Rahul Pakistani Fanboy / ବିଦେଶ ମାଟିରେ ଭାରତକୁ ଅପମାନିତ କଲେ ରାହୁଲ ଗାନ୍ଧୀ, ବିଜେପି କହିଲା ରାହୁଲ 'ପାକିସ୍ତାନ ଫ୍ୟାନ୍ବୟ'
·1 hour ago·2 min read

Key Points
ବିଦେଶ ମାଟିରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ତେଜିଲା ରାଜନୀତି
ବିଶ୍ବ ରାଜନୀତିରେ ଭାରତକୁ 'ସାଇଡ୍ ପ୍ଲେୟାର' କହିଲେ ରାହୁଲ ଗାନ୍ଧୀ
ଚିକାଗୋ ବିଶ୍ୱବିଦ୍ୟାଳୟରେ ଭାରତର ବୈଦେଶିକ ନୀତି ଉପରେ ଉଠାଇଲେ ପ୍ରଶ୍ନ
ରାହୁଲଙ୍କୁ 'ପାକିସ୍ତାନ ଫ୍ୟାନ୍ବୟ' କହି ଟାର୍ଗେଟ୍ କଲା ବିଜେପି
ବିଦେଶରେ ଦେଶର ସମ୍ମାନ କ୍ଷୁଣ୍ଣ କରୁଛନ୍ତି ରାହୁଲ: ବିଜେପି

ନୂଆଦିଲ୍ଲୀ: ପୁଣି ବିଦେଶ ମାଟିରେ ଭାରତର କୂଟନୀତିକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ବେଳେ ରାହୁଲ ବିଶ୍ବ ରାଜନୀତିରେ ଭାରତର ଭୂମିକାକୁ 'ସାଇଡ୍ ପ୍ଲେୟାର' ବା ଗୌଣ ଖେଳାଳି ବୋଲି କହିଛନ୍ତି। ସେପଟେ ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ବର୍ଷିଛି ବିଜେପି। ବିଦେଶ ମାଟିରେ ରାହୁଲ ଭାରତର ଅନ୍ତର୍ଜାତୀୟ ସମ୍ମାନକୁ କ୍ଷୁଣ୍ଣ କରୁଛନ୍ତି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ଏପରିକି ପାକିସ୍ତାନର ପ୍ରଶଂସା କରୁଥିବାରୁ ବିଜେପି ତାଙ୍କୁ 'ପାକିସ୍ତାନ ଫ୍ୟାନ୍ବୟ' ବୋଲି କହି କଟାକ୍ଷ କରିଛି।
ସେହିପରି ଚୀନରେ ଟ୍ରମ୍ପ, ଜିନପିଙ୍ଗ ଏବଂ ପୁଟିନଙ୍କ ତ୍ରିପାକ୍ଷିକ ବୈଠକକୁ ନେଇ ଦେଶରେ ତେଜିଲା ରାଜନୈତିକ ବୟାନବାଜି। ଦେଶରେ କଂଗ୍ରେସ ସରକାର ଥିଲେ ବୈଠକରେ ଭାରତ ସାମିଲ ହୋଇଥାନ୍ତା କହିଛନ୍ତି ରାହୁଲ ଗାନ୍ଧୀ। ଯାହାର କଡ଼ା ଜବାବ ଦେଇ ବିଜେପି କହିଛି, ବୈଦେଶିକ ନୀତି ଉପରେ କଂଗ୍ରେସଠାରୁ କୌଣସି ପାଠ ପଢ଼ିବାର ଆବଶ୍ୟକତା ନାହିଁ।
ପଢନ୍ତୁ ଏହି ଖବର: ସୋନିଆଙ୍କ ପାଇଁ ବଢ଼ିଲା ଅଡୁଆ! ନାଗରିକତା ପୂର୍ବରୁ ଭୋଟର ତାଲିକାରେ ନାଁ, ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଲେ କୋର୍ଟ
ବିଜେପି ମୁଖପାତ୍ର ସି.ଆର. କେଶଭନ୍ କଂଗ୍ରେସ ନେତାଙ୍କ ମନ୍ତବ୍ୟକୁ ଅତ୍ୟନ୍ତ ନିନ୍ଦନୀୟ ଏବଂ ଅକ୍ଷମଣୀୟ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତା ଦେଶକୁ ସର୍ବସାଧାରଣରେ ଏକ ପାର୍ଶ୍ଵ ଖେଳାଳି ଭାବରେ ଚିତ୍ରଣ କରି ଭାରତର ବିଶ୍ୱ ପ୍ରତିଛବିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଶବନ କହିଛନ୍ତି, "ବିରୋଧୀ ନେତା ରାହୁଲ ଗାନ୍ଧୀ ପାକିସ୍ତାନ ପାଇଁ ଜଣେ ଉତ୍ସାହୀ ଚିୟରଲିଡର ଏବଂ ନିର୍ଲଜ୍ଜ ପ୍ରଚାରକ ପରି ମନେହୁଏ। ତାଙ୍କର ଦାୟିତ୍ୱହୀନ ବୟାନ ରାହୁଲ ଗାନ୍ଧୀଙ୍କ ବିଶ୍ୱ ଭୂରାଜନୀତି ବିଷୟରେ କେତେ କମ୍ ବୁଝାମଣା ଅଛି ତାହା ପ୍ରକାଶ କରୁଛି।"
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ ଏକ ସହମତି ନିର୍ମାତା ଭାବରେ ଉଭା ହୋଇଛି ବୋଲି ଦାବି କରି କେଶବନ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ନେତୃତ୍ୱ ଦେଶର ବଢ଼ୁଥିବା ଅନ୍ତର୍ଜାତୀୟ ଖ୍ୟାତିକୁ ଗ୍ରହଣ କରିବାକୁ ଅକ୍ଷମ।
'ରାହୁଲ ଗାନ୍ଧୀ ପାକିସ୍ତାନର ଜଣେ ପ୍ରଶଂସକ'
ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ମଧ୍ୟ ଗାନ୍ଧୀଙ୍କ ବାରମ୍ବାର ପାକିସ୍ତାନକୁ ଉଲ୍ଲେଖ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ତାଙ୍କୁ ଭାରତର କୂଟନୈତିକ ପ୍ରସାର ପାଇଁ ପଡ଼ୋଶୀ ଦେଶକୁ ଏକ ମଡେଲ ଭାବରେ ଉପସ୍ଥାପନ କରୁଥିବା ଅଭିଯୋଗ କରିଛନ୍ତି। "ରାହୁଲ ଗାନ୍ଧୀ ପାକିସ୍ତାନ ପ୍ରତି ଏତେ ଆକର୍ଷିତ କାହିଁକି? ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରତ୍ୟେକ ବିଶ୍ୱ ମଞ୍ଚରେ, ରାହୁଲ ଏପରି ବ୍ୟବହାର କରନ୍ତି ଯେପରି ସେ ପାକିସ୍ତାନର ଜଣେ ବଡ଼ ପ୍ରଶଂସକ!"

Related Topics
Explore more stories