ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ପୁନଶ୍ଚ ୨୦୧୯ରେ ଠିକାଦାର ଆଉ ଏକ ପିଟିସନ୍ ଦେଇଥିଲେ । ଯେଉଁଥିରେ କୋର୍ଟଙ୍କ ନିର୍ଦ୍ଦେଶ ଆସିଲା ୨୦୧୧ରୁ ୨୦୨୫ ପର୍ଯ୍ୟନ୍ତ ପ୍ରଶାସନ ବକେୟା ଉପରେ ୬ ପ୍ରତିଶତ ସୁଧ ଦେବ । ମୂଳ ୭୩ ଲକ୍ଷ ୬୪ ହଜାର ୭୫୯ ଟଙ୍କା, ସୁଧ ବାଦକୁ ୧ ଲକ୍ଷ ୧୨ ହଜାର ୭୫୦ ଟଙ୍କା ଦେବାକୁ ପଡ଼ିବ । ଏଭଳି ଭାବେ ୧ କୋଟି ୩୪ ଲକ୍ଷ ୭୭ ହଜାର ୫୧୦ ଟଙ୍କା ପ୍ରଶାସନ ଦେବାକୁ ପଡ଼ିବ ।
ପୂର୍ବରୁ ପ୍ରଶାସନ ୧୯ ଲକ୍ଷ ୨୭ ହଜାର ୪୭୪ ଟଙ୍କା ଦେଇଥିବାରୁ ଏବେ ମୂଳ ଓ ସୁଧକୁ ମିଶାଇ ୧ କୋଟି ୧୫ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ । ପ୍ରଶାସନ ଟଙ୍କା ଦେଉନଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମସ୍ତ ସଚଳ ସମ୍ପତ୍ତି ଜବତ କରିବା ଲାଗି ୱାରେଣ୍ଟ ଜାରି କରିଛନ୍ତି କୋର୍ଟ ।
କ'ଣ କ'ଣ ଜବତ ହେବ ?
୧) କମ୍ପ୍ୟୁଟର ସହ ଅନ୍ୟ ଆସବାବପତ୍ର
୨) ଲାପଟପସ୍
୩) କାର୍ଯ୍ୟାଳୟର ଟେବୁଲ୍ ଏବଂ ଚେୟାର୍
୪) ଶୀତତାପ ନିୟନ୍ତ୍ରିତ ଯନ୍ତ୍ର
୫) ସିଲିଂ ଫ୍ୟାନ୍ସ
୬) ପେଡେଷ୍ଟାଲ୍ ଫ୍ୟାନ୍ସ
୭) ସ୍କର୍ପିଓ (OD 10H 1213)
୮) ଆମ୍ବାସଡର କାର୍ (OR 10D 1)
୯) ବୋଲେରୋ ଜିପ୍ (OD 10B 8838)
୧୦) ଜିପ୍ (OR 02 E 3305)
ଏଥିସହ ପଢ଼ନ୍ତୁ: ସ୍ଵାମୀ ପରିତ୍ୟକ୍ତାଙ୍କୁ ପ୍ରେମରେ ଫସାଇଲା; ବିବାହର ଲୋଭ ଦେଖାଇ ଜଙ୍ଗଲରେ ତଣ୍ଟି ଚିପିଦେଲା ହୋମଗାର୍ଡ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଉପରୋକ୍ତ ସମ୍ପତ୍ତି ସହ ଅନ୍ୟ ସଚଳ ସମ୍ପତ୍ତି ଜବତ କରି ନେଇଯିବାକୁ ସିଭିଲ୍ ଜଜ୍ (ସିନିୟର୍ ଡିଭିଜନ), ଜୟପୁର ନିର୍ଦ୍ଦେଶ ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories