Videos
|
National

Indian Disabled Cricketers / ଭିନ୍ନକ୍ଷମ କ୍ରିକେଟ୍ ଦଳକୁ ଲଣ୍ଡନରେ ସମ୍ମାନିତ କଲା ଚିଲିକା ରେସ୍ତୋରାଁ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଭିନ୍ନକ୍ଷମ କ୍ରିକେଟ୍ ଦଳକୁ ଲଣ୍ଡନରେ ସମ୍ମାନିତ କଲା ଚିଲିକା ରେସ୍ତୋରାଁ
Indian Disabled Cricketers

Key Points

ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଦଳର ମନୋବଳ ବଢ଼ାଇଲା ‘ଚିଲିକା’
ଭିନ୍ନକ୍ଷମ କ୍ରିକେଟ୍ ଦଳକୁ ଓଡ଼ିଆ ରେସ୍ତୋରାଁର ସମ୍ମାନ

ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଖେଳାଳିଙ୍କ ସାହସ, ଦୃଢ଼ତା ଓ ସଫଳତାକୁ ସମ୍ମାନ ଜଣାଇ ଦକ୍ଷିଣ-ପୂର୍ବ ଲଣ୍ଡନର ବେକ୍ସିଲିହିଥ୍‌ସ୍ଥିତ ଓଡ଼ିଆ ରେସ୍ତୋରାଁ ‘ଚିଲିକା’ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା । ଆଗାମୀ ଅନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ ଖେଳାଳିମାନଙ୍କୁ ଉତ୍ସାହ ଓ ସମର୍ଥନ ଯୋଗାଇବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ସମ୍ପ୍ରତି ଚିଲିକା ରେସ୍ତୋରାଁ ‘ଇଂଲିସ୍ କରି ଆୱାର୍ଡ ୨୦୨୬’ର ‘ବେଷ୍ଟ୍ ଅଫ୍ ଲଣ୍ଡନ ରେସ୍ତୋରାଁ’ ସମ୍ମାନ ହାସଲ କରିଛି । ଓଡ଼ିଆ ଖାଦ୍ୟ ଓ ଭାରତୀୟ ଆତିଥ୍ୟ ପାଇଁ ପରିଚିତ ଏହି ରେସ୍ତୋରାଁ ବେକ୍ସିଲିହିଥ୍‌ ଅଞ୍ଚଳରେ ଭାରତୀୟ ସମୁଦାୟର ଏକ ପରିଚିତ ସ୍ଥାନ ଭାବେ ଉଭା ହୋଇଛି ।

ସମ୍ମାନ ସମାରୋହରେ ଆଇଆର୍‌ଇଡିଏର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଦାସଙ୍କ ସମେତ ବ୍ରିଟେନ୍‌ର ବିଭିନ୍ନ ଭାରତୀୟ ସମୁଦାୟର ପ୍ରତିନିଧି ଓ ସଦସ୍ୟମାନେ ଯୋଗଦେଇଥିଲେ। ଚିଲିକାର ପ୍ରତିଷ୍ଠାତା ପାର୍ଥ ସାରଥୀ ପଣ୍ଡା ଓ ଶୁଭକାନ୍ତ ଦାସ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା କରିଥିବାବେଳେ ନିର୍ଦ୍ଦେଶିକା ଦେବସ୍ମିତା ମହାପାତ୍ର ସହଯୋଗ କରିଥିଲେ। ଓଡ଼ିଶାର ବ୍ରିଟିଶ୍ ଉଦ୍ୟୋଗୀ, ନିବେଶକ ଓ ଅବସରପ୍ରାପ୍ତ ସାମରିକ ଭେଟେରାନ୍ କ୍ୟାପଟେନ୍ ଅରୁଣ କର ରଣନୈତିକ ସହଯୋଗୀ ଭାବେ ସହାୟତା କରିଥିଲେ ।

ଏହି ଆୟୋଜନ ଖେଳାଳିମାନଙ୍କ ପ୍ରତି ସମ୍ମାନ, ଆତ୍ମୀୟତା ଓ ସମର୍ଥନ ପ୍ରକାଶ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା । ଖେଳାଳିମାନଙ୍କୁ ଭାରତୀୟ ପରମ୍ପରା ଅନୁଯାୟୀ ସମ୍ମାନର ସହ ସ୍ୱାଗତ କରାଯାଇଥିଲା । ବିଭିନ୍ନ ଭାରତୀୟ ସମୁଦାୟର ଲୋକେ ଏକାଠି ହୋଇ ଖେଳାଳିଙ୍କ ସହ ଖୁସି ବାଣ୍ଟିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମାରୋହରେ ଜୟେଶ୍ ପରମାର, ତରୁଣ, ରିଜୁଆନ୍ ଅଲତାଫ୍ ଭଟ୍ଟ, ଅର୍ଜୁନ ରାଜେଶ୍ ଗୱାରେ, କୁଲଦୀପ ସିଂ, ୟଶନାଥ ନାଇଡୁ ରାଭୁରି, ବିବେକ କୁମାର, ସୁଦର୍ଶନ ଏଲାଙ୍ଗୋଭାନ୍‌, ହିଲାଲ୍ ଅହମ୍ମଦ୍ ୱାନି, ସାଇଆକାଶ ସାଇଭାମଣୀ, ରବୀନ୍ଦ୍ର ଗୋପୀନାଥ ସାଣ୍ଟେ, ଯୋଗେନ୍ଦ୍ର ସିଂହ, ବୃଷାନ୍ତ ସନ୍ଦୀପ ଗଞ୍ଜାଲ୍‌, ରାଜେଶ୍ ଇରାପ୍ପା କନ୍ନୁର, ମଜିଦ୍ ଅହ ମାଗ୍ରେ ଓ ଶିବ ଶଙ୍କର ଗୁଣ୍ଟିଗାନାପାଲ୍ଲୀ ସୁବାରାପ୍ପାଙ୍କ ସମେତ ଦଳର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା ।

ଦଳର ମୁଖ୍ୟ ପ୍ରଶିକ୍ଷକ ରୋହିତ ଝାଲାନି, ସହକାରୀ ପ୍ରଶିକ୍ଷକ ଦେବଦତ୍ତ, ଫିଲ୍ଡିଂ କୋଚ୍ ରୋହିତ ଶର୍ମା, ଏଚ୍ ଆଣ୍ଡ୍ ସି କୋଚ୍ ରାମସ୍ୱରୂପ ସାଇନି, ସୋସିଆଲ୍ ମିଡିଆ ମ୍ୟାନେଜର୍ ବାସନ ଗିରି, ଫିଜିଓ ମୟଙ୍କ ପୁଷ୍କର, ଟିମ୍ ମ୍ୟାନେଜର୍ ବିନିତ ମଲହୋତ୍ରା ଓ ଲଜିଷ୍ଟିକ୍ ମ୍ୟାନେଜର୍ ଧିରଜ୍ ହାଡେ ମଧ୍ୟ ଉପସ୍ଥିତ ଥିଲେ। ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ପରିଷଦ (ଡିସିସିଆଇ)ର ସୁମିତ ଜୈନ ଓ ବିନିତ ଅଗ୍ରୱାଲ ମଧ୍ୟ ସମାରୋହରେ ଯୋଗଦେଇଥିଲେ ।

ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଦଳ ନିଜର ଦୃଢ଼ ମନୋବଳ, ପରିଶ୍ରମ ଓ ସଂଘର୍ଷ ଦ୍ୱାରା ଦେଶର ଅନେକ ଲୋକଙ୍କୁ ପ୍ରେରଣା ଦେଇଆସିଛି । ଚିଲିକାର ଏହି ସମ୍ମାନ ଖେଳାଳିମାନଙ୍କ ମନୋବଳ ବଢ଼ାଇବା ସହ ଆଗାମୀ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ନୂଆ ଉତ୍ସାହ ଯୋଗାଇଛି ।
ଚିଲିକା ରେସ୍ତୋରାଁ ପକ୍ଷରୁ ନିୟମିତ ଭାବେ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାବେଳେ ଭିନ୍ନକ୍ଷମ କ୍ରିକେଟ୍ ଦଳକୁ ସମ୍ମାନିତ କରିବା ଏହି ପ୍ରୟାସର ଆଉ ଏକ ଉଦାହରଣ। ସାହସ, ଦୃଢ଼ତା ଓ ପରିଶ୍ରମ ଦ୍ୱାରା ଯେକୌଣସି ବାଧାକୁ ଦୂର କରାଯାଇପାରେ ବୋଲି ଏହି ସମାରୋହ ଏକ ପ୍ରେରଣାଦାୟକ ବାର୍ତ୍ତା ଦେଇଛି ।
Indian Differently-Abled Cricket Team Honoured by Chilika Restaurant in London | Argus News