Ahmedabad Plane Crash / ୨୬୦ ଜଣଙ୍କ ଜୀବନ ନେଇଥିଲା ବିମାନ ଦୁର୍ଘଟଣା; ବର୍ଷକ ପରେ ବି ନ୍ୟାୟ ଅପେକ୍ଷାରେ ପରିବାର
·2 hours ago·2 min read

Key Points
ଗତବର୍ଷ ଆଜିର ଦିନରେ ଅହମ୍ମଦାବାଦରେ ଘଟିଥିଲା ଭୟଙ୍କର ବିମାନ ଦୁର୍ଘଟଣା
ଏୟାର ଇଣ୍ଡିଆ AI-171 କ୍ରାସରେ ଯାଇଥିଲା ୨୬୦ ଜଣଙ୍କ ଜୀବନ
ଦୁର୍ଘଟଣାର ଶିକାର ହୋଇଥିଲା ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ

ଅହମ୍ମଦାବାଦ: ବିମାନ ଦୁର୍ଘଟଣାର କାଳରାତ୍ରୀକୁ ବର୍ଷେ ପୂରିଛି । ଏବେ ବି ଦୁର୍ଘଟଣାସ୍ଥଳରୁ ଲିଭିନି କ୍ଷତ ଚିହ୍ନ । ମୃତକଙ୍କ ପରିବାର ଲୋକ ଆଜି ବି ନ୍ୟାୟକୁ ଅପେକ୍ଷା କରିଛନ୍ତି । ଗତବର୍ଷ ଆଜିର ଦିନରେ ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ଚାଲି ଯାଇଥିଲା ୨୬୦ ଜଣଙ୍କ ଜୀବନ ।
ଚିହ୍ନ ଲିଭିନି...ଲୁହ ଶୁଖିନି । ବର୍ଷେ ପରେ ବି ପୂରଣ ହୋଇନି ମୃତକଙ୍କ ପରିବାର ଲୋକଙ୍କ ମନର କ୍ଷତ । ଗତବର୍ଷ ଆଜିର ଦିନରେ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର ୩୨ ସେକେଣ୍ଡ ମଧ୍ୟରେ ସ୍ଥାନୀୟ ବିଜେ ମେଡିକାଲ କଲେଜର ହଷ୍ଟେଲ ଉପରେ କ୍ରାସ୍ ହୋଇଥିଲା ଏୟାର ଇଣ୍ଡିଆର AI-୧୭୧ ବିମାନ ।
ଏଥିସହ ପଢ଼ନ୍ତୁ: ବିମାନ ଉଡ଼ାଣ ବେଳେ ଫେଲ୍ ହୋଇଗଲା ଇଞ୍ଜିନ୍, ଲାଗିଲା ନିଆଁ; ୬ ଯାତ୍ରୀ ଆହତ
ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀ ଓ କ୍ରୁ ମେମ୍ବର, ହଷ୍ଟେଲ ଛାତ୍ର ଓ ସ୍ଥାନୀୟ ବାସିନ୍ଦାଙ୍କୁ ମିଶାଇ ମୋଟ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା । ସୌଭାଗ୍ୟ ବଶତଃ ବିମାନରେ ଥିବା ମାତ୍ର ଜଣେ ଯାତ୍ରୀ ବିଶ୍ଵାସ କୁମାର ରମେଶ ବର୍ତ୍ତି ଯାଇଥିଲେ ।
ଆଜି ପ୍ରଥମ ବାର୍ଷିକୀ ଅବସରରେ ଅହମ୍ମଦାବାଦର ଦୁର୍ଘଟଣାସ୍ଥଳ ନିକଟରେ ବିଶେଷ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି । ବ୍ରିଟେନର ହାଇ କମିଶନର ଲିଣ୍ଡୀ କ୍ୟାମରେନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୟ ରୂପାଣୀଙ୍କ ଝିଅ ରାଧିକା ମିଶ୍ରା ଓ ପୁଅ ଋଷଭ ରୂପାଣୀଙ୍କ ସମେତ ମୃତକଙ୍କ ପରିବାର ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଦୁର୍ଘଟଣାକୁ ବର୍ଷେ ବିତିଥିଲେ ମଧ୍ୟ ମୃତକଙ୍କ ପରିବାର ଆଜି ବି ନ୍ୟାୟକୁ ଅପେକ୍ଷା କରିଛନ୍ତି । ଆଶା କରାଯାଉଛି AAIBର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ବୋଇଂ ୭୮୭-୮ ଡ୍ରିମଲାଇନର୍ ବିମାନ ଦୁର୍ଘଟଣାର ପ୍ରକୃତ ସତ ସାମ୍ନାକୁ ଆସିବ । ପ୍ରାଥମିକ ରିପୋର୍ଟ ଅନୁସାରେ, ଉଡ଼ାଣ ଭରିବା ମାତ୍ରେ କକ୍ପିଟ୍ରେ ଥିବା ଇଞ୍ଜିନର ଫ୍ୟୁଏଲ୍ କଣ୍ଟ୍ରୋଲ୍ ସୁଇଚ୍ 'RUN'ରୁ 'CUTOFF'ପୋଜିସନ୍କୁ ଚାଲିଯାଇଥିଲା । ଫଳରେ ଇଞ୍ଜିନ ଫେଲ୍ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ଟ୍ରେନ୍ ବିଳମ୍ବ ହେବାରୁ ଧରି ପାରିଲେନି ବିମାନ; ରେଲୱେ ଦେଲା ବଡ଼ ଜରିମାନା
ଏହି ସୁଇଚ୍ ଆପେ କଟ୍ଅଫ୍ ହେଲା ନା ପାଇଲଟଙ୍କ ଭୁଲ୍ ଯୋଗୁଁ ହୋଇଥିଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । ସୁଇଚ୍ରେ ତ୍ରୁଟି ଥିବା ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି, ଯେଉଁଥିରେ ମୃତ ପାଇଲଟଙ୍କ ବାପା ମଧ୍ୟ ସହ-ଆବେଦନକାରୀ ଅଛନ୍ତି । ପ୍ରାଥମିକ ରିପୋର୍ଟରେ ପାଇଲଟଙ୍କୁ ଦୋଷୀ କରାଯାଇ ନାହିଁ ।
କିନ୍ତୁ ପାଶ୍ଚାତ୍ୟ ଗଣମାଧ୍ୟମ ଏଥିପାଇଁ ପାଇଲଟଙ୍କୁ ଦାୟୀ କରୁଥିବା ବେଳେ, ଭାରତୀୟ ପାଇଲଟ୍ ମହାସଂଘ ଏହାକୁ ବୈଷୟିକ ତ୍ରୁଟି ବୋଲି କହୁଛନ୍ତି । କମ୍ପ୍ୟୁଟର ସିଷ୍ଟମ ଓ ଇଞ୍ଜିନ ଆମେରିକୀୟ କମ୍ପାନୀ ଦ୍ୱାରା ତିଆରି ହୋଇଥିବାରୁ ଆମେରିକା ଓ ବ୍ରିଟେନର ବିଶେଷଜ୍ଞଙ୍କ ବୈଷୟିକ ଯାଞ୍ଚ ପରେ ହିଁ ଚୂଡ଼ାନ୍ତ ରିପୋର୍ଟ ସାମ୍ନାକୁ ଆସିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories