Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏବେ ସମଗ୍ର ବିଶ୍ୱ ଖାଇବ ଭାରତୀୟ ଚାଉଳ; ଉତ୍ପାଦନରେ ପଛରେ ପଡିଗଲା ଚୀନ୍

National

Rice King India / ଏବେ ସମଗ୍ର ବିଶ୍ୱ ଖାଇବ ଭାରତୀୟ ଚାଉଳ; ଉତ୍ପାଦନରେ ପଛରେ ପଡିଗଲା ଚୀନ୍

Subhramjit Ray
Browse all articles by Subhramjit Ray
·1 hour ago·2 min read
ଏବେ ସମଗ୍ର ବିଶ୍ୱ ଖାଇବ ଭାରତୀୟ ଚାଉଳ; ଉତ୍ପାଦନରେ ପଛରେ ପଡିଗଲା ଚୀନ୍
Rice King India

Key Points

ଭାରତ ବିଶ୍ୱ ମାନଚିତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି। ଧାନ ଉତ୍ପାଦନରେ ଚୀନ୍କୁ ପଛରେ ପକାଇ ଦେଇଛି ଭାରତ। ଏବେ ବୈଶ୍ୱିକ ବଜାର ଏବେ ଭାରତୀୟ ମହକ ରହିଥିବା ଚାଉଳରେ ମହକରେ ମହକି ଉଠିବ।
Global Largest Rice Producer: ଶସ୍ୟ ଶାମଳା ଭାରତ ବର୍ଷର କୃଷି କ୍ଷେତ୍ରକୁ ନେଇ ଏପରି ଖବର ଆସିଛି ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ ଅନୁଭବ କରାଇଛି। ଶତାବ୍ଦୀ ଧରି ଧାନ ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଥିବା ଚୀନ୍କୁ ପଛରେ ପକାଇ ଦେଇଛି। ଏବେ ବୈଶ୍ୱିକ ବଜାର ଏବେ ଭାରତୀୟ ମହକ ରହିଥିବା ଚାଉଳରେ ମହକରେ ମହକି ଉଠିବ। ଏହା କେବଳ ଏକ ପରିସଂଖ୍ୟାନ ନୁହେଁ। ବରଂ ଦେଶର କୃଷକଙ୍କ କଠିନ ପରିଶ୍ରମର ଫଳ, ଯାହା ଏବେ ଚୀନ ଭଳି ଏକ ପ୍ରମୁଖ ଧାନ ଉତ୍ପାଦନକାରୀ ଦେଶକୁ ମଧ୍ୟ ପଛରେ ପକାଇ ଦେଇଛି।

ଚାଉଳ ଉତ୍ପାଦନରେ ଆଗରେ ଭାରତ; ପଛରେ ପଡ଼ିଗଲା ଚୀନ୍
ବିଶେଷଜ୍ଞଙ୍କ କହିବା କଥା ଯେ ଭାରତ ଯେଉଁ ଗତିରେ ଉତ୍ପାଦନ ବୃଦ୍ଧି କରିଛି ତାହାକୁ ଦେଖିବା ପରେ ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ଚକିଚ ହୋଇଯାଇଛି। ଚୀନ୍ ପୂର୍ବରୁ ନିଜ ଜମି ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଗର୍ବ କରୁଥିବା ବେଳେ, ଭାରତୀୟ ଚାଷୀ ସ୍ୱଦେଶୀ ଜ୍ଞାନକୌଶଳ ଏବଂ କଠିନ ପରିଶ୍ରମ ମାଧ୍ୟମରେ ଏହି ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ, ଭାରତ କେବଳ ନିଜର ଆବଶ୍ୟକତା ପୂରଣ କରୁନାହିଁ ବରଂ ସମଗ୍ର ବିଶ୍ୱକୁ ଖାଦ୍ୟ ଯୋଗାଇବାର କ୍ଷମତା ରଖିଛି। ଏବେ ଖାଦ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ଏକ ମହାଶକ୍ତି ଭାବେ ଉଭା ହୋଇସାରିଛେ।

@Indianinfoguide ନାମକ ଏକ ଏକ୍ସ ଆକାଉଣ୍ଟରୁ (ପୂର୍ବରୁ ଟ୍ୱିଟର) ଏ ସମ୍ପର୍କିତ ଏକ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଯାହାର କ୍ୟାପସନ୍ ରେ ଲେଖାଯାଇଛି, "ଭାରତ ଚୀନକୁ ପଛରେ ପକାଇ ବିଶ୍ୱର ସର୍ବବୃହତ ଚାଉଳ ଉତ୍ପାଦନକାରୀ ଦେଶ ଭାବେ ଉଭା ହୋଇଛି। ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ୬୭ ହଜାରରୁ ଅଧିକ ୟୁଜର ଦେଖି ସାରିଛନ୍ତି।


ଭାରତର ସଫଳତା ଆଗରେ ଚୀନ ଦବଦବା ଶେଷ
ଏହି ସଫଳତା ସହିତ ବୈଶ୍ୱିକ ବଜାରରେ ଏଣିକି ଭାରତୀୟ ଉତ୍ପାଦର ପ୍ରାଧାନ୍ୟ ବୃଦ୍ଧି ପାଇବ। ବିଦେଶୀ ବଜାରରେ ଭାରତୀୟ ଚାଉଳର ଚାହିଦା ଆକାଶଛୁଆଁ ହେବାରେ ଲାଗିଛି। କେବେ ଏହି ଦୌଡ଼ରେ ଏକମାତ୍ର ଘୋଡା ରହିଥିବା ଚୀନ୍ ଏବେ ଭାରତ ପଛରେ ପଡ଼ିଯାଇଛି। ଏହି ବିଜୟ ସେହି ଲକ୍ଷ ଲକ୍ଷ ଚାଷୀଙ୍କର, ଯେଉଁମାନେ ବିଶ୍ୱକୁ ଭାରତୀୟ ଚାଉଳର ସ୍ୱାଦ ଚଖାଇବା ପାଇଁ ଦିନରାତି ପରିଶ୍ରମ କରିଛନ୍ତି।

କୁହାଯାଏ ଯେ କଠିନ ପରିଶ୍ରମ କେବେ ବ୍ୟର୍ଥ ଯାଏ ନାହିଁ। ଯାହାର ସଦ୍ୟତମ ଉଦାହରଣ ହେଉଛନ୍ତି ଭାରତ ବର୍ଷ ପାଇଥିବା ସଫଳତା। ଧାନ ଉତ୍ପାଦନ କ୍ଷେତ୍ରରେ ଚୀନ୍କୁ ପଛରେ ପକାଇବା କୌଣସି ଛୋଟ ସଫଳତା ନୁହେଁ। ଏବେ ସମଗ୍ର ଦେଶବାସୀଙ୍କ ଏକମାତ୍ର ପ୍ରାର୍ଥନା ହେଉଛି ଯେ ଆମର ଚାଷୀ ଭାଇ ଏପରି ଉନ୍ନତି ଜାରି ରଖନ୍ତୁ ଏବଂ ଦେଶର ନାମ ସାରା ବିଶ୍ୱରେ ଉଜ୍ଜ୍ୱଳ ହୋଇଉଠୁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Becomes World's Rice King: Surpasses China with 150MT Production | Argus News