Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

IRENA 2025 December Data / ସବୁଜ ଶକ୍ତି ଉତ୍ପାଦନରେ ରେକର୍ଡ ଭାଙ୍ଗିଲା ଭାରତ; ପଛରେ ପଡ଼ିଲା ବ୍ରାଜିଲ

Subhramjit Ray
Browse all articles by Subhramjit Ray
·3 months ago·2 min read
ସବୁଜ ଶକ୍ତି ଉତ୍ପାଦନରେ ରେକର୍ଡ ଭାଙ୍ଗିଲା ଭାରତ; ପଛରେ ପଡ଼ିଲା ବ୍ରାଜିଲ
IRENA 2025 December Data

Key Points

ସବୁଜ ଶକ୍ତି ଉତ୍ପାଦନରେ ଏକ ନୂଆ ରେକର୍ଡ ହାସଲ କରିଛି ଭାରତ। ଅନ୍ତର୍ଜାତୀୟ ସବୁଜ ଶକ୍ତି ଏଜେନ୍ସି (IRENA) ୨୦୨୫ ଡିସେମ୍ବର ପାଇଁ ଏହି ତଥ୍ୟ ପ୍ରକାଶ କରିଛି।
IRENA 2025 December Data India Rank: ସବୁଜ ଶକ୍ତି କ୍ଷେତ୍ରରେ ଭାରତ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି। କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ସବୁଜ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଦେଶ ହୋଇଛି। କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ବୈଶ୍ୱିକ ରାଙ୍କିଂ ତାଲିକାରେ ବ୍ରାଜିଲକୁ ପଛରେ ପକାଇ ଦେଇଛି। ଅନ୍ତର୍ଜାତୀୟ ସବୁଜ ଶକ୍ତି ଏଜେନ୍ସି (IRENA) ୨୦୨୫ ଡିସେମ୍ବର ପାଇଁ ଏହି ତଥ୍ୟ ପ୍ରକାଶ କରିଛି।

ଭାରତ ପଛରେ ପଡ଼ିଲା ବ୍ରାଜିଲ, ଆଗରେ ଚୀନ୍-ଆମେରିକା

ଗତ ୨୦୨୫ ଡିସେମ୍ବର ସୁଦ୍ଧା, ମୋଟ୍ ଭାରତ ୨୫୦.୫୨ ଗିଗାୱାଟ୍ ସବୁଜ ଶକ୍ତି ଉତ୍ପାଦନ କରିଥିଲା। ଅନ୍ୟପକ୍ଷରେ ବ୍ରାଜିଲ ଏହି ସମୟ ମଧ୍ୟରେ ୨୨୮.୨୦ ଗିଗାୱାଟ୍ ଶକ୍ତି ଉତ୍ପାଦନ କରିଥିଲା। ଏହି ତାଲିକାରେ କେବଳ ଚୀନ୍ ୨୨୫୮.୦୨ ଗିଗାୱାଟ୍ ସହ ପ୍ରଥମ ଏବଂ ଯୁକ୍ତରାଷ୍ଟ ଆମେରିକା ୪୬୭.୯୨ ଗିଗାୱାଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ତର୍ଜାତୀୟ ସବୁଜ ଶକ୍ତି ଏଜେନ୍ସି ତଥ୍ୟ ଅନୁସାରେ ସବୁଜ ଶକ୍ତି ଉତ୍ପାଦନରେ ବୈଶ୍ୱିକ ସ୍ତରରେ ଚୀନ୍ ପ୍ରଥମ, ଆମେରିକା ଦ୍ୱିତୀୟ, ଭାରତ ତୃତୀୟ, ବ୍ରାଜିଲ ଚତୁର୍ଥ ସ୍ଥାନରେ ରହିଛନ୍ତି।

୨୦୩୦ ଲକ୍ଷ୍ୟ ୫ ବର୍ଷ ଆଗରୁ ହେଲା ପୂରଣ

ଭାରତ ଗତ ୨୦୨୫ ଜୁନ୍ ମାସରେ ଅଣ-ଜୀବାଶ୍ମ ଇନ୍ଧନରୁ ଏହାର ମୋଟ ସ୍ଥାପିତ ଶକ୍ତି କ୍ଷମତାର ୫୦% ହାସଲ କରି ଏକ ଐତିହାସିକ ଉପଲବ୍ଧି ହାସଲ କରିଛି। ପ୍ୟାରିସ୍ ଚୁକ୍ତିନାମା ଅନୁଯାୟୀ ଭାରତ ୨୦୩୦ ପାଇଁ ଏହି ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଯାହାକୁ ଦେଶ ୫ ବର୍ଷ ପୂର୍ବରୁ (୨୦୨୫) ହାସଲ କରିଛି।

ଗୋଟିଏ ବର୍ଷରେ ରେକର୍ଡ ମାତ୍ରାରେ ଶକ୍ତି ଯୋଡି଼ଛି ଭାରତ

ଭାରତ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ୫୫.୨୯ ଗିଗାୱାଟ୍ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ଯୋଡିଛି। ଏହା ଆଜି ପର୍ଯ୍ୟନ୍ତ ଗୋଟିଏ ବର୍ଷରେ ସର୍ବାଧିକ ବୃଦ୍ଧି। ପୂର୍ବରୁ, ୨୦୨୪-୨୫ ବର୍ଷରେ ଏହି ସଂଖ୍ୟା ୨୯.୫ ଗିଗାୱାଟ୍ ରହିଥିଲା।

୨୦୧୪ ପର ଠାରୁ ସୌର ଏବଂ ପବନ ଶକ୍ତିରେ ଏକ ହୋଇଛି ଜବରଦସ୍ତ ବୃଦ୍ଧି
୨୦୧୪ ତୁଳନାରେ ଦେଶରେ ମୋଟ ସବୁଜ ଶକ୍ତି କ୍ଷମତା ୨୦୨୬ ମାର୍ଚ୍ଚ ସୁଦ୍ଧା ୩.୫୯ ଗୁଣ ବୃଦ୍ଧି ପାଇଛି। ସୌର ଶକ୍ତିରେ ଆଶ୍ଚର୍ଯ୍ୟଜନକ ଭାବରେ ୫୩.୨୮ ଗୁଣ ବୃଦ୍ଧି ହୋଇଛି। ପବନ ଶକ୍ତି ସ୍ଥାପିତ କ୍ଷମତା ମଧ୍ୟ ୨.୬୬ ଗୁଣ ବୃଦ୍ଧି ପାଇଛି।

ଯେତେବେଳେ ଅଧାରୁ ଅଧିକ ବିଦ୍ୟୁତ ନବୀକରଣୀୟ ଉତ୍ସରୁ ଆସିଥିଲା
କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ଗତ ୨୦୨୫ ଜୁଲାଇରେ, ଭାରତ ଆଉ ଏକ ଅନନ୍ୟ ରେକର୍ଡ ସ୍ଥାପନ କରିଛି। ସେହି ସମୟ ମଧ୍ୟରେ ଦେଶର ମୋଟ ୨୦୩ ଗିଗାୱାଟ ବିଦ୍ୟୁତ ଚାହିଦାର ୫୧.୫% କେବଳ ନବୀକରଣୀୟ ଶକ୍ତି ଦ୍ୱାରା ପୂରଣ କରାଯାଇଥିଲା। ଯାହା ସର୍ବକାଳୀନ ସର୍ବାଧିକ ରହିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored