India Unity Message / 'ଭିନ୍ନ ଭାଷା, ଭିନ୍ନ ସଂସ୍କୃତି... କିନ୍ତୁ ଆମେ ସମସ୍ତେ ଭାରତୀୟ'
·5 months ago·2 min read

Key Points
ହିମାଚଳ ରାଜ୍ୟପାଳଙ୍କ ବଡ଼ ବୟାନ
ଏକତା ହିଁ ଦେଶର ଶକ୍ତି
ଓଡ଼ିଶା ସାମ୍ବାଦିକଙ୍କ ସହ ରାଜ୍ୟପାଳଙ୍କ ସାକ୍ଷାତ

ଭାରତ ଏକ ବିବିଧତାର ଦେଶ ହେଉଥିବା ସତ୍ତ୍ୱେ ଏହାର ଏକତା ହିଁ ତାହାର ସବୁଠୁ ବଡ଼ ଶକ୍ତି । ଭାରତର ବିଭିନ୍ନ ପ୍ରାନ୍ତରେ ବହୁ ପ୍ରକାର ଭାଷା ପ୍ରଚଳିତ ସଂସ୍କୃତି, ପରମ୍ପରା ଓ ଭାଷା ଭିନ୍ନ ଥିଲେ ମଧ୍ୟ ଭାରତୀୟ ଏକ ବୋଲି କହିଛନ୍ତି ହିମାଚଳ ପ୍ରଦେଶର ରାଜ୍ୟପାଳ କବିନ୍ଦର ଗୁପ୍ତା l
ସେ କହିଛନ୍ତି, ଦେଶର ବିଭିନ୍ନ ପ୍ରାନ୍ତରେ ଭାଷା, ସଂସ୍କୃତି ଓ ପରମ୍ପରା ଭିନ୍ନ ହୋଇଥିଲେ ମଧ୍ୟ ଆମେ ସମସ୍ତେ ଭାରତୀୟ ଏବଂ ଏହା ହିଁ ଆମ ଦେଶର ସୌନ୍ଦର୍ଯ୍ୟ । ପ୍ରଧାନମନ୍ତ୍ରୀଙ୍କ ''ଏକ ଭାରତ, ଶ୍ରେଷ୍ଠ ଭାରତ" ଦୃଷ୍ଟିକୋଣ ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଫଳିତ ହେଉଥିବା ସେ ଉଲ୍ଲେଖ କରିଛନ୍ତି ।
Press Information Bureauର ତତ୍ତ୍ୱାବଧାନରେ ହିମାଚଳ ପ୍ରଦେଶ ଗସ୍ତରେ ଥିବା ଓଡ଼ିଶାର ସାମ୍ବାଦିକ ପ୍ରତିନିଧି ଦଳ ସୋମବାର ଲୋକଭବନରେ ରାଜ୍ୟପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସେମାନେ ରାଜ୍ୟର ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅନୁଭବ ବାଣ୍ଟିଥିଲେ ।
ରାଜ୍ୟପାଳ କହିଛନ୍ତି, ହିମାଚଳ ପ୍ରଦେଶରେ ଅଟଳ ସୁଡ଼ଙ୍ଗ ସହିତ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ସେହିପରି ଜମ୍ମୁ-କାଶ୍ମୀରରେ ମଧ୍ୟ ସଡ଼କ, ସୁଡ଼ଙ୍ଗ, ବିମାନ ଓ ରେଳ ସଂଯୋଗ ବୃଦ୍ଧି ପାଇଛି । ଯାହା ସୀମାନ୍ତ ଅଞ୍ଚଳକୁ ମୁଖ୍ୟଧାରା ସହିତ ଯୋଡ଼ି ଦେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ଆହୁରି କହିଛନ୍ତି, ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସ୍ଥାନୀୟ ଉତ୍ପାଦ ଓ ଔଷଧୀୟ ଉଦ୍ଭିଦ ଚାଷକୁ ପ୍ରୋତ୍ସାହନ ଦେବା ଆବଶ୍ୟକ । ଏହା ସହିତ ନିଶାମୁକ୍ତ ହିମାଚଳ ଓ ପ୍ରାକୃତିକ କୃଷିକୁ ଆହୁରି ଆଗକୁ ବଢ଼ାଇବା ଉପରେ ଜୋର ଦେଇଛନ୍ତି । ପର୍ଯ୍ୟଟନକୁ କ୍ରୀଡା, ବିଶେଷକରି ଶୀତକାଳୀନ କ୍ରୀଡା ସହ ଯୋଡ଼ିବା ଓ ଯୁବକମାନଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ନୂଆ ଦିଗ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ଏହି ଅବସରରେ ପିଆଇବିର ସହକାରୀ ନିର୍ଦ୍ଦେଶକ ସଂଜୀବ ଶର୍ମା ରାଜ୍ୟପାଳଙ୍କୁ ସମ୍ମାନିତ କରିଥିଲେ । ପ୍ରତିନିଧି ଦଳ ଲୋକଭବନ ପରିଦର୍ଶନ କରି ଏହାର ଐତିହ୍ୟ କକ୍ଷ ଦେଖି ପ୍ରଭାବିତ ହୋଇଥିଲେ । ରାଜ୍ୟପାଳଙ୍କ ସଚିବ ସି.ପି. ବର୍ମା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Related Topics
Explore more stories