Tiranga / ତ୍ରିରଙ୍ଗାର ମହତ୍ତ୍ଵ ଓ ଇତିହାସ; ଭାରତର ଜାତୀୟ ପତାକା ଦିଏ କେଉଁ ବାର୍ତ୍ତା ?
·5 months ago·2 min read

Key Points
ଭାରତର ଜାତୀୟ ପତାକାରେ ତିନି ପ୍ରକାର ରଙ୍ଗ ରହିଛି । ଉପର ଭାଗରେ ନାରଙ୍ଗୀ ରହିଥିବା ବେଳେ ମଝିରେ ଧଳା ଓ ତଳେ ସବୁଜ ରଙ୍ଗ ସମାନୁପାତରେ ରହିଛି ।
ନୂଆଦିଲ୍ଲୀ: ପ୍ରତ୍ୟେକଟି ସ୍ଵତନ୍ତ୍ର ରାଷ୍ଟ୍ରର ନିଜସ୍ଵ ଏକ ପତାକା ରହିଛି । ଆଉ ଏହା ହେଉଛି ଏକ ସ୍ଵତନ୍ତ୍ର ଦେଶର ସଂକେତ । ଭାରତର ଜାତୀୟ ପତାକାର ବର୍ତ୍ତମାନ ସ୍ଵରୂପକୁ ୨୨ ଜୁଲାଇ ୧୯୪୭ରେ ବସିଥିବା ଭାରତୀୟ ସମ୍ବିଧାନ ସଭା ବୈଠକରେ ଆପଣାଇ ନିଆଯାଇଥିଲା । ୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ଵାଧୀନ ହେବାର ଠିକ୍ କିଛିଦିନ ପୂର୍ବରୁ ସ୍ଥିର ହୋଇଥିଲା ଭାରତର ଜାତୀୟ ପତାକାର ବର୍ତ୍ତମାନ ସ୍ଵରୂପ । ଯାହାକୁ ଆମେ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ରେ ଉତ୍ତୋଳନ କରି ଗୌରବାନ୍ଵିତ ମନେ କରୁଛେ ।
ଏଥିସହ ପଢ଼ନ୍ତୁ: ଗଣତନ୍ତ୍ର ଦିବସ ପରେଡ୍ ବେଳେ ଧସିଥିଲା ଏକାଧିକ ବହୁତଳ କୋଠା
ଭାରତର ଜାତୀୟ ପତାକାରେ ତିନି ପ୍ରକାର ରଙ୍ଗ ରହିଛି । ଉପର ଭାଗରେ ନାରଙ୍ଗୀ ରହିଥିବା ବେଳେ ମଝିରେ ଧଳା ଓ ତଳେ ସବୁଜ ରଙ୍ଗ ସମାନୁପାତରେ ରହିଛି । ମଝିରେ ଥିବା ଧଳା ରଙ୍ଗ ମଧ୍ୟରେ ଗଭୀର ନୀଳ ରଙ୍ଗର ଅଶୋକ ଚକ୍ର ରହିଛି । ଏହି ଅଶୋକ ଚକ୍ରରେ ରହିଛି ୨୪ଟି ଅର ।
କେଉଁ ରଙ୍ଗ କ'ଣ ସୂଚାଏ ?
ଜାତୀୟ ପତାକା ତ୍ରିରଙ୍ଗାର ଉପର ଭାଗରେ ଥିବା ନାରଙ୍ଗୀ ରଙ୍ଗ ଦେଶର ଶକ୍ତି ଓ ସାହସକୁ ଦର୍ଶାଇ ଥାଏ । ମଝିରେ ରହିଥିବା ଧଳା ରଙ୍ଗ ଅଶୋକ ଚକ୍ର ସହିତ ଶାନ୍ତି ଓ ସତ୍ୟର ପ୍ରତୀକ ଅଟେ । ତଳ ଭାଗରେ ଥିବା ସବୁଜ ରଙ୍ଗ ଉର୍ବରତା, ବୃଦ୍ଧି ଓ ଭୂମିର ପବିତ୍ରତାକୁ ଦର୍ଶାଇଥାଏ ।
ଏଥିସହ ପଢ଼ନ୍ତୁ: ଦିଲ୍ଲୀରୁ ପଲ୍ଲୀ ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା; କର୍ତ୍ତବ୍ୟ ପଥରେ ଚମକିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼
ସେହିଭଳି ଜାତୀୟ ପତାକାରେ ଥିବା ଅଶୋକ ଚକ୍ରକୁ ବିଧିର ଚକ୍ର କୁହାଯାଏ । ଯାହାକି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ପୂର୍ବ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଦ୍ଵାରା ନିର୍ମିତ ସାରନାଥ ମନ୍ଦିରରୁ ନିଆଯାଇଛି । ଏହି ଚକ୍ରର ଅର୍ଥ ଜୀବନ ଗତିଶୀଳ ଏବଂ ଅଟକିବାର ଅର୍ଥ ମୃତ୍ୟୁ ।
୨୦୦୨ ଜାନୁଆରୀ ୨୬ରେ ଭାରତୀୟ ଧ୍ଵଜ ସଂହିତାରେ ସଂଶୋଧନ କରାଯାଇଥିଲା ଏବଂ ଦେଶ ସ୍ଵାଧୀନତାର ଅନେକ ବର୍ଷ ପରେ ଭାରତର ନାଗରିକ ସେମାନଙ୍କ ଘର, କାର୍ଯ୍ୟାଳୟ ଓ କାରଖାନାରେ କେବଳ ରାଷ୍ଟ୍ରୀୟ ଦିବସ ନୁହେଁ କୌଣସି ଦିନରେ ତ୍ରିରଙ୍ଗା ବିନା ବାଧାରେ ଉଡ଼ାଇ ପାରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories