NFHS Report / ଓଡ଼ିଶାରେ ଭଲ ନାହିଁ 5 ବର୍ଷରୁ କମ୍ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା, NFHS ରିପୋର୍ଟରେ ଆସିଲା ଚିନ୍ତାଜନକ ଚିତ୍ର
·3 months ago·2 min read

Key Points
ଓଡ଼ିଶାରେ ଭଲ ନାହିଁ 5 ବର୍ଷରୁ କମ୍ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା
NFHS ରିପୋର୍ଟରେ ଆସିଲା ଚିନ୍ତାଜନକ ଚିତ୍ର
2023-24 ରିପୋର୍ରେଟରେ ଓଡ଼ିଶା ପାଇଁ ନାହିଁ ଭଲ ରିପୋର୍ଟ
ଓଡ଼ିଶାରେ 5 ବର୍ଷରୁ କମ୍ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତାଜନକ
NFHS ରିପୋର୍ଟରେ ଆସିଲା ଚିନ୍ତାଜନକ ଚିତ୍ର
2023-24 ରିପୋର୍ରେଟରେ ଓଡ଼ିଶା ପାଇଁ ନାହିଁ ଭଲ ରିପୋର୍ଟ
ଓଡ଼ିଶାରେ 5 ବର୍ଷରୁ କମ୍ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତାଜନକ
ନୁଆଦିଲ୍ଲୀ,୩୦/୦୫: ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେ 6 ରିପୋର୍ଟ 2023-24ରେ ଆସିଲା ଓଡ଼ିଶା ପାଇଁ ଚିନ୍ତାଜନକ ଚିତ୍ର । ଓଡ଼ିଶାରେ 5 ବର୍ଷରୁ କମ୍ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତାଜନକ । ପ୍ରତି ଶହେ ପିଲାଙ୍କ ଭିତରେ ଉଚ୍ଚତା ଅନୁସାରେ ଓଜନ କମ୍ ଅର୍ଥାତ ୱେଷ୍ଟେଡ୍ ପିଲାଙ୍କ ସଂଖ୍ୟା 22ରୁ ଅଧିକ । 2019ରୁ 2021ରେ ଏଇ ସଂଖ୍ୟା 18.1 ପ୍ରତିଶତ ଥିବା ବେଳେ 2023-24ରେ ବଢି 22.1 ପ୍ରତିଶତରେ ପହଞ୍ଚିଛି । ସେହିଭଳି ଅଣ୍ଡରୱେଟ୍ ଅର୍ଥାତ ବୟସ ଅନୁସାରେ ଓଜନ କମ୍ ପିଲାଙ୍କ ସଂଖ୍ୟା ପ୍ରତି ଶହେରେ ପାଖାପାଖି 32 ଜଣ । ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେ ରିପୋର୍ଟ ଅନୁଯାୟୀ ଏହା 29.7 ପ୍ରତିଶତରୁ 31.6 ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଷ୍ଟଣ୍ଟେଣ୍ଡ୍ ଅର୍ଥାତ ବୟସ ଅନୁସାରେ ଉଚ୍ଚତା କମ୍ ପିଲାଙ୍କ ସଂଖ୍ୟା 2023-24ରେ ରହିଛି 26.8 ପ୍ରତିଶତ । ଅପପୁଷ୍ଟିରେ ପିଲାଙ୍କ ଜୀବନ ଯାଉଥିବା ବେଳେ ନ୍ୟସନାଲ୍ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟରେ ତଥ୍ୟ ଚିନ୍ତା ବଢାଇଛି।
ସେପଟେ ଓଡ଼ିଶାରେ 22.8 ପ୍ରତିଶତ ମହିଳା ଓ 48.3 ପ୍ରତିଶତ ପୁରୁଷ ଟବାକୋ ବ୍ୟବହାର କରୁଛନ୍ତି । ସେହିଭଳି ଓଡ଼ିଶାରେ ପ୍ରତି 100 ଜଣରେ 26.8 ଜଣ ମଦ୍ୟପାନ କରୁଥିବା ବେଳେ ପ୍ରତି ଶହେରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ହେଉଛି 3.1 ପ୍ରତିଶତ।
ପଢନ୍ତୁ ଏହି ଖବର: ଓଡ଼ିଶା ପାଇଁ ବଡ଼ ସ୍ୱାସ୍ଥ୍ୟ ଚେତାବନୀ: ଡାଏବେଟିସ୍ ଓ ରକ୍ତଚାପ ଫାଶରେ ଯୁବପିଢ଼ି
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ ମୁତାବକ ଦେଶରେ ପ୍ରତି ୧ ଲକ୍ଷରେ ମାତୃ ମୃତ୍ୟୁ ହାର ୮୭ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି। ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନାରେ ଘରୋଇ ଡାକ୍ତରଖାନାଗୁଡ଼ିକ ଯୋଡ଼ିହେବା ଦ୍ବାରା ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ସେହିପରି ଦେଶରେ ଡାକ୍ତରଖାନାରେ ସନ୍ତାନ ପ୍ରସବ ହାର ୯୦.୬ ପ୍ରତିଶତକୁ ବୃଦ୍ଧି ପାଇଛି। ପୂର୍ବରୁ ୨୦୧୯ରୁ ୨୦୨୧ ମସିହାର ତଥ୍ୟକୁ ନେଇ ପ୍ରସ୍ତୁତ ଏନ୍ଏଫ୍ଏଚ୍ଏସ୍-୫ ରିପୋର୍ଟରେ ଏହି ହାର ୮୮.୬ ପ୍ରତିଶତ ରହିଥିଲା। କିନ୍ତୁ ସରକାରୀ ଡାକ୍ତରଖାନା ଅପେକ୍ଷା ଘରୋଇ ଡାକ୍ତରଖାନାରେ ସନ୍ତାନ ପ୍ରସବ ବଢ଼ିଛି। ଏନ୍ଏଫ୍ଏଚ୍ଏସ୍-୫ରେ ସରକାରୀ ଡାକ୍ତରଖାନାରେ ସନ୍ତାନ ପ୍ରସବ ହାର ୬୧.୯ ପ୍ରତିଶତ ରହିଥିଲା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡାଇବେଟିସ୍ ବା ବ୍ଲଡସୁଗାରକୁ ନେଇ ମଧ୍ୟ ଚିନ୍ତା ବଢୁଛି । ଓଡ଼ିଶାରେ 15 ବର୍ଷରୁ ଅଧିକ 100 ମହିଳାଙ୍କ ମଧ୍ୟରୁ ହାରାହାରି 22 ଜଣ ହାଇ ବ୍ଲଡ୍ ସୁଗାରରେ ଆକ୍ରାନ୍ତ । ସୁଗାର ନିୟନ୍ତ୍ରଣ ପାଇଁ ସେମାନେ ମେଡିସିନ୍ ନେଉଛନ୍ତି । 2019-21ରେ ଏହା 14 ପ୍ରତିଶତ ଥିବା ବେଳେ 2023-24ରେ 21.7 ପ୍ରତିଶତରେ ପହଞ୍ଚିଛି । ସେହିଭଳି 25 ବର୍ଷରୁ ଅଧିକ ଶହେ ପୁରୁଷଙ୍କ ମଧ୍ୟରୁ ପାଖାପାଖି 27 ଜଣ ହାଇ ବ୍ଲଡସୁଗାରରେ ଆକ୍ରାନ୍ତ । 2019-21ରେ ବ୍ଲଡ ସୁଗାରରେ ଆକ୍ରାନ୍ତ ପୁରୁଷଙ୍କ ସଂଖ୍ୟା 17 ପ୍ରତିଶତ ଥିବା ବେଳେ ଏବେ ବୃଦ୍ଧି ପାଇ 26.6 ପ୍ରତିଶତରେ ପହଞ୍ଚିଛି । ...
Related Topics
Explore more stories