Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Vladimir Putin India Visit / ଆସନ୍ତାକାଲି ୨୩ ତମ ଭାରତ-ରୁଷିଆ ଶିଖର ସମ୍ମିଳନୀରେ ସାମିଲ ହେବେ ରାଷ୍ଟ୍ରପତି ପୁଟିନ

Ritu Das
Browse all articles by Ritu Das
·7 months ago·2 min read
ଆସନ୍ତାକାଲି ୨୩ ତମ ଭାରତ-ରୁଷିଆ ଶିଖର ସମ୍ମିଳନୀରେ ସାମିଲ ହେବେ ରାଷ୍ଟ୍ରପତି ପୁଟିନ
Russia President

Key Points

ସମ୍ମିଳନୀରେ ସାମିଲ ହେବେ ସୋଭିଏତ ରୁଷିଆ ସଂସଦର ୭ ଶୀର୍ଷ ନେତା । ଶିଖର ସମ୍ମିଳନୀରେ ଭାରତ-ରୁଷିଆ ମଧ୍ୟରେ ହେବାକୁ ଯାଉଥିବା ମେଗା ଡିଲ୍ ଉପରେ ରହିଛି ସାରା ବିଶ୍ବର ନଜର ।
ନୂଆ ସୋପାନରେ ଭାରତ-ଋଷ ସମ୍ପର୍କ । ପାରସ୍ପରିକ ସହଯୋଗ ଓ ବିଶ୍ବାସର ବନ୍ଧନରେ ଯୋଡି ହୋଇଛନ୍ତି ଦୁଇ ରାଷ୍ଟ୍ର । ସାରା ବିଶ୍ବକୁ ମିଳିବ ମୋଦି-ପୁଟିନ ଅତୁଟ ବନ୍ଧନର ଦୃଢ଼ ପ୍ରମାଣ । ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନୂଆଦିଲ୍ଲୀ ହାଇଦ୍ରାବାଦ ହାଉସରେ ଋଷ ରାଷ୍ଟ୍ରପତି ପୁଟିନଙ୍କର ହୋଇଛି ଭବ୍ୟ ଆୟୋଜିନ । କାଲି ସକାଳେ ରାଷ୍ଟ୍ରପତି ପୁଟିନଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ, ସେନା ପକ୍ଷରୁ ଗାର୍ଡ ଅଫ ଅନର, ରାଜଘାଟ ଯାତ୍ରାରୁ ଫେରିବା ପରେ ୨୩ ତମ ଭାରତ-ରୁଷିଆ ଶିଖର ସମ୍ମିଳନୀରେ ଯୋଗ ଦେବେ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ। 

ଅଧିକ ପଢ଼ନ୍ତୁ : ଭାରତରେ ପହଞ୍ଚିଲେ ପୁଟିନ୍‌, ପ୍ରୋଟକଲ୍‌ ଭାଙ୍ଗି ସ୍ବାଗତ କଲେ PM ମୋଦି

ତାଙ୍କ ସହ ସମ୍ମିଳନୀରେ ସାମିଲ ହେବେ ସୋଭିଏତ ରୁଷିଆ ସଂସଦର ୭ ଶୀର୍ଷ ନେତା । ଶିଖର ସମ୍ମିଳନୀରେ ଭାରତ-ରୁଷିଆ ମଧ୍ୟରେ ହେବାକୁ ଯାଉଥିବା ମେଗା ଡିଲ୍ ଉପରେ ରହିଛି ସାରା ବିଶ୍ବର ନଜର । ଶକ୍ତି, ବ୍ୟାପାର, ବୈଷୟିକ, ଅନ୍ତରୀକ୍ଷ ସହଯୋଗ ପରି ଅନେକ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଆଲୋଚନା ସହ ପ୍ରତିରକ୍ଷା କ୍ଷେତ୍ରରେ ନିଆଯିବ ବଡ଼ ନିଷ୍ପତ୍ତି। ଖୁବଶୀଘ୍ର ଭାରତ-ଋଷ ମଧ୍ୟରେ ବହୁ ପ୍ରତୀକ୍ଷିତ ପଞ୍ଚମ ପିଢିର ସୁଖୋଇ-57, S-500 ଏୟାର ଡିଫେନସ୍ ସିଷ୍ଟମ, T-72, T 90 ଟ୍ୟାଙ୍କ, ବ୍ରହ୍ମୋସ ସୁପରସୋନିକ ମିଶାଇଲର ମିଳିତ ଉତ୍ସାଦନ ଚୁକ୍ତି ସମେତ ୨୫ଟି ବଡ଼ ଡିଲ୍ ହେବା ସମ୍ଭାବନା ରହିଛି ।

2014 ସୁଦ୍ଧା ଭାରତ-ରୁଷିଆ ବାଣିଜ୍ୟ କାରବାର ମାତ୍ର ୧୬ ବିଲିଅନ ରହିଥିଲା । ଏବେ ଏହା ୬୫ ବିଲିୟନ ଅତିକ୍ରମ କରିଛି । ଆସନ୍ତାବର୍ଷ ସୁଦ୍ଧା ବାଣିଜ୍ୟ କାରବାର ଶହେ ବିଲିଅନରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ବିଶ୍ବ ରାଜନୀତିରେ ଦ୍ରୁତ ପରିବର୍ତ୍ତନ ସତ୍ତ୍ବେ ପ୍ରତିକୂଳ ସ୍ଥିତିରେ ଫିକା ପଡ଼ିନି ଭାରତ-ରୁଷିଆ ସମ୍ପର୍କ । ୧୯୭୧ରୁ ଷ୍ଟ୍ରାଟେଜିକ ପାର୍ଟନରସିପ ଆଧାରରେ ମିତ୍ରରାଷ୍ଟ୍ର ରୁଷିଆରୁ ତୈଳ ଆମଦାନୀ କାରଣରୁ ଭାରତୀୟ ରପ୍ତାନି ଉପରେ ୫୦% ଟାରିଫ୍‌ ବୃଦ୍ଧି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଅଧିକ ପଢ଼ନ୍ତୁ : ଦେଶର ସବୁଠୁ ରାଜକୀୟ ହୋଟେଲରେ ରହିବେ ରାଷ୍ଟ୍ରପତି ପୁଟିନ, ଗୋଟିଏ ରାତିର ମୂଲ୍ୟ ୧୦ ଲକ୍ଷ ଟଙ୍କା


ରୁଷିଆରୁ ତେଲ କ୍ରୟ ପାଇଁ ଭାରତ ଉପରେ ଅତିରିକ୍ତ ୨୫% ଟାରିଫ୍‌ ଲାଗୁ କରିଛନ୍ତି ଟ୍ରମ୍ପ୍ । ଟ୍ରେଡ୍ ୱାରକୁ ନେଇ ଭାରତ-ଆମେରିକା ସମ୍ପର୍କ ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚିଥିବାବେଳେ ରୁଷିଆ ସହ ବୃଦ୍ଧି ପାଇଛି ଘନିଷ୍ଠତା । ଭାରତ ସହ ତୈଳ କାରବାର ନେଇ ରୁଷିଆ କ୍ୟାବିନେଟ ସ୍ବତନ୍ତ୍ର ଏମ୍‌ଓୟୁକୁ ମଞ୍ଜୁରୀ ପ୍ରଦାନ କରି ହ୍ବାଇଟ ହାଉସକୁ ଦେଇଥିଲା ସ୍ପଷ୍ଟ ସନ୍ଦେଶ । ଏବେ ଭାରତ ସହ ମେଗା ଡିଲ୍ କୁ ମଧ୍ୟ ଅନୁମୋଦନ କରିଛି ରୁଷିଆ ସଂସଦ ।

ଗତବର୍ଷ ଋଷର କାଜାନ ସହରରେ ଆୟୋଜିତ ୧୬ ତମ ବ୍ରିକ୍ସ ସମିଟରେ ମୋଦି-ପୁଟିନ ଦ୍ବିପାକ୍ଷିକ ଆଲୋଚନାରେ ପାରସ୍ପରିକ ସହଯୋଗରେ ଗୁରୁତ୍ବ ଦେଇଥିଲେ ଉଭୟ ନେତା । ଏହାପରେ ଚଳିତବର୍ଷ ସେପ୍ଟେମ୍ବରରେ ଚୀନରେ ଆୟୋଜିତ SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ଅରସ ସେନାଟ ଲିମୋଜିନ ବୁଲେଟ ପ୍ରୁଫ କାରରେ ବସାଇ ପୁଟିନ ଭାରତ-ଋଷ ସମ୍ପର୍କର ଦୃଢ଼ତାର ପ୍ରମାଣ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Putin to Attend the 23rd India–Russia Summit Tomorrow | Argus News