Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୧୩୫ତମ `ମନ୍‌ କି ବାତ୍‌' ରେ ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ, କହିଲେ ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି ହୋଇଛି

National

Mann Ki Baat / ୧୩୫ତମ `ମନ୍‌ କି ବାତ୍‌' ରେ ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ, କହିଲେ ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି ହୋଇଛି

Bikash Mohanty
Browse all articles by Bikash Mohanty
·1 hour ago·2 min read
୧୩୫ତମ `ମନ୍‌ କି ବାତ୍‌' ରେ ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ, କହିଲେ ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି ହୋଇଛି
Narendra Modi

Key Points

୧୩୫ତମ `ମନ୍‌ କି ବାତ୍‌'
ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ
ସମୁଦ୍ରରୁ ଆକାଶ ଯାଏଁ ଭାରତ ସୁରକ୍ଷିତ
ନୁଆଦିଲ୍ଲୀ,୨୮/୦୬: ୧୩୫ ତମ ମନ୍ କୀ ବାତରେ ଦେଶବାସୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ ମାସର ଶେଷ ରବିବାର ମୋଦି ଅନେକ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଦେଶର ସୁରକ୍ଷା, ଭାରତର ଉପଲବ୍ଧି ଉପରେ ଆଲୋକପାତ କରିଛନ୍ତି । ଏହାସହ ସ୍ୱଦେଶୀ ଜ୍ଞାନ କୌଶଳର ପ୍ରଶଂସା କରି ଏହାର ଫାଇଦା ଦର୍ଶାଇଛନ୍ତି ।

ପିଏମ୍ ମୋଦି କହିଛନ୍ତି ଯେ, ଗତ ୬ ମାସ ହେଲା ଭାରତ ଅନେକ କ୍ଷେତ୍ରରେ ଉତ୍କୃଷ୍ଟ କାମ କରିଛି । ଯାହା ଉପରେ ଦେଶବାସୀ ଗର୍ବ କରିବା ଆବଶ୍ୟକ । ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇଛି । ସେନାର ଶକ୍ତି ବଢିଛି । ଭାରତ ସି-୨୯୫ ବିମାନ ତିଆରି କରିଛି । ସମୁଦ୍ରରୁ ନେଇ ଆକାଶ ଯାଏଁ ଭାରତର ସୁରକ୍ଷା ଲଗାତାର ଭାବେ ମଜବୁତ ହେବାରେ ଲାଗିଛି ।

କେବଳ ପ୍ରତିରକ୍ଷା କ୍ଷେତ୍ର ଉପରେ ନୁହେଁ ମୋଦୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଯୋଗ, ନିଯୁକ୍ତି ଏବଂ ସମାଜସେବା ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ଜୁନରେ ଦେଶ ଅନେକ ସଫଳତା ହାସଲ କରିଛି । ଦେଶ ନିଜର କ୍ଷମତା ଏବଂ ଆତ୍ମବିଶ୍ୱାସକୁ ଦୁନିଆ ଆଗରେ ରଖିଛି । ବିଶ୍ୱ ଯୋଗାସନ ପ୍ରତିଯୋଗିତାରେ ଭାରତ ବାଜି ମାରିଛି ।

ପଢନ୍ତୁ ଏହି ଖବର: ନୌସେନାରେ ସାମିଲ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ ନୂଆ ଯୁଦ୍ଧଜାହାଜ

ସେ ଆହୁରି କହିଛନ୍ତି ଯେ, ୨୦୨୬ ଅଧା ହୋଇଗଲାଣି । ଏହି ୬ ମାସରେ ମନ୍ କୀ ବାତରେ ସେ ଦେଶବାସୀଙ୍କ ସହ ଅନେକ ଉପଲବ୍ଧି ବାବଦରେ କଥା ହୋଇଛନ୍ତି । ଜୁନ୍ ମାସରେ ମଧ୍ୟ ଦେଶ ଅନେକ ସଫଳତା ସାଉଣ୍ଟିଛି । ମନ କି ବାତ କାର୍ଯ୍ୟକ୍ରମରେ ନୌସେନାରେ ସାମିଲ ହୋଇଥିବା ତିନୋଟି ନୂତନ ଜାହାଜ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

"ଜୁନ୍ ମାସରେ ଦେଶ ଏପରି ସଫଳତା ହାସଲ କରିଛି ଯାହା ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରିଥିଲା। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହିତ ଜଡ଼ିତ। ସମ୍ପ୍ରତି, ମୋତେ କୋଲକାତାରେ ଏକ ନୌସେନା କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିଥିଲା। ସେଠାରେ, INS ଦୁନାଗିରି, INS ସଂଶୋଧକ ଏବଂ INS ଅଗ୍ରୟକୁ ଭାରତୀୟ ନୌସେନାର ନୌବାହିନୀରେ ସାମିଲ କରାଯାଇଥିଲା।"।

ସେହିପରି ସି-୨୯୫ ବିମାନ ହେଉଛି ମେକ୍ ଇନ୍ ଇଣ୍ଡିଆର ଅଂଶ । ଏହା ନିଜର ପ୍ରଥମ ଉଡାଣ ଭରିଛି । ଏପରି ଭାବେ ଦେଶରେ ୪୦ଟି ବିମାନ ତିଆରି ହେଉଛି । ଏହା କେବଳ ଏକ ବିମାନ ନୁହେଁ ବରଂ ଭାରତର ପ୍ରଯୁକ୍ତିବିଦ୍ୟା କ୍ଷମତା ଏବଂ ଆତ୍ମବିଶ୍ୱାସର ଝଲକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored