Dubai Air Show Tejas / ଦୁବାଇ ଏୟାର ଶୋ’ରେ ଜଳିଗଲା ଭାରତର ଫାଇଟର ଜେଟ୍ ତେଜସ: ୨୪ବର୍ଷରେ ଏହା ଦ୍ବିତୀୟ ଦୁର୍ଘଟଣା
·6 months ago·3 min read

Key Points
ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ କେବଳ ଧୂଆଁ ଏବଂ ନିଆଁ ହୁତହୁତ ହୋଇ ଜଳୁଥିଲା। ଦୁର୍ଘଟଣାରେ ପାଇଲଟ ମୃତ୍ୟୁବରଣ କରିଥିଲେ।
ଦୀର୍ଘ ୨୪ ବର୍ଷ ଇତିହାସରେ ଆଜି (ଶୁକ୍ରବାର) ଦ୍ବିତୀୟ ଥର ଲାଗି ଦୁର୍ଘଟଣାଗ୍ରସ୍ତ ହୋଇଛି ତେଜସ୍ ଲଢ଼ୁଆ ବିମାନ । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ୍ ଆଜି ଦୁବାଇରେ ଆୟୋଜିତ ଏୟାର ଶୋ’ରେ କ୍ରାସ୍ ହୋଇଯାଇଛି । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ଏଚଏଲ) ତିଆରି କରୁଥିବା ଏହି ତେଜସ୍ କ୍ରାସ ହୋଇଯିବା ପରେ ଏହାର ଦକ୍ଷତାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜି ଏହି ଲଢ଼ୁଆ ବିମାନ ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ନେଇ ଭାରତୀୟ ବାୟୁସେନା ସ୍ପଷ୍ଟ କରିଛି । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପଛରେ ଥିବା ପ୍ରକୃତ କାରଣ ଜଣାପଡ଼ି ନାହିଁ । ଏହା ପୂର୍ବରୁ ୨୦୨୪ରେ ତେଜସ୍ ବିମାନ ରାଜସ୍ଥାନର ଜୈସାଲମେରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଏହାସହ ପଢ଼ନ୍ତୁ: ଦୁବାଇରେ ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ ମୃତ
ଦୁର୍ଘଟଣା କିପରି ଘଟିଲା?
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତେଜସ ଏହାର ଉତ୍କୃଷ୍ଟ କୌଶଳ ପ୍ରଦର୍ଶନ କରୁଥିଲା। ସବୁକିଛି ଯୋଜନା ଅନୁସାରେ ଚାଲିଥିଲା ଯେତେବେଳେ ବିମାନଟି ହଠାତ ଭାରସାମ୍ୟ ହରାଇଲା। ଏବଂ ଦ୍ରୁତ ଗତିରେ ଖସି ପଡ଼ିଲା। କେହି ପ୍ରତିକ୍ରିୟା ଦେବା ପୂର୍ବରୁ, ଭୂମିରେ ଧକ୍କା ହେବା ପରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ କେବଳ ଧୂଆଁ ଏବଂ ନିଆଁ ହୁତହୁତ ହୋଇ ଜଳୁଥିଲା। ଦୁର୍ଘଟଣାରେ ପାଇଲଟ ମୃତ୍ୟୁବରଣ କରିଥିଲେ।
ଲଗାତାର ଦୁଇ ବର୍ଷରେ ଦୁଇ ଥର ତେଜସ୍ ବିମାନ ଦୁର୍ଘଟଣା ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିନ୍ତୁ ଏହି ଦୁଇଟି ଦୁର୍ଘଟଣାକୁ ନେଇ ତେଜସ୍ର ଦକ୍ଷତା ଉପରେ ପ୍ରଶ୍ନ କରିବା ଯୁକ୍ତିସଙ୍ଗତ ହେବ ନାହିଁ ବୋଲି କୁହାଯାଉଛି । କାରଣ ୨୦୦୧ରେ ପ୍ରଥମ ଉଡ଼ାଣ ଭରିଥିବା ସ୍ବଦେଶୀ ଫାଇଟର ଜେଟ୍ ଦୀର୍ଘ ୨୪ ବର୍ଷ ଧରି ନିଜର ଦକ୍ଷତା ଦେଖାଇ ଆସିଛି । ଯଦିଓ ୨୦୦୧ରୁ ଉଡ଼ାଣ ଭରିବା ଆରମ୍ଭ କରିଥିଲା ତେଜସ୍, କିନ୍ତୁ ୨୦୧୬ରେ ବାୟୁସେନା ଏବଂ ନୌସେନାରେ ସାମିଲ ହୋଇଥିଲା।
ଏହାସହ ପଢ଼ନ୍ତୁ: ଭୂକମ୍ପ ଝଟକାରେ ଥରିଲା ପାକିସ୍ତାନ: ରିକ୍ଟର ସ୍କେଲରେ ତୀବ୍ରତା ୫.୨
ତେଜସ୍ ଯୁଦ୍ଧ ବିମାନ ବିଷୟରେ କିଛି ପ୍ରମୁଖ ତଥ୍ୟ:
୧. ସ୍ୱଦେଶୀ ଜ୍ଞାନରେ ବିକଶିତ ତେଜସ୍ ଏକ ହାଲୁକା ଯୁଦ୍ଧ ବିମାନ। ଗୋଟିଏ ସିଟ ଏବଂ ଗୋଟିଏ ଇଞ୍ଜିନ୍ ବିଶିଷ୍ଟ ଫାଇଟର ଜେଟ୍। ଭାରତୀୟ ବାୟୁସେନା ଦୁଇ-ସିଟ୍ ବିଶିଷ୍ଟ ଟ୍ରେନିଂ ବିମାନ ବ୍ୟବହାର କରେ। ଭାରତୀୟ ନୌସେନା ମଧ୍ୟ ଦୁଇ-ସିଟ୍ ବିଶିଷ୍ଟ ତେଜସ୍ ଜେଟ୍ ବ୍ୟବହାର କରେ। ଏହା ୨୦୦୧ରେ ପ୍ରଥମ ଉଡ଼ାଣ ଭରିଥିଲା । ସେହିଭଳି ଦ୍ବିତୀୟ ସିରିଜ୍ର ପ୍ରଥମ ବିମାନ ମାର୍ଚ୍ଚ ୨୨, ୨୦୧୬ରେ ଉଡ଼ିଥିଲା ।
୨. ତେଜସ୍ ବିମାନ ୪ ହଜାର କେଜିର ଯୁଦ୍ଧାସ୍ତ୍ର ଏବଂ ସାମଗ୍ରିକ ଭାବରେ ମୋଟ ୧୩,୩୦୦ କେଜି ଓଜନ୍ ନେଇ ଉଡ଼ାଣ ଭରିବାର କ୍ଷମତା ରଖିଛି । ହାଲୁକା ଏବଂ ଗୋଟିଏ ଇଞ୍ଜିନରେ ପରିଚାଳିତ ତେଜସ୍ ଯୁଦ୍ଧ ବିମାନର ଦକ୍ଷତା ବହୁତ ବେଶୀ ।
୩. ମଲ୍ଟି ରୋଲ୍ ଫାଇଟର ଜେଟ୍ ତେଜସ୍, ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାରେ ପାରଙ୍ଗମ । ୪.୫ ଜେନେରେସନ୍ର ଏହି ଯୁଦ୍ଧ ବିମାନ ସ୍ଥଳରେ ଥିବା ସେନ୍ୟମାନଙ୍କୁ ଏୟାର ସପୋର୍ଟ ଦେବା ଲାଗି ଡିଜାଇନ୍ କରାଯାଇଛି ।
୪. ତେଜସ୍ ଯୁଦ୍ଧ ବିମାନକୁ ପ୍ରଥମେ ୨୦୧୬ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ନମ୍ବର ୪୫ ସ୍କ୍ବାର୍ଡନରେ ‘ଫ୍ଲାଇଂ ଡାଗର୍ସ’ ନାଁରେ ସାମିଲ ହୋଇଥିଲା ତେଜସ୍ ।
୫. ‘ମେକ୍ ଇନ ଇଣ୍ଡିଆ’ କ୍ୟାମ୍ପେନ୍ ଅଧୀନରେ ଭାରତ ସରକାର ଚଳିତ ବର୍ଷ ଅଗଷ୍ଟରେ ବାୟୁସେନା ଲାଗି ଆଉ ୯୭ଟି ତେଜସ୍ ମାର୍କ-୧ଏ ଜେଟ୍ କ୍ରୟକୁ ଅନୁମୋଦନ କରିଥିଲେ । ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀକୁ ବେଶ ପ୍ରୋତ୍ସାହିତ କରିଥିଲା ସରକାରଙ୍କ ଏହି ପଦକ୍ଷେପ ।
ତେଜସ୍ Mk1A ହେଉଛି ଏକ ୪.୫ ପିଢ଼ିର ମଲ୍ଟି-ରୋଲ୍ ଯୁଦ୍ଧ ବିମାନ। ଏହାର ଅର୍ଥ, ଏହା ବାୟୁ, ସ୍ଥଳ ଏବଂ ସମୁଦ୍ରରେ ଆକ୍ରମଣ କରିବାକୁ ସକ୍ଷମ। ଏହା ଛୋଟ ରନୱେରେ ମଧ୍ୟ ସହଜରେ ଅବତରଣ ଏବଂ ଉଡ଼ାଣ କରିପାରିବ । ଭାରତ ତେଜସ୍ ଏମକେ-୧ଏ ପରେ ତେଜସ୍ ଏମକେ-୨ ଉପରେ କାମ କରୁଛି। ଏହାର ପ୍ରଥମ ପରୀକ୍ଷଣ ୨୦୨୬ ମସିହାରେ ହେବ ବୋଲି ଆଶା କରାଯାଉଛି। ଏହାର ପ୍ରଥମ ଉଡ଼ାଣ ସେହି ବର୍ଷ ଶେଷ କିମ୍ବା ୨୦୨୭ ପ୍ରାରମ୍ଭରେ ହେବ ବୋଲି କୁହାଯାଉଛି । ଏହାକୁ ଶତ୍ରୁର ଯୁଦ୍ଧ ବିମାନକୁ ଟ୍ରାକ୍ ଏବଂ ଧ୍ୱଂସ କରିବା ପାଇଁ ଡିଜାଇନ୍ କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories