Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏୟାରବେସ୍‌ରେ ଭାରତୀୟ ବାୟୁ ସେନା ବିମାନ ୨ ଖଣ୍ଡ; ୫ ଯବାନଙ୍କ ମୃତ୍ୟୁ

National

IAF Aircraft Crash / ଏୟାରବେସ୍‌ରେ ଭାରତୀୟ ବାୟୁ ସେନା ବିମାନ ୨ ଖଣ୍ଡ; ୫ ଯବାନଙ୍କ ମୃତ୍ୟୁ

Sushanta Sahoo
Browse all articles by Sushanta Sahoo
·8 hours ago·2 min read
ଏୟାରବେସ୍‌ରେ ଭାରତୀୟ ବାୟୁ ସେନା ବିମାନ ୨ ଖଣ୍ଡ; ୫ ଯବାନଙ୍କ ମୃତ୍ୟୁ
IAF Aircraft Splits in Two After Crash, 5 Dead

Key Points

ଆସାମର ଜୋରହାଟରେ ଭାରତୀୟ ବାୟୁ ସେନାର ପରିବହନ ବିମାନ କ୍ରାସ୍‌ ହୋଇଛି । ଯେଉଁଥିରେ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । କୋର୍ଟ ଅଫ୍ ଇନକ୍ଵାରୀ ନିର୍ଦ୍ଦେଶ ଦେଇଛି ଭାରତୀୟ ବାୟୁ ସେନା ।
ନୂଆଦିଲ୍ଲୀ: ଏୟାରବେସ୍‌ରେ ଅଘଟଣ । କ୍ରାସ୍ ହେଲା ବାୟୁ ସେନା ବିମାନ । ଆସାମର ଜୋରହାଟରେ ଭାରତୀୟ ବାୟୁ ସେନାର ପରିବହନ ବିମାନ କ୍ରାସ୍‌ ହେବାରୁ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଏନେଇ ଭାରତୀୟ ବାୟୁ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାଥମିକ ସୂଚନ ଅନୁସାରେ. ବାୟୁ ସେନାର ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ AN-32 ଜୋରହାଟ ଷ୍ଟେସନରେ ହିଁ ଖସି ପଡ଼ିଛି । ବିମାନ ଖସିବା ମାତ୍ରେ ସେଥିରେ ନିଆଁ ଲାଗି ଯାଇଥିଲା । ବିମାନଟି ୨ ଖଣ୍ଡରେ ବିଭକ୍ତ ହୋଇଥିଲା । ଯେଉଁଥିରେ ୫ ଜଣ ଯବାନ ପ୍ରାଣ ହରାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଆସାମରେ ଭୟଙ୍କର ବିମାନ ଦୁର୍ଘଟଣା…ଅବତରଣ ବେଳେ ଭାଙ୍ଗିଗଲା ବାୟୁସେନାର AN-32 ବିମାନ

ତେବେ କାହିଁକି ବାୟୁ ସେନାର ବିମାନ କ୍ରାସ୍ ହେଲା ? ତାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ଵାରୀ ନିର୍ଦ୍ଦେଶ ଦେଇଛି ଭାରତୀୟ ବାୟୁ ସେନା । ଏହି ଅଘଟଣ ଜୋରହାଟରେ ଦିନ ପ୍ରାୟ ୧୦ଟା ସମୟରେ ନିୟମିତ ଉଡ଼ାଣ ବେଳେ ଘଟିଛି ।


୫ ଯବାନ ମୃତ

ଏହି ଅଘଟଣରେ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ନେଇ ଭାରତୀୟ ବାୟୁ ସେନା ପକ୍ଷରୁ ସୂଚନା ଦିଆଯାଇଛି । ସ୍କ୍ଵାଡନ୍ ଲିଡର ପ୍ରଶାନ୍ତ ସିଂହ, ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶୁଭମ କୁମାର, ସାର୍ଜଣ୍ଟ ଜିତେନ୍ଦ୍ର ଶର୍ମା, ଅଗ୍ନିବୀରବାୟୁ ଖେମାରାମ କୁମାୱତ ଏବଂ ଅଗ୍ନିବୀରବାୟୁ ଦନୀଶ ଆଲାମ ସହିଦ ହୋଇଛନ୍ତି । 

ଏଥିସହ ପଢ଼ନ୍ତୁ: ୨୬୦ ଜଣଙ୍କ ଜୀବନ ନେଇଥିଲା ବିମାନ ଦୁର୍ଘଟଣା; ବର୍ଷକ ପରେ ବି ନ୍ୟାୟ ଅପେକ୍ଷାରେ ପରିବାର

ଆଣ୍ଟୋନୋଭ AN-32 ହେଉଛି ଏକ କାର୍ଗୋ ବିମାନ ଯାହା ମୂଳତଃ ସୋଭିଏତ୍ ୟୁନିଅନର ଆଣ୍ଟୋନୋଭ ଡିଜାଇନ୍ ବ୍ୟୁରୋ ଦ୍ୱାରା ବିକଶିତ ହୋଇଥିଲା । ଏହି ବିମାନଟି AN-26 ର ଏକ ଅପଗ୍ରେଡେଡ୍ ସଂସ୍କରଣ ଏବଂ ଏହାକୁ ବିଶେଷ ଭାବରେ ଉଚ୍ଚତା, ଗରମ ପାଗ ଏବଂ ପରିଚାଳନା କରିବାକୁ କଷ୍ଟକର ପରିସ୍ଥିତି ପାଇଁ ଡିଜାଇନ୍ କରାଯାଇଛି । ଭାରତୀୟ ବାୟୁସେନା 1980 ଦଶକରୁ ଏହାର କାର୍ଗୋ ଫ୍ଲିଟର ଏକ ପ୍ରମୁଖ ଅଂଶ ଭାବରେ AN-32 ରଖିଛି ।

ଭାରତୀୟ ବାୟୁସେନା ସୈନ୍ୟ, ଅସ୍ତ୍ରଶସ୍ତ୍ର, ସାମରିକ ଉପକରଣ ଏବଂ ରିଲିଫ୍ ସାମଗ୍ରୀ ପରିବହନ ପାଇଁ AN-32 ବ୍ୟବହାର କରେ । ଏହି ବିମାନକୁ ହିମାଳୟ ଅଞ୍ଚଳ, ଉତ୍ତର-ପୂର୍ବ ରାଜ୍ୟ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଲଜିଷ୍ଟିକ ସମର୍ଥନର ମେରୁଦଣ୍ଡ ବୋଲି ବିବେଚନା କରାଯାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored