ଋଷିଆ ସହ ଭାରତ କି କଥା ହେଉଛି ? କାହିଁକି ନଜର ରଖୁଛି ଆମେରିକା ?

ଅର୍ଗସ ବ୍ୟୁରୋ : ଆମେରିକା ଫୋକସ୍ ରେ ଭାରତ ରୁଷ୍ ସଂପର୍କ । ଭାରତ ରୁଷ ସହିତ ନିଜର ସଂପର୍କକୁ ରୁଷ ଯୁକ୍ରେନ ବିବାଦକୁ ସମାପ୍ତ କରିବାକୁ ବ୍ୟବହାର କରୁ ବୋଲି ଆମେରିକାର ବିବୃତ୍ତି । ରୁଷ୍ ସହିତ ଭାରତର ଦୀର୍ଘ ଦିନର ସମ୍ପର୍କକୁ ବ୍ୟବହାର କରିବାକୁ ଆମେ ଉତ୍ସାହିତ କରିଛୁ ଏବଂ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ବେଆଇନ ଯୁଦ୍ଧ ବନ୍ଦ କରିବାକୁ ଏବଂ ଏକ ଶାନ୍ତି ରକ୍ଷା କରିବାକୁ ଭାରତ ଅନୁରୋଧ କରୁ ବୋଲି ହ୍ବାଇଟ ହାଉସ୍ ପ୍ରେସ କନଫରେନ୍ସରେ ପାକ୍ ସମ୍ବାଦିକ ପ୍ରଶ୍ନର ଉତ୍ତରରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ଆମେରିକା ବୈଦେଶିକ ମୁଖପାତ୍ର ମାଥ୍ୟୁ ମିଲର ।
ଅଧିକ ପଢନ୍ତୁ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମାନସିକ ସ୍ବାସ୍ଥ୍ୟକୁ ନେଇ ପୁଣି ଚର୍ଚ୍ଚା
ଜାତିସଂଘର ଚାର୍ଟର ଏବଂ ୟୁକ୍ରେନର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୈାମତ୍ୱକୁ ସମ୍ମାନ ଦେବା ପାଇଁ ଭ୍ଲାଦିମିର ପୁଟିନଙ୍କୁ ଭାରତ ତରଫରୁ କହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମିଲର୍ । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ମସ୍କୋ ଯାତ୍ରା ସମଯରେ ମୋଦି ପୁଟିନ୍ ଙ୍କ ଉପରେ ପୁରା ବିଶ୍ବର ନଜର ଥିଲା । ତେବେ ଯୁଦ୍ଧ ନୁହେଁ ଶାନ୍ତି ଦ୍ବାରା ବିବାଦର ସମାଧାନ ହୋଇପାରିବ ବୋଲି ପୁଟିନ୍ କ ସହ ଆଲୋଚନା ସମୟରେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।