Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Orbit Spying Capability / ମହାକାଶରେ ଭାରତର ଗୁପ୍ତଚର ଆଖି, ଅନ୍ୟ ସାଟେଲାଇଟର ଗତିବିଧି ଉପରେ ରଖିପାରିବ ନଜର

Santosh Kumar Sahoo
Browse all articles by Santosh Kumar Sahoo
·5 months ago·1 min read
ମହାକାଶରେ ଭାରତର ଗୁପ୍ତଚର ଆଖି, ଅନ୍ୟ ସାଟେଲାଇଟର ଗତିବିଧି ଉପରେ ରଖିପାରିବ ନଜର
Orbit Spying Capability

Key Points

ସଫଳ ହେଲା ଭାରତର ପରୀକ୍ଷଣ
ମହାକାଶରେ ଶତ୍ରୁଙ୍କ ଗତିବିଧି ଉପରେ ଭାରତ ରଖିପାରିବ ନଜର
ଅନ୍ୟ ସାଟେଲାଇଟଙ୍କ ଅବସ୍ଥିତି ଓ ଗତିକୁ କରିହେବ ନିରୀକ୍ଷଣ
ମହାକାଶରେ ଭାରତର ଗୁପ୍ତଚର ଆଖି । ବିଶ୍ବର ଯେ କୌଣସି ସାଟେଲାଇଟର ଗତିବିଧି ଉପରେ ନଜର ରଖି ପାରିବ ଭାରତ । ଏହି ପରୀକ୍ଷଣ ସଫଳ ହୋଇଛି । ମହାକାଶ ଗବେଷଣା ଓ ସାଟେଲାଇଟ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅହମ୍ମଦାବାଦର ଘରୋଇ କଂପାନି ଆଜିଷ୍ଟା ଇଣ୍ଡଷ୍ଟ୍ରିଜ୍ ଏହି ସଫଳତା ହାସଲ କରିଛି । ଭାରତୀୟ ସାଟେଲାଇଟ ଦ୍ବାରା ବିଶ୍ବର ଅନ୍ୟ ସାଟେଲାଇଟଙ୍କ ଅବସ୍ଥିତି ଓ ଗତିକୁ ନିରୀକ୍ଷଣ କରିବା ସହ ଏହାର ଫଟୋ ଉଠାଇବାରେ ସଫଳ ହୋଇଛି ।

ଯାହାଫଳରେ ଭବିଷ୍ୟତରେ ମହାକାଶରେ ଶତ୍ରୁଙ୍କ ଗତିବିଧି ଉପରେ ଭାରତ ନଜର ରଖିପାରିବ । ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ବଡ଼ ମାଇଲ ଖୁଣ୍ଟ ହେବ । ଏହାକୁ କୁହାଯାଏ ଅର୍ବିଟ ସ୍ନୁପିଂ । ଆଜିଷ୍ଟା ନିଜର ଆର୍ଥ ଅବଜର୍ଭେସନ ସାଟେଲାଇଟ ବ୍ୟବହାର କରି ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନର ଫଟେ ଉଠାଇଥିଲା । ଗତ ୩ ତାରିଖରେ ଏହି ପରୀକ୍ଷଣ କରାଯାଇଥିଲା । ଅତି କ୍ଷୀପ୍ର ଗତିରେ ପୃଥିବୀ ଚାରିପାଖେ ବୁଲୁଥିବା ଆଇଏସଏସର ଗତିପଥକୁ ସହଜରେ ଦେଖିବା ସହ ଏହାର ଫଟୋ ଉଠାଇଥିଲା ଭାରତୀୟ ସାଟେଲାଇଟ । ଆଇଏସଏସର ୨ ଥର ଫଟୋ ଉଠାଇଥିଲା ଭାରତୀୟ ସାଟେଲାଇଟ, ଆଉ ସଫଳ ବି ହୋଇଥିଲା । ଭବିଷ୍ୟତରେ ଦେଶର ସୁରକ୍ଷା କ୍ଷେତ୍ରରେ ଅର୍ବିଟ ସ୍ନୁପିଂ ବଡ଼ ମାଇଲଖୁଣ୍ଟ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India Gets Space Spy Eye, Can Track and Monitor Other Satellites Successfully | Argus News