Videos
|
National

Banking News / ଅଚଳ ଖାତାରେ ଜମା ଥିବା ୭୩ ହଜାର କୋଟି ଟଙ୍କା ଫେରାଇବାକୁ ପ୍ରସ୍ତୁତି, ଆପଣଙ୍କ ଟଙ୍କା ନାହିଁ ତ ?

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଅଚଳ ଖାତାରେ ଜମା ଥିବା ୭୩ ହଜାର କୋଟି ଟଙ୍କା ଫେରାଇବାକୁ ପ୍ରସ୍ତୁତି, ଆପଣଙ୍କ ଟଙ୍କା ନାହିଁ ତ ?
₹73,000 Crore Unclaimed

Key Points

ସଂସଦରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, "ବ୍ୟାଙ୍କ, ବୀମା କମ୍ପାନୀ ଓ ମ୍ୟୁଚ୍ୟୁଆଲ୍ ଫଣ୍ଡରରେ ପ୍ରାୟ ୭୩ ହଜାର କୋଟିରୁ ଅଧିକ ଟଙ୍କା ରହିଛି । ଏହି ଟଙ୍କାର କୌଣସି ଦାବିଦାର ନାହାନ୍ତି ।
ନୂଆଦିଲ୍ଲୀ: ବ୍ୟାଙ୍କ, ବୀମା କିମ୍ବା ମ୍ୟୁଚୁଆଲ୍ ଫଣ୍ଡରେ ଟଙ୍କା ଜମା କରି ଭୁଲି ଯାଇଛନ୍ତି କି ? ଅଥବା କୌଣସି କାରଣରୁ ଦାବି ଉପସ୍ଥାପନ କରିନାହାନ୍ତି । ଏ ଦିଗରେ ସରକାର ବଡ଼ ଅପଡେଟ୍ ଦେଇଛନ୍ତି । ଅଚଳ ଖାତାରେ ଜମା ଥିବା ଟଙ୍କା ଫେରସ୍ତ ପାଇଁ ସରକାର ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ।

ସଂସଦରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, "ବ୍ୟାଙ୍କ, ବୀମା କମ୍ପାନୀ ଓ ମ୍ୟୁଚ୍ୟୁଆଲ୍ ଫଣ୍ଡରରେ ପ୍ରାୟ ୭୩ ହଜାର କୋଟିରୁ ଅଧିକ ଟଙ୍କା ରହିଛି । ଏହି ଟଙ୍କାର କୌଣସି ଦାବିଦାର ନାହାନ୍ତି । ଏହି ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରାଯାଉଛି । ଏଥିପାଇଁ ଡିଜିଟାଲ୍ ଟ୍ରାକିଂ ପ୍ଲାଟଫର୍ମ ଆରମ୍ଭ ହୋଇଛି । ଦେଶବ୍ୟାପୀ ସଚେତନତା ଅଭିଯାନ ଚାଲିଛି ।"

ଏଥିସହ ପଢ଼ନ୍ତୁ: ମହିଳାଙ୍କ ପାଇଁ ବଡ଼ ଖବର: ବ୍ୟାଙ୍କକୁ ଯିବା ଦରକାର ନାହିଁ ଘରେ ବସି ପାଆନ୍ତୁ ୫,୦୦୦

କେବଳ ବ୍ୟାଙ୍କରେ ୬୦ ହଜାର କୋଟି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଦେଇଥିବା ତଥ୍ୟ ଅନୁସାରେ, ବ୍ଯାଙ୍କରେ ଥିବା ୬୦ ହଜାର ୫୦୦ କୋଟି ଜମାର କେହି ଦାବିଦାର ନାହାନ୍ତି । ଉକ୍ତ ଜମା ଟଙ୍କାକୁ ଲୋକଙ୍କୁ ଫେରସ୍ତ ପାଇଁ ପ୍ରୟାସ କରାଯାଉଛି । ଜାନୁଆରୀ ୨୦୨୬ ଶେଷ ସୁଦ୍ଧା ସରକାରୀ ବ୍ୟାଙ୍କ ୬୦, ୫୧୮ କୋଟି ଟଙ୍କା ଆରବିଆଇର DEA ଫଣ୍ଡକୁ ଟ୍ରାନ୍ସଫର କରିଛନ୍ତି ।

ଏଥିସହ ବୀମା ପରିଚାଳନା କରୁଥିବା ସଂସ୍ଥା IRDAI ଏବଂ ମ୍ୟୁଚୁଆଲ୍ ଫଣ୍ଡକୁ ନିୟନ୍ତ୍ରଣ କରୁଥିବା SEBI ଅନୁସାରେ, ବୀମା କମ୍ପାନୀ ପାଖରେ ୮, ୯୭୩. ୮୯ କୋଟି ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ୩, ୭୪୯. ୩୪ କୋଟି ଟଙ୍କା ପଡ଼ି ରହିଛି ।

ମୃତକଙ୍କ ଟଙ୍କାରେ ମିଳିବ କି ସୁଧ ?

ଜମାକାରୀଙ୍କ ମୃତ୍ୟୁ ହୋଇଥିଲେ ତାଙ୍କ ଟଙ୍କା ଉଠାଣ ପାଇଁ ଆରବିଆଇ ନିୟମ ଜାରି କରିଚି । ଏଥିପାଇଁ ୨୦୨୫ ଅକ୍ଟୋବରରେ ପ୍ରୋତ୍ସାହନ ଯୋଜନା ଆରମ୍ଭ ହୋଇଥିଲା । ଯେଉଁଥିରେ ସଫଳ ଦାବି ଉପସ୍ଥାପନରେ ଜମା ରାଶି ଉପରେ ୫ରୁ ୭.୫ ପ୍ରତିଶତ ପର୍ଯ୍ୟନ୍ତ ଇନସେଣ୍ଟିଭ୍ ଦିଆଯାଉଛି ।

ଏଥିସହ ପଢ଼ନ୍ତୁ:
 ବଜେଟ୍‌ରେ ମହିଳାଙ୍କୁ ବଡ଼ ଭେଟି; ହୋଲି ଓ ଦୀପାବଳିରେ ଦିଲ୍ଲୀରେ ମିଳିବ ମାଗଣା LPG

ଏଥିସହ ବ୍ୟାଙ୍କଗୁଡ଼ିକ ସମୟ ସମୟରେ ଅଭିଯାନ ଚଳାଇବା, ଅଚଳ ଆକାଉଣ୍ଟ ନେଇ ସୂଚୀ ପ୍ରକାଶ କରିବା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କୁହାଯାଇଛଇ । ୫ ଲକ୍ଷ ପର୍ଯ୍ୟନ୍ତ ଦାବି ଉପରେ କମ୍ କାଗଜପତ୍ର ଆବଶ୍ୟକ ହେଉଥିବା ବେଳେ ଡିଜିଟାଲ୍ ବ୍ୟବସ୍ଥାରେ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରାଯାଉଛି ।

ମନ୍ତ୍ରୀଙ୍କ ଅନୁସାରେ, ୨୦୨୬ ଫେବ୍ରୁଆରୀ ପର୍ଯ୍ୟନ୍ତ ଏଭଳି ୨୩ ଲକ୍ଷ ଦାବି ଉପସ୍ଥାପନ ହୋଇଥିବା ବେଳେ ୫, ୭୭୭ କୋଟି ଟଙ୍କା ଫେରସ୍ତ କରାଯାଇଛି । ଲୋକଙ୍କ ସୁବିଧା ପାଇଁ ବୀମା ଭରୋସା ଓ ମିତ୍ର ଭଳି ଡିଜିଟାଲ୍ ପ୍ଲାଟଫର୍ମ କାର୍ଯ୍ୟ କରୁଛି । ଯେଉଁଠି ଆବେଦନ କରି ଆପଣ ଅଚଳ ଖାତାରେ ଥିବା ଟଙ୍କା ପାଇ ପାରିବେ ।