Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏଥର ପଙ୍ଗପାଳ ପ୍ରବେଶ ଉପରେ ଲାଗିବ ରୋକ! ମୁକାବିଲା ପାଇଁ ହୋଇଛି ଜବରଦସ୍ତ ପ୍ରସ୍ତୁତି

National

Locust Attack Update 2026 / ଏଥର ପଙ୍ଗପାଳ ପ୍ରବେଶ ଉପରେ ଲାଗିବ ରୋକ! ମୁକାବିଲା ପାଇଁ ହୋଇଛି ଜବରଦସ୍ତ ପ୍ରସ୍ତୁତି

Subhramjit Ray
Browse all articles by Subhramjit Ray
·1 hour ago·2 min read
ଏଥର ପଙ୍ଗପାଳ ପ୍ରବେଶ ଉପରେ ଲାଗିବ ରୋକ! ମୁକାବିଲା ପାଇଁ  ହୋଇଛି ଜବରଦସ୍ତ ପ୍ରସ୍ତୁତି
Locust Attack Update 2026

Key Points

ଏଥର ପଶ୍ଚିମ ରାଜସ୍ଥାନ, ଗୁଜରାଟ ଏବଂ ପଞ୍ଜାବର ଚାଷୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଉପସାଗରୀୟ ଦେଶରୁ ପାକିସ୍ତାନ ଦେଇ ଭାରତରେ ବିନାଶ କରୁଥିବା ପଙ୍ଗପାଳ ଆକ୍ରମଣରେ କ୍ଷତି ସହିବେନି ଟାଷୀ।
Locust Attack Prevention India: ଦେଶର ପଶ୍ଚିମ ଭାଗରେ ଏଣିକି ଚାଷୀଙ୍କୁ ପଙ୍ଗପାଳ ଆକ୍ରମଣରୁ ମିଳିବ ଆଶ୍ୱସ୍ତି। ଆଞ୍ଚଳିକ ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟାଳୟ ଦ୍ୱାରା କରାଯାଇଥିବା ବ୍ୟାପକ ସର୍ଭେ ଏବଂ ତଦାରଖ ଆଧାରରେ, ଏହା ନିଶ୍ଚିତ ହୋଇଛି ଯେ ଚଳିତ ବର୍ଷ ପଙ୍ଗପାଳ ଆକ୍ରମଣର ସମ୍ଭାବନା ନଗଣ୍ୟ ରହିଛି। ଏନେଇ ହୋଇଥିବା ପ୍ରସ୍ତୁତି ଏବଂ ତୃଣମୂଳ ସ୍ତରର ରିପୋର୍ଟ ଆଧାରରେ ଚଳିତ ବର୍ଷ ପଙ୍ଗପାଳ ଦେଶରେ ପ୍ରବେଶ କରିପାରିବେ ନାହିଁ। ଯାହା ଚାଷୀଙ୍କୁ କୌଣସି କ୍ଷତି ସହିବାକୁ ପଡ଼ିବ ନାହିଁ।

କେଉଁ ଅଞ୍ଚଳର ଚାଷୀଙ୍କୁ ମିଳିବ ଆଶ୍ୱସ୍ତି
ପ୍ରତିବର୍ଷ ମେ ଏବଂ ଜୁନ୍ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ପଙ୍ଗପାଳ ଦଳ ଉପସାଗରୀୟ ଦେଶରୁ ଉଡ଼ି ପାକିସ୍ତାନ ଦେଇ ଭାରତରେ ପ୍ରବେଶ କରିଥାନ୍ତି। ଯାହର ସର୍ବାଧିକ ପ୍ରଭାବ ଯୋଧପୁର, ଜୟସାଲମେର, ବାଡ଼ମେର, ଜାଲୋର, ସିରୋହି ଏବଂ ପାଲି ଭଳି ପଶ୍ଚିମ ରାଜସ୍ଥାନ ଜିଲ୍ଲାରେ ଦେଖିବାକୁ ମିଳିଥାଏ। ଏହି ପଙ୍ଗପାଳ ପ୍ରାୟତଃ ଶତ ପ୍ରତିଶତ ଅମଳ ହେବାକୁ ଯାଉଥିବା ଫସଲକୁ ଗ୍ରାସ କରିଥାନ୍ତି। ହେଲେ ଏଥର ଆଞ୍ଚଳିକ ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତି ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି। ପ୍ରଶାସନ ଚାଷୀଙ୍କୁ ଭ୍ରମିତ ନ ହେବାକୁ ଅନୁରୋଧ କରିଛି।

ଏହା ସହ ପଢନ୍ତୁ: '୨ ଜୁନ୍ ରୁଟି', ଭାଇରାଲ ହେଉଛି ମୀମ୍ସ; କ'ଣ ରହିଛି ଏହା ପଛର କାହାଣୀ?

ପଙ୍ଗପାଳ-ଝିଣ୍ଟିକା ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ?

ପ୍ରାୟତଃ, ସୂଚନା ଅଭାବରୁ ଅନେକ ଚାଷୀ ପଙ୍ଗପାଳ (Locust) ଏବଂ ଝିଣ୍ଟିକା (Grasshopper) ମଧ୍ୟରେ ପାର୍ଥକ୍ୟ କରିପାରି ନଥାନ୍ତି। ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟାଳୟ ଏ ସମ୍ପର୍କରେ ଚାଷୀଙ୍କୁ ନିରନ୍ତର ସଚେତନ କରିଆସୁଛି। ଝିଣ୍ଟିକା ସଂଖ୍ୟା ସୀମିତ ହୋଇଥିବା ବେଳେ ଏହା ଫସଲକୁ ବିଶେଷ କ୍ଷତି ପହଞ୍ଚାଏ ନାହିଁ। ଅପର ପକ୍ଷରେ ପଙ୍ଗପାଳ ଅତ୍ୟନ୍ତ ବିପଜ୍ଜନକ। ଯିଏ ହଜାର ହଜାର ଏପରିକି ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଅମଳ ହେବାକୁ ଯାଉଥିବା ଫସଲ ବର୍ବାଦ କରି ଦେଇଥାନ୍ତି। କେବଳ କିଛି ସଂଖ୍ୟକ ପଙ୍ଗପାଳ ଦଳ କିଛି ଘଣ୍ଟା ମଧ୍ୟରେ କୌଣସି ଫସଲ ପରିପୂର୍ଣ୍ଣ ଜମିକୁ କିଛି ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ସଫା କରିଦେବାର କ୍ଷମତା ରଖିଥାନ୍ତି।

ସରକାର କରୁଛନ୍ତି ଡ୍ରୋନ୍ ସର୍ଭେ
ଯଦିଓ ଚଳିତ ବର୍ଷ ପଙ୍ଗପାଳ ଆକ୍ରମଣ ସମ୍ଭାବନା କମ୍ ରହିଛି, ହେଲେ ଭାରତ ସରକାର ଏବଂ ସମ୍ପୃକ୍ତ ବିଭାଗ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି। ଯେକୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରାୟ ୫୫ଟି ସ୍ୱତନ୍ତ୍ର ଯାନ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି। ଭାରତରେ ୨୦ ରୁ ଅଧିକ ପ୍ରମୁଖ ପଙ୍ଗପାଳ ଆକ୍ରମଣ ଘଟଣାର ସାମ୍ନା କରିସାରିଛି। ଯାହା ମଧ୍ୟରୁ ପ୍ରଥମ ଘଟଣା ୧୮୧୨ ମସିହାରେ ରେକର୍ଡ଼ ହୋଇଥିଲା।

ଏହା ପରେ ୧୯୯୩ ମସିହା ଏବଂ ୨୦୧୯-୨୦ ବର୍ଷରେ ହୋଇଥିବା ସବୁଠାରୁ ଗମ୍ଭୀର ଆକ୍ରମଣ ଚାଷୀଙ୍କୁ ବହୁତ କ୍ଷତି ପହଞ୍ଚାଇଥିଲା। ସେହି ତିକ୍ତ ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରି, ଭାରତ ସରକାର ପ୍ରଥମ ଥର ପାଇଁ, ପଙ୍ଗପାଳ କାର୍ଯ୍ୟକଳାପ ଉପରେ ସତର୍କ ନଜର ରଖିବା ପାଇଁ ଲକ୍ଷ ଲକ୍ଷ ହେକ୍ଟର ଜମିର ଆକାଶ ମାର୍ଗରେ ସର୍ଭେ କରିବା ପାଇଁ ଆଧୁନିକ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଛନ୍ତି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Fully Prepared to Stop Locust Attack From Pakistan (55 characters) | Argus News