Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଭାରତୀୟ ବାୟୁସେନାକୁ ମିଳିବ ଆତ୍ମନିର୍ଭର ଭାରତର ଶକ୍ତି

National

ଭାରତୀୟ ବାୟୁସେନାକୁ ମିଳିବ ଆତ୍ମନିର୍ଭର ଭାରତର ଶକ୍ତି

Jitendra Dash
Browse all articles by Jitendra Dash
·2 years ago·2 min read
ଭାରତୀୟ ବାୟୁସେନାକୁ ମିଳିବ ଆତ୍ମନିର୍ଭର ଭାରତର ଶକ୍ତି

ଅର୍ଗସ ବ୍ୟୁରୋ : ବାୟୁସେନାକୁ ମୋଦି ସରକାରଙ୍କ ବଡ଼ ଉପହାର । ଭାରତୀୟ ବାୟୁସେନାକୁ ମିଳିବ ଆତ୍ମନିର୍ଭର ଭାରତର ଶକ୍ତି । ତେଜସ ବଳରେ ତେଜିଆନ ଏବଂ ପ୍ରଚଣ୍ଡ ଶକ୍ତିରେ ବଳିୟାନ ହେବ ଭାରତୀୟ ବାୟୁସେନା । ଏନେଇ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦରେ ବଡ଼ ନିଷ୍ପତ୍ତି ନିଆଯାଇଛି । ୯୭ଟି ତେଜସ ଯୁଦ୍ଧ ବିମାନ ଓ ୧୫୬ ପ୍ରଚଣ୍ଡ ହେଲିକ୍ପଟର କ୍ରୟକୁ ମିଳିଛି ମଞ୍ଜୁରି । ଏଥିପାଇଁ ଖର୍ଚ୍ଚ ହେବ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା । 

ଅଧିକ ପଢନ୍ତୁ ଭାରତ ଖବର

ଭାରତୀୟ ବାୟୁସେନା ପାଇଁ ତେଜସ ମାର୍କ ୧-ଏ ଲଢୁଆ ବିମାନ ଏବଂ ପ୍ରଚଣ୍ଡ ହେଲିକପ୍ଟର ସହ କେତେକ ଅତିରିକ୍ତ ଚୁକ୍ତିକୁ ମଧ୍ୟ ଅନୁମୋଦନ କରିଛି ପ୍ରତିରକ୍ଷା ପରିଷଦ । ଉଭୟ ତେଜସ୍‌ ଏବଂ ପ୍ରଚଣ୍ଡ ହେଲିକପ୍ଟର ଭାରତରେ ନିର୍ମିତ ହେବ । ଏହି ଡିଲ୍‌ ସମ୍ପୂର୍ଣ୍ଣ ହେଲେ ଏହା ଭାରତର ଇତିହାସରେ ସ୍ବଦେଶୀ ନିର୍ମାତାଙ୍କୁ ମିଳିଥିବା ସବୁଠାରୁ ବଡ ଅର୍ଡର ହେବ । ତେଜସ୍‌ MARK 1A ହେଉଛି ସ୍ବଦେଶୀ ଜ୍ଞାନକୌଶଳରେ ଡିଜାଇନ୍‌, ବିକଶିତ ଏବଂ ନିର୍ମିତ ଆଧୁନିକ ଚତୁର୍ଥ ପିଢ଼ିର ଲଢୁଆ ବିମାନ । ଯେଉଁଥିରେ ୬୫ ପ୍ରତିଶତରୁ ଅଧିକ ସ୍ବଦେଶୀ ଉପାଦାନ ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିରେ ନିକ୍‌ ସ୍କାନ୍‌ RA ରାଡାର ସହ ବିୟଣ୍ଡ ଭିଜୁଆଲ ରେଞ୍ଜ କ୍ଷେପଣାସ୍ତ୍ର ଲଗାଯାଇଛି । ଏହି ବିମାନ ଉଡନ୍ତା ଅବସ୍ଥାରେ ଇନ୍ଧନ ଭରିବାକୁ ସକ୍ଷମ । ସେହିପରି ସେନାର ଆବଶ୍ୟକତାକୁ ଦେଖି ପ୍ରଚଣ୍ଡ ହେଲିକପ୍ଟରକୁ ନିର୍ମାଣ କରାଯାଇଛି । ମରୁଭୂମି ସହ ସିଆଚିନ୍ ଓ ପୂର୍ବ ଲଦାଖରେ ଏହା ପ୍ରଚଣ୍ଡ ପ୍ରହାର କରିବାରେ ସକ୍ଷମ । ମିସାଇଲ ସହ ୫.୮ ଟନ୍ ଓଜନର ଯୁଦ୍ଧାସ୍ତ୍ର ନେଇ ଉଡାଣ ଭରିପାରିବ । ୨୦ ମିଲିମିଟରର କ୍ୟାଲିବର ଗନ୍ ଓ ୭୦ ମିଲିମିଟରର ରକେଟ୍ ଖଞ୍ଜା ଯାଇଛି ଏହି ହେଲିକପ୍ଟରରେ । ଯାହା ଆକାଶରୁ ଆକାଶ ଓ ଆକାଶରୁ ଭୂପୃଷ୍ଠକୁ ଟାର୍ଗେଟ୍ କରି ଶତ୍ରୁର ଟ୍ୟାଙ୍କ, ବଙ୍କର ଓ ଡ୍ରୋନକୁ ନଷ୍ଟ କରିପାରିବ ।

Argus Whatsapp Channel Mobile Top
Sponsored
India to get more fighter jets as government clears procurement of 97 Tejas jets, 156 Prachand attack helicopters | Argus News