Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Womens Reservation Bill / ବିକାଶ ରାସ୍ତାରେ ବାଧକ ସାଜିଲେ ବିରୋଧୀ, ସମର୍ଥନ ନମିଳିବାରୁ କାଟ୍ ଖାଇଲା ମହିଳା ସଂରକ୍ଷଣ ବିଲ୍

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ବିକାଶ ରାସ୍ତାରେ ବାଧକ ସାଜିଲେ ବିରୋଧୀ, ସମର୍ଥନ ନମିଳିବାରୁ କାଟ୍ ଖାଇଲା ମହିଳା ସଂରକ୍ଷଣ ବିଲ୍
women's bill

Key Points

ସମ୍ୱିଧାନ ସଂଶୋଧନ ବିଲ୍‌-୨୦୨୬ ବି ପାସ୍‌ ହୋଇପାରିଲାନି
ସପକ୍ଷରେ ପଡ଼ିଲା ୨୯୮ ଓ ବିରୋଧରେ ପଡ଼ିଲା ୨୩୦ ଭୋଟ୍
ଦୁଇ ତୃତୀୟାଂଶ ସମର୍ଥନ ନ ମିଳିବାରୁ କାଟ୍‌ ଖାଇଲା ବିଲ୍
ମହିଳା ବିକାଶରେ ବାଧକ ବିରୋଧୀ । କାଟ୍ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକସଭାରେ ପାସ୍ ହୋଇପାରିଲାନି ସମ୍ବିଧାନ ସଂଶୋଧନ ବିଲ୍‌ । ଲୋକସଭାରେ ମିଳିଲାନି ଦୁଇ-ତୃତୀୟାଂଶ ବହୁମତ । ସାମ୍ନାକୁ ଆସିଲା ବିରୋଧୀଙ୍କ ମିଛ କାନ୍ଦଣା । ବିକାଶ ରାସ୍ତାରେ ବାଧକ ସାଜିଥିବା ଅଭିଯୋଗ କଲା ବିଜେପି । ମହିଳାଙ୍କ ସଶକ୍ତିକରଣ ଦିଗରେ ଆସିଥିବା ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍, ୨୦୨୬ ଲୋକସଭାରେ କାଟ୍ ଖାଇଛି । ଏହାକୁ ନେଇ ଏବେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ତେଜିଛି ।



ସଂସଦରେ ଆଜିର ଭୋଟିଂ ଚିତ୍ର ଏଭଳି ଥିଲା:

ମୋଟ ମତଦାନ କରିଥିବା ସାଂସଦ ସଖ୍ୟା ଥିଲା ୫୨୮
ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ ୨୯୮
ବିଲ୍ ବିପକ୍ଷରେ ଭୋଟ୍ ଦେଇଥିଲେ ୨୩୦
ବିଲ୍ ପାସ୍ ପାଇଁ ଆବଶ୍ୟକ ଥିଲା ୩୫୨ ଭୋଟ

ସଂସଦର ନିମ୍ନ ସଦନରେ ବିଲ୍ ଆଗତ ହେବା ପରେ ଏହାକୁ ନେଇ ବେଶ୍ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବାଚସ୍ପତି ଓମ୍ ବିର୍ଲା ସ୍ପଷ୍ଟ କରିଛନ୍ତି ଯେ, ଆବଶ୍ୟକ ସଂଖ୍ୟା ଗରିଷ୍ଠତା ଅଭାବରୁ ବିଲ୍ ଗୃହୀତ ହୋଇପାରିନାହିଁ । ଏହା ପରେ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ରଖାଯାଇଛି ।



'ଇଣ୍ଡି' ମେଣ୍ଟ ଓ କଂଗ୍ରେସ ମହିଳା ସଂରକ୍ଷଣ ବିଲ୍‌କୁ ହରାଇଥିବାରୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ସେପଟେ ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ NDA ନେତାମାନେ ସଂସଦ ପରିସରରେ ବିରୋଧୀଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି । ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି ମହିଳା ସାଂସଦ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Women’s Reservation Bill Fails in Lok Sabha Amid Opposition Row | Argus News