Dharmendra Pradhan / ଦାସତ୍ୱ ମାନସିକତା ଛାଡ଼ି ସ୍ୱାଭିମାନର ସହ ଆଗକୁ ବଢୁଛି ଭାରତ - ଧର୍ମେନ୍ଦ୍ର ପ୍ରଧାନ
·6 months ago·2 min read

Key Points
ନାଗପୁରରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୟାନ
ଦାସତ୍ୱ ମାନସିକତା ଛାଡ଼ି ସ୍ୱାଭିମାନର ସହ ଆଗକୁ ବଢୁଛି ଭାରତ

'ମାକାଉଲେ' ମାନସିକତାରୁ ବାହାରି ନିଜର ସଂସ୍କୃତି ଓ ସ୍ୱାଭିମାନକୁ ଆଗେଇ ନେବାରେ ଆମେ ଅଗ୍ରସର ବୋଲି ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଗପୁର ଗସ୍ତ ଅବସରରେ ବିଭିନ୍ନ ସାମାଜିକ, ଆଧ୍ୟାତ୍ମିକ ଏବଂ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତକାଳରେ ଭୋନ୍ସଲା ମିଲିଟ୍ରି ସ୍କୁଲର ୨୭ତମ ବାର୍ଷିକୋତ୍ସବରେ ଯୋଗଦେଇ ମାନବସେବା ଓ ରାଷ୍ଟ୍ରନିର୍ମାଣର ସଂକଳ୍ପକୁ ଦୋହରାଇଥିଲେ । ସେ କହିଥିଲେ, ଦେଶକୁ ଦୀର୍ଘ ସମୟ ପରାଧୀନ କରି ରଖିବା ପାଇଁ ବ୍ରିଟିଶ ତଥା ଟି.ବି.ମାକାଉଲେ ଭାରତରେ ଯେଉଁ ଶିକ୍ଷା ନୀତି ପ୍ରସ୍ତୁତ କରିଥିଲେ ତାହା କେବଳ ଭାରତକୁ ନୀଚ୍ଚ କରିବାର ଏକ ପ୍ରକ୍ରିୟା ଥିଲା । ତେବେ ଏହି ଶିକ୍ଷା ନୀତିର ବିକଳ୍ପରେ ଦୀର୍ଘ ୩୪ ବର୍ଷ ପରେ ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ନୂଆ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ହୋଇଛି । ଯେଉଁ ନୂଆ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି, ମାକାଉଲେଙ୍କ ପରାଧୀନ ମାନସିକତାକୁ ବଦଳାଇ ଭାରତର ସ୍ୱାଧୀନ ମାନସିକତାକୁ ବିକାଶ କରିବା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଷ୍ଟ୍ରପତି ଆନୁଗତ୍ୟକୁ ଜାଗ୍ରତ କରାଇବା ବୋଲି କହିଥିଲେ ।
ସେହିପରି ଧର୍ମେନ୍ଦ୍ର ପ୍ରଧାନ ନାଗପୁରସ୍ଥିତ ପବିତ୍ର ଦୀକ୍ଷାଭୂମିରେ ପହଞ୍ଚି ଭାରତ ରତ୍ନ ଡକ୍ଟର ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ବାବାସାହେବଙ୍କ ବିଚାର ସଂଘର୍ଷ ଏବଂ ଦେଶ ପ୍ରତି ଅତୁଳନୀୟ ଅବଦାନ ସର୍ବଦା ପ୍ରେରଣାଦାୟୀ । ସାମାଜିକ ସମରସତା ଏବଂ ନ୍ୟାୟର ପ୍ରତୀକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବାବାସାହେବଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକୁ ‘ପଞ୍ଚତୀର୍ଥ’ ଭାବେ ବିକଶିତ କରିଛନ୍ତି । ସେହିପରି ଡକ୍ଟର ଆବାଜୀ ଥାଟ୍ଟେ ସେବା ଏବଂ ଅନୁସନ୍ଧାନ ସଂସ୍ଥା ଦ୍ୱାରା ପ୍ରତିଷ୍ଠିତ ଅତ୍ୟାଧୁନିକ ‘ନ୍ୟାସନାଲ କ୍ୟାନ୍ସର ଇନଷ୍ଟିଚ୍ୟୁଟ୍’ (ଏନସିଆଇ) ପରିଦର୍ଶନ କରି ଏହାର କାର୍ଯ୍ୟଧାରାକୁ କେନ୍ଦ୍ରମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ଅଳ୍ପ ଖର୍ଚ୍ଚରେ କର୍କଟ ରୋଗୀଙ୍କୁ ମାନବିକ ଓ ସାମଗ୍ରିକ ଚିକିତ୍ସା ଯୋଗାଇ ଦେବାରେ ଏହି ଅନୁଷ୍ଠାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । କର୍କଟ ଚିକିତ୍ସା, ଅନୁସନ୍ଧାନ ଏବଂ ଶିକ୍ଷା କ୍ଷେତ୍ରରେ ଏହା ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଥିବା ସେ ପ୍ରକାଶ କରିଛନ୍ତି ।
ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନାଗପୁରର ସ୍ମୃତି ମନ୍ଦିର ପରିଦର୍ଶନ ସହ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ସଂସ୍ଥାପକ ପରମ ପୂଜନୀୟ ଡକ୍ଟର କେଶବ ବଳିରାମ ହେଡଗେୱାର ଏବଂ ଦ୍ୱିତୀୟ ସର ସଂଘ ଚାଳକ ପରମ ପୂଜନୀୟ ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ଏହି ଯୁଗଦ୍ରଷ୍ଟାମାନଙ୍କ ତ୍ୟାଗ ଓ ନିଃସ୍ୱାର୍ଥପର ସେବା ଦେଶର କୋଟି କୋଟି ଯୁବକଙ୍କୁ ରାଷ୍ଟ୍ରଭକ୍ତି ଏବଂ ଅନୁଶାସନର ମନ୍ତ୍ରରେ ଦୀକ୍ଷିତ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories