Videos
|
National

ସୀମାନ୍ତ ଅରୁଣାଚଳ ପ୍ରଦେଶକୁ କଜବା କରିବାକୁ ନୂଆ ଷଡ଼ଯନ୍ତ୍ର କରୁଛି ଚୀନ

Jitendra Dash
Browse all articles by Jitendra Dash
·2 years ago·1 min read
ସୀମାନ୍ତ ଅରୁଣାଚଳ ପ୍ରଦେଶକୁ କଜବା କରିବାକୁ ନୂଆ ଷଡ଼ଯନ୍ତ୍ର କରୁଛି ଚୀନ

ଅର୍ଗସ ବ୍ୟୁରୋ : ଡ୍ରାଗନକୁ ଭାରତର କଡ଼ା ଜବାବ । ସୀମାନ୍ତ ଅରୁଣାଚଳ ପ୍ରଦେଶକୁ କଜବା କରିବାକୁ ନୂଆ ଷଡ଼ଯନ୍ତ୍ର କରୁଛି ଚୀନ । କଳେବଳେକୌଶଳେ ଅରୁଣାଚଳ ପ୍ରଦେଶ କବ୍‌ଜା କରିବାକୁ ସୀମାନ୍ତବର୍ତ୍ତୀ ୩୦ଟି ସ୍ଥାନର ନାଁ ବଦଳାଇ ଦେଇଛି ଡ୍ରାଗନ । ଚୀନର ଏପରି ଷଡ଼ଯନ୍ତ୍ରକୁ ଦୃଢ଼ ବିରୋଧ କରିବା ସହ ବେଜିଂକୁ ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । 

ବେଜିଂ ନୂଆ ନାଁ ତାଲିକା ଜାରି କରିବା ପରେ ଚୀନ୍‌ ଉପରେ ବର୍ଷିଛି ଭାରତ । ଅରୁଣାଚଳ ପ୍ରଦେଶ ଉପରେ ନିଜର ଦାବି ଜାହିର କରିବାକୁ ଯାଇ ବେଜିଂ ରାଜ୍ୟର ୩୦ଟି  ସ୍ଥାନର ନୂଆ ନାଁର ଚତୁର୍ଥ ତାଲିକା ଜାରି କରିଛି । ଏପରି ନିଷ୍ପତ୍ତିକୁ ଚୀନର ମୁର୍ଖାମୀ କହି ସମାଲୋଚନା  କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ । 

ଅଧିକ ପଢନ୍ତୁ ଭାରତ ଖବର

ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଆଉ ରହିବ ବୋଲି ସେ କହିଛନ୍ତି । ଗୁଜରାଟ ଗସ୍ତରେ ଥିବା ଜୟଶଙ୍କର ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଚୀନ ବିରୋଧରେ ବର୍ଷିଛନ୍ତି । ନିକଟରେ ଅରୁଣାଚଳ ପ୍ରଦେଶର ୧୧ଟି ଆବାସିକ ଅଞ୍ଚଳ, ୧୨ଟି ପାହାଡ, ୪ଟି ନଦୀ, ଗୋଟିଏ ହ୍ରଦ, ଗୋଟିଏ ଅଣ୍ଡରପାସ୍‌ ଓ ଏକ ଖୋଲା ଜମିର ନାଁ ବଦଳାଇ ଥିଲା ଚୀନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India rejects China renaming places in Arunachal Pradesh | Argus News