Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India statement on Bangladesh / ବାଂଲାଦେଶ ହିଂସାକୁ ନେଇ ମୁହଁ ଖୋଲିଲା ଭାରତ, ସଂଖ୍ୟାଲଘୁଙ୍କୁ ଅତ୍ୟାଚାର ଚିନ୍ତାର ବିଷୟ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ବାଂଲାଦେଶ ହିଂସାକୁ ନେଇ ମୁହଁ ଖୋଲିଲା ଭାରତ, ସଂଖ୍ୟାଲଘୁଙ୍କୁ ଅତ୍ୟାଚାର ଚିନ୍ତାର ବିଷୟ
MEA on Bangladesh

Key Points

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର
ମୁହଁ ଖୋଲିଲା ଭାରତ
କହିଲେ, ସଂଖ୍ୟାଲଘୁଙ୍କୁ ଅତ୍ୟାଚାର ଚିନ୍ତାର ବିଷୟ
ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବୟାନ ଜାରି କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଶୁକ୍ରବାର କହିଛନ୍ତି ଯେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହିଂସା ଚିନ୍ତାର ବିଷୟ । ସେ କହିଛନ୍ତି, "ଆମେ ଦୀପୁ ଦାସଙ୍କ ହତ୍ୟାକୁ ନିନ୍ଦା କରୁଛୁ । ଆମେ ଆଶା କରୁଛୁ ଯେ ଯେଉଁମାନେ ଏହି ଅପରାଧ ଭିଆଇଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ``।

"ବାଂଲାଦେଶରେ ହିଂସାକୁ ଅଣଦେଖା କରାଯାଇପାରିବ ନାହିଁ"

ବୈଦେଶିକ ମନ୍ତ୍ରଣାଳୟ କହିଛି, "ବାଂଲାଦେଶରେ ବର୍ତ୍ତମାନର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳରେ ହତ୍ୟା, ପୋଡ଼ାଜଳା ଏବଂ ଜମି ହଡ଼ପ ସମେତ ୨୯୦୦ ଘଟଣା ରିପୋର୍ଟ ହୋଇଛି। ଏହି ରିପୋର୍ଟଗୁଡ଼ିକୁ ରାଜନୈତିକ ହିଂସା ଭାବରେ ଖାରଜ କରାଯାଇପାରିବ ନାହିଁ।"



ମନ୍ତ୍ରଣାଳୟ କହିଛି, "ଆମେ ବାଂଲାଦେଶରେ ହିନ୍ଦୁଙ୍କ ହତ୍ୟାକୁ ନିନ୍ଦା କରୁଛୁ। ଆମେ ଏହି ପ୍ରସଙ୍ଗରେ ବାଂଲାଦେଶର ମିଥ୍ୟା ନ୍ୟାରେଟିଭ୍‌କୁ ସମାଲୋଚନା କରି ବିବୃତ୍ତି ଜାରି କରିଛୁ। ବର୍ତ୍ତମାନର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ୨୯୦୦ ହିଂସା ଘଟଣା ଘଟିଛି''।
ବାଂଲାଦେଶରେ ଫେବୃଆରୀ ୨୦୨୫ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସାଧାରଣ ନିର୍ବାଚନ ପୂର୍ବରୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ସକ୍ରିୟ ହୋଇ ଉଠିଛି ଏବଂ ନିର୍ବାଚନ ପାଇଁ ସକ୍ରିୟ ଭାବରେ ପ୍ରଚାର କରୁଛି । ଏହାରି ମଧ୍ୟରେ BNP କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ୍ ରେହମାନ ୧୭ ବର୍ଷ ନିର୍ବାସନ ପରେ ଢାକାରେ ପହଞ୍ଚିଛନ୍ତି ।

ବାଂଲାଦେଶ ନିର୍ବାଚନ ଉପରେ MEA ବିବୃତ୍ତି

ତାରିକ୍ ରେହମାନଙ୍କ ପ୍ରତ୍ୟାବର୍ତ୍ତନ ଏବଂ ବାଂଲାଦେଶରେ ଆଗାମୀ ନିର୍ବାଚନ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, "ବାଂଲାଦେଶରେ ମୁକ୍ତ, ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଭାରତ ପ୍ରତିବଦ୍ଧ । ଭାରତ ବାଂଲାଦେଶର ନାଗରିକଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବାକୁ ପ୍ରତିବଦ୍ଧ । ଆମେ ସେଠାରେ ଶାନ୍ତି ଏବଂ ସ୍ଥିରତା ଆଶା କରୁଛୁ । ଆଗାମୀ ସାଧାରଣ ନିର୍ବାଚନରେ ସମାଜର ସମସ୍ତ ବର୍ଗର ଲୋକମାନେ ଅଂଶଗ୍ରହଣ କରିବା ଉଚିତ ଏବଂ ଲୋକଙ୍କ ସ୍ୱରକୁ ବୃଦ୍ଧି କରାଯିବା ଉଚିତ।"

ବାଂଲାଦେଶରେ ହିନ୍ଦୁ ଯୁବକଙ୍କ ହତ୍ୟା

ବାଂଲାଦେଶରେ ଉସମାନ ହାଦିଙ୍କ ହତ୍ୟା ପରେ ମୌଳବାଦୀମାନେ ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ନିର୍ଯାତନା ଦେବା ଆରମ୍ଭ କଲେ । ଏମାନେ ପ୍ରଥମେ ଜଣେ ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ହତ୍ୟା କଲେ । ଆଉ ଏହା ପରେ ତାଙ୍କ ମୃତଦେହକୁ ଗଛରେ ଝୁଲାଇ ପୋଡ଼ି ଦେଲେ । ଯାହାକୁ ନେଇ ୟୁନୁସ୍‌ ସରକାରଙ୍କ ବିରୋଧରେ ଭାରତ ସହିତ ଅନ୍ୟାନ ଦେଶରେ ପ୍ରତିବାଦ ଜାରି ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India Speaks Out on Atrocities Against Hindus in Bangladesh | Argus News