Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତର ପରମାଣୁ ନୀତିରେ ବଡ଼ ପରିବର୍ତ୍ତନ; ୧୨ ପରମାଣୁ ମିସାଇଲ୍ ମୁତୟନ ପରେ ପାକିସ୍ତାନ ଛାନିଆ

National

Nuclear Policy Changed / ଭାରତର ପରମାଣୁ ନୀତିରେ ବଡ଼ ପରିବର୍ତ୍ତନ; ୧୨ ପରମାଣୁ ମିସାଇଲ୍ ମୁତୟନ ପରେ ପାକିସ୍ତାନ ଛାନିଆ

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ଭାରତର ପରମାଣୁ ନୀତିରେ ବଡ଼ ପରିବର୍ତ୍ତନ; ୧୨ ପରମାଣୁ ମିସାଇଲ୍ ମୁତୟନ ପରେ ପାକିସ୍ତାନ ଛାନିଆ
India Deploys 12 Missiles, Says SIPRI

Key Points

ଭାରତ ମୁତୟନ କଲା ପରମାଣୁ ଅସ୍ତ୍ର । ଛାନିଆ ପାକିସ୍ତାନ, ପୂରା ରାଡାରରେ ରହିବ ଚୀନ । ପ୍ରଥମ ଥର ପାଇଁ ଭାରତ ପରମାଣୁ ନୀତିରେ ବଡ଼ ପରିବର୍ତ୍ତନ ଆଣିଛି ।
ନୂଆଦିଲ୍ଲୀ: ପରମାଣୁ ନୀତି ବଦଳାଇଲା ଭାରତ । ମୁତୟନ କଲା ୧୨ଟି ପରମାଣୁ ଅସ୍ତ୍ର । ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା ସଂଗଠନ SIPRI ତାର ଏକ ରିପୋର୍ଟରେ ଏଭଳି ଦାବି କରିଛି । ତେବେ, ପ୍ରଶ୍ନ ହେଉଛି କ'ଣ ଏହା ଭାରତର ପ୍ରଥମ ପରମାଣୁ ଅସ୍ତ୍ର ମୁତୟନ ?

ଦଶନ୍ଧି ପୁରୁଣା ପରମାଣୁ ନୀତିରେ ଭାରତ ବଡ଼ ପରିବର୍ତ୍ତନ ଆଣିଥିବା କୁହାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ପରମାଣୁ ଅସ୍ତ୍ର ଓ ମିସାଇଲ୍ ସମେତ ପ୍ରକ୍ଷେପଣ ବ୍ୟବସ୍ଥାକୁ ଭିନ୍ନ ଭିନ୍ନ ରଖା ଯାଉଥିଲା । ରିପୋର୍ଟରେ କରାଯାଇଥିବା ଦାବି ଅନୁସାରେ, ପ୍ରଥମ ଥର ପାଇଁ ଭାରତ ପରମାଣୁ ଅସ୍ତ୍ରକୁ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ କରି ଏହାକୁ ବର୍ଗୀକରଣ କରି ରଖିଛି ।

ଏଥିସହ ପଢ଼ନ୍ତୁ: ନୂଆ ଯୁଗର ଯୁଦ୍ଧ ଲଢ଼ିବାକୁ ଭାରତ କେତେ ପ୍ରସ୍ତୁତ ? 

ଭୂ-ପୃଷ୍ଠରୁ ନିକ୍ଷେପ ଓ ଯୁଦ୍ଧ ଜାହାଜରୁ ଉତ୍‌କ୍ଷେପଣ ହୋଇ ପାରୁଥିବା ପରମାଣୁ ମିସାଇଲ୍ ମୁତୟନ କରି ଭାରତ ପ୍ରସ୍ତୁତ ଥିବା ସଂକେତ ଦେଇଛି । ପୂର୍ବରୁ ଭାରତର ପ୍ରଥମେ ପରମାଣୁ ଅସ୍ତ୍ରର ପ୍ରୟୋଗ ନ କରିବା ନୀତି ରହିଛି । ଏବେ ଭାରତ ପରମାଣୁ ଅସ୍ତ୍ର ମୁତୟନ କରିବା କରିବା ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି ।

SIPRI ରିପୋର୍ଟ ଅନୁସାରେ, ଆମେରିକାରେ ୧୧୭୦ଟି ପରମାଣୁ ଅସ୍ତ୍ର ମୁତୟନ ରହିଛି । ଯେତେବେଳେ ଆମେରିକା ପାଖରେ ପ୍ରାୟ ୧୯୩୦ଟି ପରମାଣୁ ଅସ୍ତ୍ର ସୁରକ୍ଷିତ ରହିଛି । ସେହିଭଳି ଋଷ ୧୯୭୬ଟି ପରମାଣୁ ଅସ୍ତ୍ର ମୁତୟନ କରିଥିବା ବେଳେ ୨୬୦୪ଟି ଭଣ୍ଡାର ଗୃହରେ ରଖିଛି ।

ବ୍ରିଟେନ୍ ୨୨୫ଟି, ଫ୍ରାନ୍ସ ୨୯୦ଟି ଓ ଚୀନ ପାଖରେ ୬୨୦ଟି ପରମାଣୁ ଅସ୍ତ୍ର ରହିଛି । ଏବେ ଭାରତ ୧୨ଟି ପରମାଣୁ ଅସ୍ତ୍ର ମୁତୟନ କରିଥିବା ରିପୋର୍ଟରେ ଦାବି କରାଯାଇଛି । ଭାରତ ପାଖରେ ଏବେ ୧୭୮ଟି ପରମାଣୁ ଅସ୍ତ୍ର ସୁରକ୍ଷିତ ରହିଛି । ଏବେ ସୁଦ୍ଧା ପାକିସ୍ତାନ କୌଣସି ପରମାଣୁ ମିସାଇଲ୍ ମୁତୟନ କରି ନାହିଁ । ପାକିସ୍ତାନ ପାଖରେ ୧୭୦ଟି ପରମାଣୁ ଅସ୍ତ୍ର ରହିଛି ।

ଏଥିସହ ପଢ଼ନ୍ତୁ: ଏଣିକି ବର୍ଷସାରା ଖୋଲା ରହିବ କାଶ୍ମୀର-ଲଦାଖ ରାସ୍ତା; ୩ ଘଣ୍ଟାର ଯାତ୍ରା ଏବେ ୧୫ମିନିଟରେ 

ପ୍ରତିରକ୍ଷା ଖର୍ଚ୍ଚ, ୫ ନମ୍ବରରେ ଭାରତ

୨୦୨୫ରେ ଭାରତ ପ୍ରତିରକ୍ଷା ପାଇଁ ୯୨.୧ ଅରବ ଡଲାର୍ ଖର୍ଚ୍ଚ କରିଛି । ଏଥିସହ ଭାରତ ଦୁନିଆର ପଞ୍ଚମ ଶ୍ରେଷ୍ଠ ଅସ୍ତ୍ରଶସ୍ତ୍ର କ୍ରେତା ସାଜିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ତିକ୍ତତା ପରେ ଏହି ବୃଦ୍ଧି ଦେଖିବାକୁ ମିଳିଛି ।

ଭାରତର ପରମାଣୁ ଶକ୍ତି

୨୦୨୬ ଜାନୁଆରୀ ସୁଦ୍ଧା ଭାରତ ପାଖରେ ପ୍ରାୟ ୧୯୦ଟି ପରମାଣୁ ଅସ୍ତ୍ର ରହିଛି । ଯେତେବେଳେ କି ପାକିସ୍ତାନ ପାଖରେ ଅଛି ୧୭୦ଟି ଅସ୍ତ୍ର । ଭାରତ ତାର ପରମାଣୁ ଭଣ୍ଡାରକୁ ବୃଦ୍ଧି କରୁଛି ଏବଂ ନୂଆ ଅସ୍ତ୍ର ବିକଶିତ କରିବା ଜାରି ରଖିଛି । ଏପରିକି ପୂରା ଚୀନକୁ ଟାର୍ଗେଟ୍‌ରେ ଆଣିବା ପାଇଁ ଭାରତ ଅସ୍ତ୍ରଶସ୍ତ୍ରକୁ ଆଧୁନିକ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Changes Nuclear Policy, Deploys 12 Nuclear Missiles: SIPRI Report | Argus News | Argus News