Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଡିପଫେକ ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ଡିପଫେକ ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : G-20 ଭର୍ଚୁଆଲ ସମିଟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଡିପଫେକ ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଆଇ ଲୋକଙ୍କ ଆବଶ୍ୟକତା ପୂରଣ ଉଦ୍ଦେଶ୍ୟରେ କାମ କରିବା ଉଚିତ, ଏହା ଲୋକଙ୍କ ପାଖକୁ ପହଞ୍ଚିବା କଥା, ସମାଜ ପାଇଁ ଏହା ସୁରକ୍ଷିତ ହେବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିପରି ଆତଙ୍କବାଦ ଆମ ସମସ୍ତଙ୍କୁ ଅସ୍ବକାର୍ଯ୍ୟ ।  ଯୁଦ୍ଧରେ ସାଧାରଣ ଲୋକଙ୍କ ମୃତ୍ୟୁ ନିନ୍ଦନୀୟ । 

ଅଧିକ ପଢନ୍ତୁ ଭାରତ ଖବର

ଇସ୍ରାଏଲ ଏବଂ ହମାସ ଯୁଦ୍ଧ ମଧ୍ୟରେ ଆଜି ଯେଉଁ ଯୁଦ୍ଧବନ୍ଦୀଙ୍କ ମୁକ୍ତି ଖବର ଆସିଛି ତାକୁ ଶୁଣି ଖୁସି ଲାଗିଲା । ଇସ୍ରାଏଲ ଏବଂ ହମାସର ଲଢ଼େଇ କୌଣସି କ୍ଷେତ୍ରୀୟ ରୂପ ଧାରଣ ନକରୁ । ଗୋଟିଏ ପରିବାର ଭାବେ କାର୍ଯ୍ୟ କରିବା । ମାନବୀୟ କଲ୍ୟାଣ ପାଇଁ ହିଂସା ଏବଂ ଆତଙ୍କବାଦ ବିରୋଧରେ ଆମେ ସ୍ବର ଉଠାଇବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ସହ ଏକବିଂଶ ଶତାବ୍ଦୀର ବିଶ୍ବକୁ ଆଗକୁ ବଢିବାକୁ ହେଲେ ଗ୍ଲୋବାଲ୍ ସାଉଥ ଦେଶ ଗୁଡ଼ିକ ଉପରେ ଧ୍ୟାନ ଦେବା ଆବଶ୍ୟକ । ବିକାଶ ଏଜଣ୍ଡାକୁ ପୂର୍ଣ୍ଣ ସମର୍ଥନ ଦିଆଯିବା କଥା । ଏବଂ ଗ୍ଲୋବାଲ ସାଉଥର ଦେଶ ମାନେ ଯେଉଁ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି ସେମାନଙ୍କୁ ସେ ସଂକଟରୁ ଉଦ୍ଧାର କରିବା ଆମ କର୍ତ୍ତବ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Sponsored
India Prepares to Host Virtual G20 Leaders’ Summit, Chaired by Prime Minister Narendra Modi | Argus News