Wedding Business / କାଲି ଠାରୁ ଦେଶରେ ବିବାହର ଧୁମ୍। ୫୨ ଲକ୍ଷ ଦମ୍ପତିଙ୍କ ପଡ଼ିବ ହାତଗଣ୍ଠି, ବଜାରରେ ହେବ ଟଙ୍କାର ବର୍ଷା
·20 mins ago·2 min read

Key Points
କାଲି ଠାରୁ ଦେଶରେ ବିବାହର ଧୁମ୍।
୫୨ ଲକ୍ଷ ଦମ୍ପତିଙ୍କ ପଡ଼ିବ ହାତଗଣ୍ଠି
ବଜାରରେ ହେବ ଟଙ୍କାର ବର୍ଷା
୫୨ ଲକ୍ଷ ଦମ୍ପତିଙ୍କ ପଡ଼ିବ ହାତଗଣ୍ଠି
ବଜାରରେ ହେବ ଟଙ୍କାର ବର୍ଷା
ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେବାକୁ ଯାଉଛି ବିବାହର ମହାକୁମ୍ଭ। ଚଳିତ ବିବାହ ଋତୁରେ ମାତ୍ର ୨୫ ଦିନ ମଧ୍ୟରେ ପ୍ରାୟ ୫୨ ଲକ୍ଷ ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହେବେ। ଏହାକୁ ନେଇ ଦେଶର ବ୍ୟବସାୟିକ ମହଲରେ ଉତ୍ସାହ ବଢ଼ିଛି। ବିବାହ ଆୟୋଜନ ଯୋଗୁଁ ବଜାରକୁ ପ୍ରାୟ ୭.୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ଆସିବା ନେଇ ଆକଳନ କରିଛି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT)।
CAITର ଆକଳନ ଅନୁଯାୟୀ, ନଭେମ୍ବର ୨୧ରୁ ଡିସେମ୍ବର ୧୫ ମଧ୍ୟରେ ଦେଶରେ ପ୍ରାୟ ୫୨ ଲକ୍ଷ ବିବାହ ହେବାକୁ ଯାଉଛି। ଅର୍ଥାତ୍ ପ୍ରତିଦିନ ହାରାହାରି ୨ ଲକ୍ଷରୁ ଅଧିକ ବିବାହ ହେବାର ସମ୍ଭାବନା ରହିଛି। ୨୫ଟି ରାଜ୍ୟର ୫୫୦ରୁ ଅଧିକ ବ୍ୟବସାୟୀ ସଂଗଠନ ଓ ୩୦୦ରୁ ଅଧିକ ବ୍ୟବସାୟୀଙ୍କ ସହ ଆଲୋଚନା ଆଧାରରେ ଏହି ଆକଳନ କରାଯାଇଛି।
ଗତବର୍ଷ ତୁଳନାରେ ୧୫% ଅଧିକ କାରବାର
ଗତ ୨୦୨୫ ବିବାହ ଋତୁରେ ପ୍ରାୟ ୬.୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା। ଚଳିତ ବର୍ଷ ଏହା ୭.୫ ଲକ୍ଷ କୋଟି ଟଙ୍କା ଛୁଇଁପାରେ। ଅର୍ଥାତ୍ ପୂର୍ବବର୍ଷ ତୁଳନାରେ ପ୍ରାୟ ୧୫ ପ୍ରତିଶତ ଅଧିକ ବ୍ୟବସାୟ ହେବାର ଆଶା ରହିଛି। ଏହି ବ୍ୟବସାୟ ମଧ୍ୟରୁ ୪.୦୫ ଲକ୍ଷ କୋଟି ଟଙ୍କା ସାମଗ୍ରୀ ଓ ଖୁଚୁରା ବଜାରରୁ ଆସିବାକୁ ଥିବାବେଳେ ସେବା କ୍ଷେତ୍ରରୁ ୩.୪୫ ଲକ୍ଷ କୋଟି ଟଙ୍କାର କାରବାର ହେବାର ଆକଳନ ରହିଛି।
ପଢନ୍ତୁ ଏହି ଖବର: ବିଦେଶ ମାଟିରେ ଭାରତକୁ ଅପମାନିତ କଲେ ରାହୁଲ ଗାନ୍ଧୀ, ବିଜେପି କହିଲା ରାହୁଲ 'ପାକିସ୍ତାନ ଫ୍ୟାନ୍ବୟ'
ଅଳଙ୍କାରରେ ସର୍ବାଧିକ ଖର୍ଚ୍ଚ
ବିବାହ ଋତୁରେ ସୁନା ଓ ଅଳଙ୍କାର ବଜାରରେ ସବୁଠାରୁ ଅଧିକ କାରବାର ହେବାର ସମ୍ଭାବନା ରହିଛି। କେବଳ ଅଳଙ୍କାର କିଣାରେ ପ୍ରାୟ ୧.୨୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ପୋଷାକ ଓ ଫ୍ୟାଶନ୍ ସାମଗ୍ରୀରେ ୯୦ ହଜାର କୋଟି, ଉପହାର ଓ ବିବାହ ସାମଗ୍ରୀରେ ୩୭,୫୦୦ କୋଟି ଏବଂ ଇଲେକ୍ଟ୍ରୋନିକ୍ସ, ଫର୍ଣ୍ଣିଚର ଓ ଘରୋଇ ସାମଗ୍ରୀରେ ୩୦ ହଜାର କୋଟି ଟଙ୍କାର ବ୍ୟବସାୟ ହେବାର ଆକଳନ ରହିଛି। ସେହିପରି କ୍ୟାଟରିଂ ଓ ଖାଦ୍ୟ ସେବାରେ ୭୫ ହଜାର କୋଟି, ବିବାହ ମଣ୍ଡପ ଓ ହୋଟେଲରେ ୬୦ ହଜାର କୋଟି ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଓ ସାଜସଜ୍ଜା କ୍ଷେତ୍ରରେ ବଡ଼ ଧରଣର କାରବାର ହେବାକୁ ଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧.୨୫ କୋଟି ନିଯୁକ୍ତି ସୁଯୋଗ!
ବିବାହ ଋତୁ କେବଳ ବ୍ୟବସାୟ ନୁହେଁ, ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ନୂଆ ଗତି ଦେବ। CAIT ଅନୁସାରେ, ଏହି ୨୫ ଦିନରେ ପ୍ରାୟ ୧.୨୫ କୋଟି ଅସ୍ଥାୟୀ, ଋତୁକାଳୀନ ଓ ଆଂଶିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ। କ୍ୟାଟରିଂ, ଫଟୋଗ୍ରାଫି, ହୋଟେଲ, ପରିବହନ, ସାଜସଜ୍ଜା ଓ ଇଭେଣ୍ଟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଲୋକଙ୍କୁ କାମ ମିଳିବ। ତେବେ ଦିଲ୍ଲୀ-NCRରେ ପ୍ରାୟ ୫ ଲକ୍ଷ ବିବାହ ହେବା ସହ ୨.୫ ଲକ୍ଷ କୋଟି ଟଙ୍କାର କାରବାର ହେବାର ଆକଳନ ରହିଛି।
ବିବାହ ଋତୁରେ ସ୍ଥାନୀୟ ବ୍ୟବସାୟୀ, କ୍ଷୁଦ୍ର ଉଦ୍ୟୋଗ ଓ ଘରୋଇ ଉତ୍ପାଦକଙ୍କୁ ସାମଗ୍ରୀ କିଣିବାକୁ CAIT ପକ୍ଷରୁ ମଧ୍ୟ ଆହ୍ୱାନ ଦିଆଯାଇଛି। ଏବେ ଦେଖିବାକୁ ବାକି, ଏହି ବିବାହ ମହାକୁମ୍ଭ ଦେଶର ଅର୍ଥନୀତିକୁ କେତେ ନୂଆ ଗତି ଦେଉଛି।

Related Topics
Explore more stories