Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତୀୟ ଡାକ୍ତରଙ୍କ କମାଲ୍; ୩୯୦୦ କିଲୋମିଟର ଦୂରରୁ ଚୀନରୁ କଲେ ମହିଳାଙ୍କ ଅପରେସନ୍

National

Medical Miracle / ଭାରତୀୟ ଡାକ୍ତରଙ୍କ କମାଲ୍; ୩୯୦୦ କିଲୋମିଟର ଦୂରରୁ ଚୀନରୁ କଲେ ମହିଳାଙ୍କ ଅପରେସନ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଭାରତୀୟ ଡାକ୍ତରଙ୍କ କମାଲ୍; ୩୯୦୦ କିଲୋମିଟର ଦୂରରୁ ଚୀନରୁ କଲେ ମହିଳାଙ୍କ ଅପରେସନ୍
90-minute remote robotic surgery

Key Points

ଗୋଟିଏ ଦେଶରେ ଡାକ୍ତର, ଅନ୍ୟ ଦେଶରେ କଲେ ରୋଗୀଙ୍କ ଅସ୍ତ୍ରୋପଚାର । ଚୀନର ୱୁହାନରେ ବସି ଡାକ୍ତର ଭାରତର ହାଇଦ୍ରାବାଦରେ ଥିବା ରୋଗୀଙ୍କ ଅପରେସନ୍ ସଫଳତାର ସହ କରିଛନ୍ତି ।
ନୂଆଦିଲ୍ଲୀ: ଚିକିତ୍ସା ଜଗତରେ ଅଦ୍ଭୂତ ଘଟଣା । ମହିଳା ରୋଗୀ ଥିଲେ ହାଇଦ୍ରାବାଦରେ । ଡାକ୍ତର ଚୀନର ୱୁହାନରେ ବସି ୩୯୦୦ କିଲୋମିଟର ଦୂର ହାଇଦ୍ରାବାଦରେ ଥିବା ମହିଳାଙ୍କ ଅପରେସନ୍ କରିଛନ୍ତି ।

ଏହି ଦୁର୍ଲଭ କିନ୍ତୁ ସଫଳ ଅପରେସନ୍ ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନେଫ୍ରୋଲୋଜି ଆଣ୍ଡ୍ ୟୁରୋଲୋଜିର ବରିଷ୍ଠ ୟୁରୋଲୋଜିଷ୍ଟ ବିଶେଷଜ୍ଞ ଡ. ସୈୟଦ ମହମ୍ମଦ ଗୌସ କରିଛନ୍ତି । ଯିଏ କି ସେତେବେଳେ ୱୁହାନରେ ଥିଲେ ।

ଏଥିସହ ପଢ଼ନ୍ତୁ: 'ଆଡମିଟ୍‌ ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ଟେଷ୍ଟ, ନିୟମ ନମାନିଲେ ହସ୍ପିଟାଲ୍‌ ବିରୋଧରେ ନିଆଯିବ ଆକ୍ସନ' 

ସୂଚନା ଅନୁସାରେ, ୫୭ ବର୍ଷୀୟା ଜଣେ ମହିଳାଙ୍କ ମୂତ୍ରାଶୟରେ ସମସ୍ୟା ଥିଲା । ଚୀନର ୱୁହାନରେ ବସିଥିବା ଡାକ୍ତର ରୋବୋଟ୍ ସହାୟତାରେ ଟେଲି-ସର୍ଜରୀ କରିଛନ୍ତି ।

ଖବର ଅନୁସାରେ, ଡକ୍ଟର ଗୌସ ସେତେବେଳେ ଏକ ସମ୍ମିଳନୀରେ ଯୋଗ ଦେବାକୁ ୱୁହାନ ଯାଇଥିଲେ । ଚୀନରେ ଥାଇ ବି ସେ ସଫଳ ଅପରେସନ୍ କରିପାରିଛନ୍ତି । ହାଇଦ୍ରାବାଦରେ ରୋଗୀଙ୍କ ପାଖରେ ଜଣେ ସହାୟକ ରହିଥିଲେ । ଯେଭଳି ବାର୍ତ୍ତାଳାପ ଠିକ୍‌ରେ ହେବା ସହ ଜରୁରୀ ସ୍ଥିତିରେ ସହାୟତା ମିଳି ପାରିବ ।


୯୦ ମିନିଟ୍‌ର ଅପରେସନ୍

ଖବର ସରବରାହ ସଂସ୍ଥା ପିଟିଆଇ ଅନୁସାରେ, ଅପରେସନ୍ ସମ୍ପୂର୍ଣ୍ଣ କରବାକୁ ପ୍ରାୟ ୯୦ ମିନିଟ୍ ଲାଗିଥିଲା । ହାଇଦ୍ରାବାଦର ଏଆଇଏୟୁର ରୋବୋଟିକ୍ ଓ ମିନିମଲ ଏକ୍ସେସ ୟୁରୋଲଜିକଲ ସର୍ଜରୀ ନିର୍ଦ୍ଦେଶକ ଡ. ଗୌସ କହିଛନ୍ତି, ଏହା ମୂଳତଃ ଏକ ମୂତ୍ରବାହିନୀ ପ୍ରତ୍ୟାରୋପଣ ଥିଲା । ଯେଉଁଥିରେ ବ୍ଲକ୍ ହୋଇଥିବା ନଳୀକୁ ନୂଆ ସ୍ଥାନରେ ଯୋଡ଼ା ଯାଇଥାଏ ।

ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ଭଲ ନାହିଁ 5 ବର୍ଷରୁ କମ୍ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା, NFHS ରିପୋର୍ଟରେ ଆସିଲା ଚିନ୍ତାଜନକ ଚିତ୍ର 

ଚୀନରେ ବସି ଭାରତରେ ସଫଳ ଅପରେସନ୍

ଡ. ଗୌସ କହିଛନ୍ତି, "ଆମେ ଏହି ପ୍ରକ୍ରିୟା ଆମ ଅପରେସନ୍ ଥିଏଟରରେ ରୋବୋଟ ଓ କନସୋଲ୍ ସହାୟତାରେ ନିୟମିତ ଭାବେ କରୁ । ୱୁହାନରେ ଆଉ ୪ରୁ ୫ ଜଣ ସର୍ଜନ ସେମାନଙ୍କ ଦେଶରେ ଟେଲି-ସର୍ଜରୀ କରିଥିଲେ । ମୁଁ ବି ସେଠାରୁ ସର୍ଜରୀ କଲି ଓ ସଫଳତା ମିଳିଲା । ଅସ୍ତ୍ରୋପ୍ରଚାର ପରେ ମହିଳା ଘରକୁ ଯାଇଛନ୍ତି ।"

ତେବେ ଭର୍ଚୁଆଲ୍ ଭାବେ ଏହା ପ୍ରଥମ ଅପରେସନ୍ ନୁହେଁ । ଭାରତର ପ୍ରମୁଖ ବାରିଆଟ୍ରିକ୍ ମେଟାବୋଲିକ ସର୍ଜନ ଡ. ମୋହିତ ଭଣ୍ଡାରୀ ୨୦୨୫ ଜୁଲାଇରେ ଫ୍ରାନ୍ସର ଷ୍ଟାୱବର୍ଗରୁ ଇନ୍ଦୋର ରୋଗୀଙ୍କ ବାରିଆଟ୍ରିକ୍ ସର୍ଜରୀ କରିଥିଲେ । ଯାହା କି ଦୁନିଆର ପ୍ରଥମ ଆନ୍ତଃମହାଦ୍ଵୀପ ବାରିଆଟ୍ରିକ୍ ସର୍ଜରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Doctor Performs Surgery From China on Hyderabad Patient 3900 Km Away | Argus News | Argus News