Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India Netherlands Research Cooperation / ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ନୂତନ ଅଧ୍ୟାୟ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·1 min read
ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ନୂତନ ଅଧ୍ୟାୟ
Dharmendra Pradhan

Key Points

ଉଚ୍ଚଶିକ୍ଷା ଓ ଗବେଷଣାରେ ଭାରତ–ନେଦରଲ୍ୟାଣ୍ଡ ଭାଗିଦାରୀ ବଢ଼ିବ
ହାଇଡ୍ରୋଜେନ୍‌ ଠାରୁ AI ପର୍ଯ୍ୟନ୍ତ ସହଯୋଗ...
ଭାରତ ଓ ନେଦରଲ୍ୟାଣ୍ଡର ନୂଆ ପ୍ରୟାସ
ଭାରତରେ ଅବସ୍ଥାପିତ ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତ ମାରିସା ଗେରାର୍ଡସଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଭୟ ଦେଶ ମଧ୍ୟରେ ଉଚ୍ଚ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସହଯୋଗର ନୂତନ ଦିଗ ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ନେଦରଲ୍ୟାଣ୍ଡ ରାଷ୍ଟ୍ରଦୂତ ଆଲୋଚନା କରିଛନ୍ତି । ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ଶିକ୍ଷାଗତ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଚର୍ଚ୍ଚା କରାଯାଇଛି ।



ଏହି ଆଲୋଚନା ଅନୁଯାୟୀ, ଭାରତ ଏବଂ ନେଦରଲ୍ୟାଣ୍ଡ ଆସନ୍ତା ଶିକ୍ଷା ବର୍ଷରୁ ହାଇଡ୍ରୋଜେନ, ସେମିକଣ୍ଡକ୍ଟର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ସହରୀ ବିକାଶ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡ଼ିକରେ ସଂଗଠିତ ଭାବେ କାର୍ଯ୍ୟ କରିବେ । ଏହି ଭାଗିଦାରୀ ମାଧ୍ୟମରେ ନୂତନତା, ଗବେଷଣା ଏବଂ ଜ୍ଞାନର ଆଦାନପ୍ରଦାନ ପାଇଁ ନୂତନ ମାର୍ଗ ପ୍ରଶସ୍ତ ହେବ, ଯାହା ଶିକ୍ଷା କ୍ଷେତ୍ରରେ ଏକ ଉତ୍ତମ ପରିବେଶ ସୃଷ୍ଟି କରିବ ।



କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ମିଳିତ ପ୍ରୟାସ ଦୁଇ ଦେଶର ଶିକ୍ଷା ବ୍ୟବସ୍ଥାକୁ ଆନ୍ତର୍ଜାତୀୟ ସ୍ତରରେ ଯୋଡ଼ିବା ସହ ଏକ ଭବିଷ୍ୟତ ଗଠନ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଉଚ୍ଚଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ସହଯୋଗର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan Meets Netherlands Ambassador for Education Partnership | Argus News