Russian Crude Oil for India / ମଧ୍ୟ ପ୍ରାଚ୍ୟ ସଂକଟ ବେଳେ ଭାରତକୁ କେତେ ସହାୟକ ହେବ ଋଷୀୟ ତୈଳ?
·6 months ago·3 min read

Key Points
ମଧ୍ୟ ପ୍ରାଚ୍ୟ ସଂକଟର ପ୍ରଭାବ ଏବେ ବୈଶ୍ୱିକ ତୈଳ ବଜାରରେ ଅନୁଭୂତ ହେଲାଣି। ଯାହା ଫଳରେ ଭାରତର ଶକ୍ତି ଚାହିଦା ଏବେ ଦୋଦୁଲ୍ୟମାନ ଅବସ୍ଥାରେ ରହିଛି।
Russian Crude Oil for India: ମଧ୍ୟପ୍ରାଚ୍ୟ ସଂକଟ ମଧ୍ୟରେ ଋଷୀୟ ତୈଳ ଆମଦାନୀ କରିବାକୁ ନେଇ ଭାରତ ଉପରେ ଲଗାଇଥିବା କଟକଣାକୁ ହଟାଇ ଦେଇଛି ଆମେରିକା। ଏଥିପାଇଁ ଭାରତକୁ ୩୦ ଦିନର ରିହାତି ପ୍ରଦାନ କରିଛି ଆମେରିକା। ପ୍ରାୟ ୨୯% ବୃଦ୍ଧି ପାଇବା ପରେ ବ୍ରେଣ୍ଟ ଅଶୋଧିତ ତୈଳର ଭବିଷ୍ୟତ ମୂଲ୍ୟ ବ୍ୟାରେଲ ପିଛା ୧୧୯ ଡଲାରକୁ ବୃଦ୍ଧି ହୋଇପାରେ। ଯାହା ଭାରତର ଶକ୍ତି ସୁରକ୍ଷାକୁ ବିପନ୍ନ କରିପାରେ।
ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖରୁ ଆସନ୍ତା ଅପ୍ରେଲ ୪ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ଏହି ରିହାତି ଭାରତୀୟ ତୈଳ ବିଶୋଧନଗାରକୁ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିବ। ଯାହା ଦ୍ୱାରା ଋଷିଆରୁ ତୈଳ ଆମଦାନୀ କରିବାକୁ ନେଇ ଭାରତ ଉପରେ ଲାଗୁ ହୋଇଥିବା ୨୫% ଶୁଳ୍କ ସହ ଜଡ଼ିତ ପ୍ରତିବନ୍ଧକକୁ କୋହଳ କରିଥାଏ। ଯଦିଓ ଏହି ରିହାତି ଦ୍ୱାରା ବିଶ୍ୱର ତୃତୀୟ ସର୍ବବୃହତ ତୈଳ ଆମଦାନୀ ଦେଶ ପାଇଁ ଆଶ୍ୱସ୍ତିକର ବୋଲି ମନେ ହେଉଛି ହେଲେ ଏହାର ବାସ୍ତବତା ହେଉଛି ସମ୍ପୂର୍ଣ୍ଣ ଭିନ୍ନ।
ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ନୋମୁରା ଭାରତୀ ମୁଖ୍ୟ ଅର୍ଥନୀତିଜ୍ଞ ସୋନାଲ ବର୍ମା କହିଛନ୍ତି ଯେ ଋଷୀୟ ତୈଳ ଆମଦାନୀ କରିବାକୁ ନେଇ ଭାରତକୁ ଆମେରିକା ଯେଉଁ ରିହାତି ଛାଡ଼ ପ୍ରଦାନ କରିଛି ତାହା ଦେଶର ବିଶାଳ ଶକ୍ତି ଆବଶ୍ୟକତାର କେବଳ ଏକ ଅଂଶ। ନୋମୁରା ଆକଳନ ଅନୁଯାୟୀ ଭାରତୀୟ ତୈଳ ବିଶୋଧନାଗାର ପକ୍ଷରୁ ପ୍ରାୟ ୧୦ ମିଲିୟନରୁ ଅଧିକ ଅଶୋଧିତ ଋଷୀୟ ତୈଳ ଆମଦାନୀ କରିଛନ୍ତି। ଭାରତୀୟ ସାମୁଦ୍ରିକ ଅଞ୍ଚଳରେ ପ୍ରାୟ ୧୫ ମିଲିୟନ ବ୍ୟାରେଲ ରହିଛି। ଆଙୁରି ୭ ମିଲିୟନ୍ ବ୍ୟାରେଲ ସିଙ୍ଗାପୁରରେ ରହିଛି। ଅନ୍ୟପେଟ ଭୂମଧ୍ୟସାଗର ଏବଂ ସୁଏଜ୍ କେନାଲ ଦେଇ ଯାଉଥିବା ଟ୍ୟାଙ୍କର୍ ମଧ୍ୟ ଭାରତୀୟ ବନ୍ଦର ଆଡକୁ ମୁହାଁଇଛନ୍ତି।
ଯେତିକି ପରିମାଣରେ ଅଶୋଧିତ ତୈଳ ମହଜୁଦ ରହିଛି ତାହା କେବଳ ୪ ଦିନ ପାଇଁ ଦେଶର ଆବଶ୍ୟକତା ପୂରଣ କରିପାରିବ। ଭାତରେ ଦୈନିକ ୫ ମିଲିୟନ୍ ବ୍ୟାରେଲ ଅଶୋଧିତ ତୈଳ ବ୍ୟବହୃତ ହୋଇଥାଏ। ବିଦେଶରୁ ଭାରତକୁ ଯେଉଁ ତୈଳ ଆସିବାକୁ ରହିଛି ତାହା କିଛି ଦିନ ମଧ୍ୟରେ ଗାଏବ ହୋଇୟିବ। ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ବର୍ଦ୍ଧିତ ତୈଳ ଦରର ପ୍ରଭାବ ବୈଶ୍ୱିକ ବଜାରରେ ଅନୁଭୂତ ହୋଇଗଲାଣି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହର୍ମୁଜ ପ୍ରଣାଳୀ ଦ୍ୱାରା ବିଶ୍ୱରେ ହେଉଥିବା ତୈଳ ପରିବହନର ଏକ-ପଞ୍ଚମାଂଶ ଭାଗ ନିୟନ୍ତ୍ରିତ ହୋଇଥାଏ। ହେଲେ ଏବେ ମଧ୍ୟ ପ୍ରାଚ୍ୟ ସଂକଟ ପ୍ରଭାବରେ ଗତ ସପ୍ତାହରେ ତୈଳ ମୂଲ୍ୟରେ ବିସ୍ଫୋରଣ ହୋଇଥିଲା। ସୋମବାର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୧.୪୬ ଡଲାର ହୋଇଥିଲା। କୁଏତ ଏବଂ ଇରାକ ଭଳି ବିଶ୍ୱର ତୈଳ ଉତ୍ପାଦନକାରୀ ଦେଶ ସେମାନଙ୍କର ଉତ୍ପାଦନ ହ୍ରାସ କରିବା ପରେ ତୈଳ ଦର ୨୦୨୨ ବୃଦ୍ଧି ପାଇବା ଆରମ୍ଭ କରିଥିଲା।
ଭାରତ ଭଳି ଦେଶ ବିଶାଳ ବଜାର ରହିଥିବା ଦେଶ ସେମାନଙ୍କର ଶକ୍ତି ଚାଦିହା ପୂରଣ କରିବା ପାଇଁ ପ୍ରାୟ ୮୫% ଅଶୋଧିତ ତେଲ ଆମଦାନୀ କରିଥାନ୍ତି। ଯାହାର ପ୍ରଭାବ ଏବେ ଦେଶର ଅର୍ଥନୀତିରେ ଅନୁଭଊତ ହୋଇପାରେ। ୟୁକ୍ରେନ ଯୁଦ୍ଧ ପରେ ରୁଷୀୟ ଅଶୋଧିତ ତୈଳ ଭାରତ ପକ୍ଷରୁ ହେଉଥିବା ଆମଦାନୀର ପ୍ରାୟ ୩୫% ଯୋଗାଣ କରୁଥିଲା। ହେଲେ ସେହି ନିର୍ଭରଶୀଳତା ପୂର୍ବରୁ ହ୍ରାସ ପାଇଛି।
ନୋମୁରା ଆକଳନ ଅନୁଯାୟୀ ଗତ ଫେବୃଆରୀରେ ଭାରତରେ ଦୈନିକ ଆବଶ୍ୟକ ହେଉଥିବା ୫ ମିଲିୟନ୍ ବ୍ୟାରେଲ ମଧ୍ୟରୁ ପ୍ରାୟ ୨୦% ଋଷିଆ ଯୋଗାଉଥିଲା। ହେଲେ ୨୦୨୫ ଡିସେମ୍ବର ବେଳକୁ ଏହାର ପରିମାଣ ପ୍ରାୟ ୨୫ ପ୍ରତିଶତ ରହିଥିଲା। ଯାହାର ଅର୍ଥ ହେଉଛି ଆମେରିକା ଦ୍ୱାରା ଭାରତକୁ ଦିଆଯାଇଥିବା ରିହାତି ସାମୟିକ ଭାବେ ଆଶ୍ୱସ୍ତି ପ୍ରଦାନ କରିପାରେ। ହେଲେ ଏହା ଦେଶର ଶକ୍ତି ଚାହିଦାକୁ ପୂରଣ ବହୁତ କମ୍ ସହାୟକ ହେବ।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ ଅଶୋଧିତ ତୈଳ ମୂଲ୍ୟରେ ପ୍ରତ୍ୟେକ ୧୦% ବୃଦ୍ଧି ମୁଦ୍ରାସ୍ଫୀତିକୁ ପ୍ରାୟ ୩୦ ବେସିସ୍ ପଏଣ୍ଟ ବୃଦ୍ଧି କରିପାରେ ଏବଂ ଜିଡ଼ିପି ଅଭିବୃଦ୍ଧିକୁ ପ୍ରାୟ ୧୫ ବେସିସ୍ ପଏଣ୍ଟ ହ୍ରାସ କରିପାରେ। ତେଲ ଗୋଟିଏ ସପ୍ତାହରେ ୨୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବା ପରେ ସାମଗ୍ରିକ ଅର୍ଥନୈତିକ ପ୍ରଭାବ ଫସି ରହିଥିବା ବ୍ୟାରେଲରୁ ଅସ୍ଥାୟୀ ଆଶ୍ୱସ୍ତିକୁ କମ କରିପାରେ।
ବଜାର ପୂର୍ବରୁ ସ୍ୱାଭାବିକ ସ୍ଥିତିରେ ନାହିଁ। ଐତିହାସିକ ଭାବରେ ଅଶୋଧିତ ତୈଳ ମୂଲ୍ୟ ନିଫ୍ଟି ୫୦ ସହିତ ବିପରୀତ ଭାବରେ ଗତି କରେ। କାରଣ ବର୍ଦ୍ଧିତ ଆମଦାନୀ ବିଲ୍, ଟଙ୍କା ଚାପ ଏବଂ ମୁଦ୍ରାସ୍ଫୀତି ଆଦି ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଅନ୍ୟ ଶବ୍ଦରେ କହିବାକୁ ଋଷିଆ ଦ୍ୱାରା ଭାରତକୁ ଦିଆଯାଇଥିବା ଛାଡ କିଛି ଦିନର ଆଶ୍ୱସ୍ତି ପ୍ରଦାନ କରିପାରେ।

Related Topics
Explore more stories