Indian Railway AI Assistant / କ'ଣ ଏହି 'ଆଇ-ଗେଜ୍' ଟେକ୍ନୋଲୋଜି ଯିଏ ଟ୍ରେନ୍ରେ ଲଗାଇବା ସ୍ୱୟଂଚାଳିତ ବ୍ରେକ୍
·1 week ago·2 min read

Key Points
"କବଚ" ଟ୍ରେନ୍କୁ ବାହ୍ୟ ସୁରକ୍ଷା ପ୍ରଦାନ କରୁଥିବା ବେଳେ, "ଆଇ-ଗେଜ୍" ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବ।
Indian Railways i-GAZE Technology: ରେଳ ଦୁର୍ଘଟଣାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏବେ ସ୍ୱତନ୍ତ୍ର ଧରଣର କୃତ୍ରିମ ବୁଦ୍ଧିମତ୍ତା ଜ୍ଞାନକୌଶଳ ବ୍ୟବହାର କରୁଛି। ରେଳବାଇ ଏବେ ଏପରି ଏକ ବ୍ୟବସ୍ଥାକୁ ବିକଶିତ କରୁଛି ଯିଏ ଲୋକୋ ପାଇଲଟ୍ ଶୋଇପଡ଼ିଲେ ଟ୍ରେନ୍ରେ ସ୍ୱୟଂଚାଳିତ ଭାବରେ ଜରୁରୀକାଳୀନ ବ୍ରେକ୍ ଲଗାଇ ପାରିବ। ଏହି ଜ୍ଞାନକୌଶଳର ନାଁ "ଆଇ-ଗେଜ୍ ଟେକ୍ନୋଲୋଜି" ରଖାଯାଇଛି। ବିଶ୍ୱର ଅନେକ ଦେଶରେ ଏହି ସମାନ ଜ୍ଞାନକୌଶଳ ପୂର୍ବରୁ ବ୍ୟବହାର ହୋଇଆସୁଛି।
ଆଇ-ଗେଜ୍ ଟେକ୍ନୋଲୋଜି କ'ଣ? ଏହା କିପରି କାମ କରେ?
ଆଇ-ଗେଜ୍ ଟେକ୍ନୋଲୋଜି (Indian Railways i-GAZE Technology) ହେଉଛି ଏକ ଡ୍ରାଇଭର ଷ୍ଟେଟ୍ ମନିଟରିଂ ସିଷ୍ଟମ୍ (Driver State Monitoring System)। ଯାହା କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ବାୟୋମେଟ୍ରିକ୍ସ (Biometrics) ବ୍ୟବହାର କରିଥାଏ। ଏହି ସିଷ୍ଟମ୍ରେ ସ୍ଥାପିତ କ୍ୟାମେରା ୨୪ ଘଣ୍ଟା ପର୍ଯ୍ୟନ୍ତ ନିରନ୍ତର ଭାବରେ ଲୋକୋ ପାଇଲଟ୍ ଉପରେ ନଜର ରଖିଥାଏ। ଟ୍ରେନ ଚାଳକଙ୍କ ମୁହଁର ଭାବଭଙ୍ଗୀ, ବିଶେଷକରି ଆଖି ପୁତୁଳି ଏବଂ ଏହାର ଗତିବିଧିକୁ ଟ୍ରାକ୍ କରିଥାଏ।
କିପରି କରିଥାଏ ଏହି ସିଷ୍ଟମ?
ଏହି ସିଷ୍ଟମ୍ ସହିତ ସଜ୍ଜିତ ଟ୍ରେନ୍ରେ ଲୋକୋ ପାଇଲଟ୍ଙ୍କ ସମ୍ମୁଖରେ ଇଞ୍ଜିନ୍ କ୍ୟାବିନ୍ରେ ଛୋଟ ଛୋଟ ଇନଫ୍ରାରେଡ୍ କ୍ୟାମେରା (Infrared Camera) ଲଗା ଯାଇଥାଏ। ଏହି କ୍ୟାମେରା ଅତ୍ୟନ୍ତ ଉନ୍ନତ ଧରଣର। ଏଥିରେ ଥିବା ସେନ୍ସର ଅନ୍ଧାରରେ ମଧ୍ୟ ଡ୍ରାଇଭରଙ୍କ ଆଖି ପୁତୁଳିକୁ ସହଜରେ ଦେଖିପାରିବେ। ଆଇ-ଗେଜ୍ ସିଷ୍ଟମ୍ ଲୋକୋ ପାଇଲଟ୍ଙ୍କ ଆଖି ମିଟି ମିଟି କରିବା ଏବଂ ତାହା କେତେ ସମୟ ଖୋଲା ରହିଥିଲା ତାହାକୁ ନିରନ୍ତର ସ୍କାନ କରି ପାରିବ।
ଯଦି ଲୋକୋ ପାଇଲଟ୍ଙ୍କ ଆଖି ଥକ୍କା କିମ୍ବା ନିଦ୍ରା ଯୋଗୁଁ ତିନି ସେକେଣ୍ଡରୁ ଅଧିକ ସମୟ ପାଇଁ ବନ୍ଦ ହୋଇଯାଏ ତାହେଲେ ଏଆଇ (AI) ଏହାକୁ ଏକ ବିପଦ ସଙ୍କେତ ବୋଲି ବିବେଚନା କରିଥାଏ। ନିଦ୍ରା ଆସିବା ମାତ୍ରେ ଲୋକୋ ପାଇଲଟ୍ଙ୍କୁ ତୁରନ୍ତ ସତର୍କ କରିବା ପାଇଁ କ୍ୟାବିନ୍ ମଧ୍ୟରେ ଏକ ବହୁତ ଜୋର୍ ରେ ଅଡିଓ ଆଲାର୍ମ ବାଜିଥାଏ।
ଯଦି ଲୋକୋ ପାଇଲଟ୍ ଆଲାର୍ମ ବାଜିବା ସତ୍ତ୍ୱେ ନିଦରୁ ଉଠନ୍ତି ନାହିଁ ତାହେଲେ ଆଇ-ଗେଜ୍ ସିଷ୍ଟମ ସ୍ୱୟଂଚାଳିତ ଭାବରେ ବ୍ରେକିଂ ୟୁନିଟ୍ ପାଖକୁ ଏକ ନିର୍ଦ୍ଦେଶ ପଠାଇବ। ଯାହା ପରେ ଟ୍ରେନ୍ରେ ସ୍ୱୟଂଚାଳିତ ଭାବେ ବ୍ରେକ୍ ଲାଗିଯିବ।
ଏହାର ଆଉ କ'ଣ ରହିଛି ବୈଶିଷ୍ଟ୍ୟ?
ଏହି ଏଆଇ ସିଷ୍ଟମ୍ କେବଳ ରେଳ ଦୁର୍ଘଟଣାରୁ ରକ୍ଷା କରେ ନାହିଁ ବରଂ ଏହାର ଆହୁରି ଅନେକ ବୈଶିଷ୍ଟ୍ୟ ମଧ୍ୟ ରହିଛି। ଏହି ସିଷ୍ଟମ୍ ଲୋକୋ ପାଇଲଟ୍ଙ୍କୁ ପ୍ରକୃତ ସମୟରେ ନିରୀକ୍ଷଣ (Real Time Inspection) କରିଥାଏ। ଯାହା ସେମାନଙ୍କୁ ଏହା ନିର୍ଣ୍ଣୟ କରିବାକୁ ଅନୁମତି ଦେଇଥାଏ ଯେ ସେମାନେ କେତେ କ୍ଳାନ୍ତ ଏବଂ ସେମାନେ ଟ୍ରେନ୍ ଚଲାଇବା ସ୍ଥିତିରେ ଅଛନ୍ତି ନାଁ ନାହିଁ। ଏହା "କବଚ ସିଷ୍ଟମ୍" ର ଏକ ଅଂଶ, ଯାହା ଏହାକୁ ଆହୁରି ଦୃଢ଼ କରିଥାଏ। "କବଚ" ଟ୍ରେନ୍କୁ ବାହ୍ୟ ସୁରକ୍ଷା ପ୍ରଦାନ କରୁଥିବା ବେଳେ, "ଆଇ-ଗେଜ୍" ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବ। ଏହି ସିଷ୍ଟମ ପ୍ରଚଳନ ସହିତ ଭାରତୀୟ ରେଳବାଇ ରେଳ ଦୁର୍ଘଟଣାକୁ ରୋକିବା ପାଇଁ ଏଆଇ ବ୍ୟବହାର କରୁଥିବା ଅନ୍ୟ ବିକଶିତ ଦେଶଙ୍କ ତାଲିକାରେ ସାମିଲ ହୋଇଛି। ଆଇ-ଗେଜ୍ ପ୍ରଯୁକ୍ତିର ଲକ୍ଷ୍ୟ ହେଉଛି ଦୀର୍ଘ ସମୟ ଅବଧି ବିଶିଷ୍ଟ ରାତିର ଡ୍ୟୁଟି ଘଣ୍ଟା କିମ୍ବା କ୍ଳାନ୍ତି ଯୋଗୁଁ ଲୋକୋ ପାଇଲଟ ଶୋଇପଡ଼ିବା କାରଣରୁ ହେଉଥିବା ରେଳ ଦୁର୍ଘଟଣାକୁ ରୋକିବା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories