Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Naxal Free / ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଭାରତ ପାଇଁ ଚାଲିଛି ଅଭିଯାନ

Banajyotshna Ray
Browse all articles by Banajyotshna Ray
·7 months ago·2 min read
୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଭାରତ ପାଇଁ ଚାଲିଛି ଅଭିଯାନ
NaXal

Key Points

2026 ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଭାରତ ପାଇଁ ଚାଲିଛି ଅଭିଯାନ
ମାଓ ବିରୋଧୀ ଅପରେସନରେ BSF ନେଉଛି ବଡ଼ ଭୂମିକା
ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼ରେ ଚାଲିଛି ଲଗାତର ଅପରେସନ
ବିଏସଏଫ ଆଇଜି କହିଲେ, ଲକ୍ଷ୍ୟ ଗୋଟିଏ, ନକ୍ସଲ ଗତିବିଧିର ହେବ ମୂଳୋତ୍ପାଟନ
ମହାରାଷ୍ଟ୍ର, ଗଡ଼ଚିରୋଲିରେ ଆତ୍ମସମର୍ପଣ କଲେ ୧୧ ମାଓବାଦୀ
ଦେଶରେ ଶେଷ ନିଃଶ୍ୱାସ ନେଉଛି ମାଓବାଦ। ମାଓ ବିରୋଧୀ ଲଢ଼େଇରେ ମିଳୁଛି ବଡ଼ ସଫଳତା। 2026 ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବିଏସଏଫ୍ କରୁଛି ଜୋରଦାର ଉଦ୍ୟମ। BSF IG ଶିବ୍ ଆଧାର ଶ୍ରୀବାସ୍ତବଙ୍କ ସୂଚନା ଅନୁସାରେ, ଆନ୍ଧ୍ର, ଓଡ଼ିଶା, ଛତିଶଗଡ଼ରେ ଚାଲିଛି ଲଗାତାର ଅପରେସନ। ଏଯାଏଁ 566 IED ବୋମା ଜବତ ସହ ବହୁ ସଂଖ୍ୟାରେ ମାଓବାଦୀ ନିପାତ ହୋଇଛନ୍ତି। ବିଏସଏଫ୍ IG ଆହୁରି କହିଛନ୍ତି, ଲକ୍ଷ୍ୟ ଗୋଟିଏ, ନକ୍ସଲ ଗତିବିଧିର ମୂଳୋତ୍ପାଟନ । ସେପଟେ କନ୍ଧମାଳ, ବୌଦ୍ଧ, କଳାହାଣ୍ଡିରେ ବିଏସଏଫ ମୁତୟନ ହୋଇଛି। ଏହାସହ ଓଡ଼ିଶା ସରକାରଙ୍କ ସମର୍ପଣ ନୀତି ଅନୁସାରେ ଅନ୍ୟ ରାଜ୍ୟ ଅପେକ୍ଷା 10 ପ୍ରତିଶତ ଅଧିକ ପ୍ରୋତ୍ସାହନ ରାଶି ନିହାତି ଲାଭଦାୟକ ହେବ।

ମହାରାଷ୍ଟ୍ରର ଗଡ଼ଚିରୋଲିରେ ୧୧ ଜଣ ମାଓବାଦୀ କରିଛନ୍ତି ଆତ୍ମସମର୍ପଣ। ସ୍ପେଶାଲ ଜୋନ୍ କମିଟି ମେମ୍ବର ବିକାଶ ନାଗପୁରେଙ୍କ ସମେତ ୧୧ ମାଓବାଦୀ କରିଛନ୍ତି ସରେଣ୍ଡର। ସେମାନଙ୍କ ମୁଣ୍ଡ ଉପରେ ୮୯ ଲକ୍ଷ ଟଙ୍କାର ଇନାମ ରାଶି ରହିଥିଲା। ଏମାନଙ୍କଠାରୁ ୭ଟି ଅସ୍ତ୍ରଶସ୍ତ୍ର ବି ଜବତ ହୋଇଛି।2026 ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ମାଓବାଦର ମୂଳପୋଛ ପାଇଁ ସଂକଳ୍ପ ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କେନ୍ଦ୍ର ସରକାର ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରିବା ପରେ ନକ୍ସଲ ସଂଗଠନରେ ମିଶିଥିବା ଯୁବକ ମୁଖ୍ୟସ୍ରୋତକୁ ଫେରୁଛନ୍ତି। ଅସ୍ତ୍ର ନୁହେଁ ଏଣିକି ଆତ୍ମସମର୍ପଣ। ଲକ୍ଷ୍ୟ ସ୍ପଷ୍ଟ ଡେଡ଼ ଲାଇନ ପୂର୍ବରୁ ମାଓ ମୁକ୍ତ ହେବ ଭାରତ।

ଏଥିସହ ପଢ଼ନ୍ତୁ: ପୋଲିସ ସହ ବୁଲୁଛନ୍ତି ମାଓବାଦୀ, ନିଜ ମାଓ ସାଥୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ କଲେ ଆହ୍ୱାନ

ସୂଚନାନୁଯାୟୀ, ମଧ୍ୟପ୍ରଦେଶ ମହାରାଷ୍ଟ୍ର-ଛତିଶଗଡ ସ୍ପେଶାଲ ଜୋନାଲ କମିଟି ନକ୍ସଲ ସଙ୍ଗଠନର ଶତାଧିକ ମାଓବାଦୀ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏମ୍ଏମ୍ସି ମୁଖପାତ୍ର ତଥା ମାଓନେତା ଅନନ୍ତଙ୍କ ପକ୍ଷରୁ ଏହି ମର୍ମରେ ଏକ ଚିଠି ମଧ୍ୟ ଜାରି କରାଯାଇଛି । ସେଥିରେ ସେ ଲେଖିଛନ୍ତି ସଙ୍ଗଠନର ଶତାଧିକ ସଦସ୍ୟ ଆସନ୍ତା ଜାନୁଆରୀ ୧ରେ ଆତ୍ମସମର୍ପଣ କରିବେ । ତେଣୁ ବର୍ତ୍ତମାନ ଜାରି ରହିଥିବା ନକ୍ସଲ ଦମନ ଅଭିଯାନକୁ ସେ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସେ ଛତିଶଗଡ ସରକାରଙ୍କ ନିକଟରେ ଅପିଲ କରିଛନ୍ତି ।

ମାଓନେତା ଅନନ୍ତଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ଚିଠି ଏକ ସପ୍ତାହ ଭିତରେ ଦ୍ୱିତୀୟ । ଏହା ପୂର୍ବରୁ ଗତ ସପ୍ତାହରେ ସେ ଜାରି କରିଥିବା ଚିଠିରେ ଫେବ୍ରୁଆରୀ ୧୫ ସୁଦ୍ଧା ଆତ୍ମସମର୍ପଣ କରିବା କଥା ଉଲ୍ଲେଖ କରିଥିଲେ । କିନ୍ତୁ ବର୍ତ୍ତମାନ ଜାରି କରିଥିବା ନୂଆ ଚିଠିରେ ଜାନୁଆରୀ ୧ ତାରିଖରେ ଆତ୍ମସମର୍ପଣ କରିବାକୁ କହିଛନ୍ତି । ଯେଭଳି ଛତିଶଗଡରେ ସତୀଶ ଓ ମହାରାଷ୍ଟ୍ରରେ ସୋନୁ ଆତ୍ମସମର୍ପଣ କରିଛନ୍ତି ଠିକ୍ ସେହିଭଳି ସେମାନେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡର ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କ ନିକଟରେ ଆତ୍ମସମର୍ପଣ କରିବା କଥା ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Naxal Free | India Targets Complete Naxal-Free Status by March 2026 | Argus News | Argus News