Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାୟୁସେନା ହାତରେ NEET-UG ପୁନଃପରୀକ୍ଷା ପ୍ରଶ୍ନପତ୍ର ଦାୟିତ୍ବ,ପ୍ରଶ୍ନପତ୍ର ଆକାଶ ମାର୍ଗରେ ସ୍ଥାନାନ୍ତର କଲା ବାୟୁସେନା

National

IAF Airlifts NEET Question Papers / ବାୟୁସେନା ହାତରେ NEET-UG ପୁନଃପରୀକ୍ଷା ପ୍ରଶ୍ନପତ୍ର ଦାୟିତ୍ବ,ପ୍ରଶ୍ନପତ୍ର ଆକାଶ ମାର୍ଗରେ ସ୍ଥାନାନ୍ତର କଲା ବାୟୁସେନା

Bikash Mohanty
Browse all articles by Bikash Mohanty
·3 hours ago·2 min read
ବାୟୁସେନା ହାତରେ NEET-UG ପୁନଃପରୀକ୍ଷା ପ୍ରଶ୍ନପତ୍ର ଦାୟିତ୍ବ,ପ୍ରଶ୍ନପତ୍ର ଆକାଶ ମାର୍ଗରେ ସ୍ଥାନାନ୍ତର କଲା ବାୟୁସେନା
NEET-UG 2026

Key Points

ବାୟୁସେନା ହାତରେ NEET-UG ପୁନଃପରୀକ୍ଷା ପ୍ରଶ୍ନପତ୍ର ଦାୟିତ୍ବ
ପ୍ରଶ୍ନପତ୍ର ଆକାଶ ମାର୍ଗରେ ସ୍ଥାନାନ୍ତର କଲା ବାୟୁସେନା
ଦେଶବ୍ୟାପୀ ୧୮ଟି ସ୍ଥାନକୁ ଏୟାରଲିଫ୍ଟରେ ଗଲା ପ୍ରଶ୍ନପତ୍ର
ଜୁନ୍ ୨୧ରେ NEET-UG 2026 ପୁନଃପରୀକ୍ଷା ହେବ
ନୁଆଦିଲ୍ଳୀ୧୭/୦୬: NEET-UG ପୁନଃପରୀକ୍ଷାର ପ୍ରଶ୍ନପତ୍ର ସ୍ଥାନାନ୍ତର ଦାୟିତ୍ୱ ନେଇଛି ଭାରତୀୟ ବାୟୁସେନା । ଦେଶବ୍ୟାପୀ ୧୮ଟି ସ୍ଥାନକୁ ଏୟାରଲିଫ୍ଟ ମାଧ୍ୟମରେ ପ୍ରଶ୍ନପତ୍ର ପହଞ୍ଚାଯାଇଛି । ସୁରକ୍ଷିତ ଏବଂ ସଠିକ୍ ସମୟରେ ପ୍ରଶ୍ନପତ୍ର ପହଞ୍ଚାଇବା ନିଶ୍ଚିତ କରିବା ପାଇଁ ଭାରତୀୟ ବାୟୁସେନା NEET UG 2026 ପୁନଃପରୀକ୍ଷା ପ୍ରଶ୍ନପତ୍ରକୁ ଦେଶର ୧୮ଟି ସ୍ଥାନକୁ ପରିବହନ କରିଛି।
ଆସନ୍ତା ଜୁନ୍ ୨୧ରେ NEET-UG 2026 ପୁନଃପରୀକ୍ଷା ହେବ । ପୁନଃପରୀକ୍ଷା ଯେପରି ସୁରୁଖୁରୁରେ ଏବଂ କୌଣସି ଅନିୟମିତତା ବିନା ପରିଚାଳିତ ହେବ, ସେଥିପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରୟାସ ଜୋରଦାର କରାଯାଇଥିବା ବେଳେ ଏହି ପଦକ୍ଷେପ ନିଆଯାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏବଂ ଅନ୍ୟାନ୍ୟ ସରକାରୀ ସଂସ୍ଥା ପକ୍ଷରୁ ପୁନଃପରୀକ୍ଷା ପାଇଁ ଏକ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସାମଗ୍ରୀର ପରିବହନ ଏବଂ ବଣ୍ଟନ ଉପରେ ନଜର ରଖିବା ପାଇଁ ସୁରକ୍ଷା କର୍ମୀ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକୁ ନିୟୋଜିତ କରାଯାଇଛି। କୌଣସି ପ୍ରକାରର ଅନିୟମିତତା ଯେପରି ନ ହେବ ତାହା ନିଶ୍ଚିତ କରିବା ପାଇଁ NTA ୧୦୦ ପ୍ରତିଶତ ପ୍ରତିବଦ୍ଧ ବୋଲି , ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ମହାନିର୍ଦ୍ଦେଶକ ଅଭିଷେକ ସିଂହ କହିଛନ୍ତି ।
ସେପଟେ ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିସାରିଛନ୍ତି। ଆସନ୍ତା ଜୁନ ୨୧ରେ ହେବାକୁ ଥିବା ନିଟ୍‌ (ୟୁଜି) ୨୦୨୬ ପୁନଃପରୀକ୍ଷାରେ ଯୋଗଦେବାକୁ ଯାଉଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ସହାୟତାମୂଳକ ପଦକ୍ଷେପ ନେଇଛନ୍ତି। ପରୀକ୍ଷାର୍ଥୀମାନେ ରାଜ୍ୟରେ ଚଳାଚଳ କରୁଥିବା ସରକାରୀ ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆଦେଶ ଜାରି କରାଯାଇଛି।

ପଢନ୍ତୁ ଏହି ଖବର: ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍‌ ସେବା,ଆଡମିଟ୍ କାର୍ଡ ଦେଖାଇଲେ ମିଳିବ ସୁବିଧା

ସୂଚନାନୁସାରେ, NTA ଦ୍ୱାରା ୨୧ ଜୁନରେ ଆୟୋଜିତ ହେବାକୁ ଥିବା ନିଟ୍‌ (ୟୁଜି) ପୁନଃପରୀକ୍ଷା ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରାୟ ୫୬ ହଜାର ୯୮୩ ଜଣ ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିବେ। ଗ୍ରୀଷ୍ମ ପ୍ରବାହ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖିବା ସହ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସହାୟତା ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସହଜରେ ପହଞ୍ଚିବା ପାଇଁ ଏହି ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯାଇଛି।

ବିଭାଗୀୟ ଆଦେଶ ଅନୁଯାୟୀ, ପରୀକ୍ଷାର୍ଥୀମାନେ କେବଳ ନିଜର ବୈଧ ନିଟ୍‌ ଆଡମିଟ୍ କାର୍ଡ ଦେଖାଇ ଓଏସ୍‌ଆର୍‌ଟିସି ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ଏହି ବ୍ୟବସ୍ଥାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି), ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ), ଜିଲ୍ଲା ପ୍ରଶାସନ, କ୍ରୁଟ୍‌ ଓ ଉଚ୍ଚଶିକ୍ଷା ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଏହି ବ୍ୟବସ୍ଥାର ଦୈନିକ ଅଗ୍ରଗତି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବାକୁ କୁହାଯାଇଛି। ବିଭାଗ ଏହି ନିର୍ଦ୍ଦେଶକୁ ‘ସର୍ବାଧିକ ଜରୁରୀ’ ଭାବେ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନ୍ବୟନ ପାଇଁ ସମ୍ପୃକ୍ତ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଜାରି କରିଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored