Videos
|
National

Indian Army Recruitment / ୮୦୦ କୁଲିଙ୍କୁ ନିଯୁକ୍ତ କରିବ ଭାରତୀୟ ସେନା; ଜାଣନ୍ତୁ କାହିଁକି?

Subhramjit ray
Browse all articles by Subhramjit ray
·6 months ago·2 min read
୮୦୦ କୁଲିଙ୍କୁ ନିଯୁକ୍ତ କରିବ ଭାରତୀୟ ସେନା; ଜାଣନ୍ତୁ କାହିଁକି?
Indian Army Porter Recruitment

Key Points

ଭାରତୀୟ ସେନା ଏହାର ପୋର୍ଟର କମ୍ପାନୀ ପାଇଁ ପ୍ରାୟ ୮୦୦ କୁଲି ନିଯୁକ୍ତ କରିବ।
Indian Army will recruit 800 Porters: ଭାରତୀୟ ସେନା ଏହାର ନବଗଠିତ ପୋର୍ଟର କମ୍ପାନୀ ପାଇଁ ପ୍ରାୟ କୁଲିଙ୍କୁ ନିଯୁକ୍ତ କରିବ। ଏନେଇ ମାର୍ଚ୍ଚ ୧୨ ତାରିଖରୁ ନିଯୁକ୍ତି ଅଭିଯାନ ଆରମ୍ଭ ହେବା ନେଇ ବିଭାଗୀୟ ଅଧିକାରୀ କହିଛନ୍ତି।

ଆର୍ମି ପୋର୍ଟର କମ୍ପାନୀ ଲାଗି ୬୦୦ ଏବଂ ୨୦୦ ରିଜର୍ଭ କୁଲିଙ୍କୁ ନିଯୁକ୍ତି ଦେବା ଉପରେ ବିଚାର କରୁଛି ଭାରତୀୟ ସେନା। ଏଥିପାଇଁ ଏକ କୁଲି ନିଯୁକ୍ତି ରାଲି ଜାମୁ କାଶ୍ମୀରର ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାର ସାତୋଟି ସ୍ଥାନରେ ଅନୁଷ୍ଠିତ ହେବ। ଏକ ସରକାରୀ ବିଜ୍ଞାପନ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନରେ ୨୭୯ ପୋର୍ଟର କମ୍ପାନୀ, ପ୍ରାୟ ୧୭୯ ଦିନ ପାଇଁ ନିଯୁକ୍ତ ହୋଇଯାଇଛି। ଯାହାକୁ ଚଳିତ ବର୍ଷ ଅପ୍ରେଲ ୧ ତାରିଖରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ।

ଏହି କୁଲି ନିଯୁକ୍ତି ରାଲି ମାର୍ଚ୍ଚ ୧୨ ତାରିଖରୁ ୧୯ ପର୍ଯ୍ୟନ୍ତ ରାଜୌରୀ ସହ ପୁଞ୍ଚ ସ୍ଥିତ ୭ ଆର୍ମୀ ବ୍ରିଗେଡ୍ ମୁଖ୍ୟାଳୟରେ ଅନୁଷ୍ଠିତ ହେବ। ଏହି ଅଭିଯାନ ୧୨-୧୩ ମାର୍ଚ୍ଚ ପର୍ଯ୍ୟନ୍ତ ପୁଞ୍ଚ ଏବଂ ରାଜୌରୀ, ୧୪-୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବାଲନୋଇ ଏବଂ ନୌଶେରା, ୧୬-୧୭ ମାର୍ଚ୍ଚ ପର୍ଯ୍ୟନ୍ତ ଭୀମବେର ଗାଲି, ୧୮-୧୯ ମାର୍ଚ୍ଚ ପର୍ଯ୍ୟନ୍ତ ମେନ୍ଧାର ଏବଂ ମାଞ୍ଜାକୋଟ ଠାରେ ଅବସ୍ଥିତ ବ୍ରିଗେଡ୍ ମୁଖ୍ୟାଳୟରେ ଅନୁଷ୍ଠିତ ହେବ।

ଏନେଇ ଜାରି ହୋଇଥିବା ବିଜ୍ଞାପନ ଅନୁଯାୟୀ ଏହି ନିଯୁକ୍ତି ରାଲିରେ ଅଂଶଗ୍ରହଣ କରୁଥିବା ଆବେଦନକାରୀ ଭାରତୀୟ ନାଗରିକ, ଶାରୀରିକ ଭାବରେ ସୁସ୍ଥ ଏବଂ ୧୮ ରୁ ୪୦ ବର୍ଷ ବୟସର ହୋଇଥିବା ଆବଶ୍ୟକ। ଏହି ନିଯୁକ୍ତି ରାଲିରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ସେମାନଙ୍କର ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼, ଭୋଟର ପରିଚୟ ପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସ ଆଦି ଦସ୍ତାବିଜର ୫ ଫଟୋକପି ସହିତ ମୂଳ ଅସଲି ଦସ୍ତାବିଜ୍ ଆଣିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେମାନଙ୍କୁ ସେମାନଙ୍କ ଗ୍ରାମର ସରପଞ୍ଚଙ୍କ ଦ୍ୱାରା ପ୍ରଦତ୍ତ ଏକ ଚରିତ୍ର ପ୍ରମାଣପତ୍ର (Character Certificate), ଜଣେ ଅଧିକୃତ ଡାକ୍ତରଙ୍କ ଦ୍ୱାରା ପ୍ରଦତ୍ତ ଅସଲି ଡାକ୍ତରୀ ଫିଟନେସ୍ ପ୍ରମାଣପତ୍ର (Medical Fitness Certificate) ଏବଂ ପୋଲିସ ଯାଞ୍ଚ ପ୍ରମାଣପତ୍ର (Police Verification Certificate) ମଧ୍ୟ ପ୍ରଦାନ କରିବାକୁ ହେବ। ନିଯୁକ୍ତି ପ୍ରକ୍ରିୟା ପାଇଁ ନିର୍ଦ୍ଦିଷ୍ଟ ତାରିଖରେ ସମ୍ପୃକ୍ତ ବ୍ରିଗେଡ୍ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।