Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Railway Announcement / ଇଣ୍ଡିଗୋ ବିମାନ ବାତିଲ ମଧ୍ୟରେ ଯାତ୍ରା ଭିଡ଼କୁ ଦେଖି ଭାରତୀୟ ରେଲଓ୍ବେ ୮୯ ସ୍ୱତନ୍ତ୍ର ଟ୍ରେନ ଘୋଷଣା କରିଛି

Ritu Das
Browse all articles by Ritu Das
·7 months ago·2 min read
ଇଣ୍ଡିଗୋ ବିମାନ ବାତିଲ ମଧ୍ୟରେ ଯାତ୍ରା ଭିଡ଼କୁ ଦେଖି ଭାରତୀୟ ରେଲଓ୍ବେ ୮୯ ସ୍ୱତନ୍ତ୍ର ଟ୍ରେନ ଘୋଷଣା କରିଛି
railway

Key Points


ଆଗାମୀ ତିନି ଦିନ ମଧ୍ୟରେ 89ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ଘୋଷଣା
ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍
ଡିସେମ୍ବରରେ ବୁଲିବାକୁ ପ୍ଲାନକୁ ନେଇ ଚିନ୍ତିତ କି?

କିଛି ଦିନ ହେଲା ବିମାନ ଯାତ୍ରା ବିଳମ୍ବକୁ ନେଇ ସାରା ଦେଶରେ ଅସନ୍ତୋଷ ଲାଗି ରହିଛି। ଇଣ୍ଡିଗୋ ସଙ୍କଟ ସାରା ଦେଶର ଯାତ୍ରାକୁ ଠପ୍‌ କରିଛି। ସରକାରଙ୍କ ତରଫରୁ ନୂଆ ନିୟମ ଜାରି କରାଯାଇଥିଲେ ମଧ୍ୟ ଇଣ୍ଡିଗୋ ସଙ୍କର ଦୂର ହେବାର ନାଁ ନେଉନି। ବହୁ ଯାତ୍ରୀ ଏବେବି ବିମାନ ବନ୍ଦରରେ ଫସିକି ରହିଛନ୍ତି। ବର୍ତ୍ତମାନ ଡିସେମ୍ବର ମାସ ଚାଲିଛି। ବର୍ଷ ସରୁଥିବାରୁ ଏହି ମାସରେ ବୁଲିବାକୁ ଲୋକେ କିଛି ନା କିଛି ପ୍ଲାନ କରିଥାନ୍ତି। କିନ୍ତୁ ଏଭଳି ବିମାନ ସମସ୍ୟା ଯୋଗୁ ଡିସେମ୍ବର ମାସରେ କଣ କରିବେ ବୋଲି ଲୋକେ ଚିନ୍ତିତ ହୋଇପଡ଼ିଲେଣି। ସେପଟେ ପର୍ଯ୍ୟଟନ ଶିଳ୍ପରେ ଯେଉଁ ଭଲ ଦୁଇ ପଇସା ରୋଜଗାର ହୁଏ ତାହା ମଧ୍ୟ ମାଡ଼ ଖାଇବ।

ଅଧିକ ପଢ଼ନ୍ତୁ: ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ

କିନ୍ତୁ ଏହାମଧ୍ୟରେ ରେଳବିଭାଗ ତରଫରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ରେଳବାଇ ଆଗାମୀ ତିନି ଦିନ ମଧ୍ୟରେ 89ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ଘୋଷଣା କରିଛି। ଏହି ସେବାଗୁଡ଼ିକ, ଯେଉଁଥିରେ 100 ରୁ ଅଧିକ ଯାତ୍ରା ଅନ୍ତର୍ଭୁକ୍ତ ହେବ, ବିଭିନ୍ନ ରେଳ ଜୋନରେ କାର୍ଯ୍ୟ କରିବ।
ଅତିରିକ୍ତ ଟ୍ରେନ୍ ଗୁଡିକ ସୁଗମ ଯାତ୍ରା ସୁନିଶ୍ଚିତ କରିବା ଏବଂ ବ୍ୟସ୍ତବହୁଳ ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସଂଯୋଗୀକରଣ ପ୍ରଦାନ କରିବା ଲକ୍ଷ୍ୟ ରଖିଛି।

ଏହି ଟ୍ରେନ ଗୁଡ଼ିକ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ଗୋରଖପୁର ଏବଂ ପାଟନା ଭଳି ବ୍ୟସ୍ତ ରୁଟରେ ଗଡ଼ିବ ବୋଲି ରେଳ ବିଭାଗ କହିଛି।
ଲୋକଙ୍କ ଡିମାଣ୍ଡକୁ ଧ୍ୟାନରେ ରଖି ସେଣ୍ଟ୍ରାଲ ରେଳ ବିଭାଗ ୧୪ ସ୍ବତନ୍ତ୍ର ଟ୍ରେନ ଚାଲିବାକୁ ନିର୍ଦ୍ଦେଶ ଦେଇଛି।
ଏହି ସେବାଗୁଡ଼ିକ ମଧ୍ୟରେ ୬ ଏବଂ ୭ ଡିସେମ୍ବରରେ ପୁଣେ-ବେଙ୍ଗାଲୁରୁ-ପୁଣେ (୦୧୪୧୩/୦୧୪୧୪),
୭ ଏବଂ ୯ ଡିସେମ୍ବରରେ ପୁଣେ-ହଜରତ ନିଜାମୁଦ୍ଦିନ-ପୁଣେ (୦୧୪୦୯/୦୧୪୧୦),
୭ ଏବଂ ୮ ଡିସେମ୍ବରରେ ଲୋକମାନ୍ୟ ତିଲକ ଟର୍ମିନସ୍-ମଡଗାଓଁ-ଏଲଟିଟି (୦୧୦୧୯/୦୧୦୨୦)
ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍-ହଜରତ ନିଜାମୁଦ୍ଦିନ-ସିଏସଏମଟି ଅନ୍ତର୍ଭୁକ୍ତ। (୦୧୦୭୭/୦୧୦୭୮)
୬ ଏବଂ ୭ ଡିସେମ୍ବରରେ LTT-ଲକ୍ଷ୍ନୌ-LTT (୦୧୦୧୫/୦୧୦୧୬),
୬ ଏବଂ ୭ ଡିସେମ୍ବରରେ ନାଗପୁର-CSMT-ନାଗପୁର (୦୧୦୧୨/୦୧୦୧୧)
୭ ଏବଂ ୯ ଡିସେମ୍ବରରେ ଗୋରଖପୁର-LTT-ଗୋରଖପୁର (୦୫୫୮୭/୦୫୫୮୮)
ଏବଂ ୧୦ ଏବଂ ୧୨ ଡିସେମ୍ବରରେ ବିଳାସପୁର-LTT-ବିଳାସପୁର (୦୮୨୪୫/୦୮୨୪୬)

ଦକ୍ଷିଣ ପୂର୍ବ ରେଳବାଇ ମଧ୍ୟ ବହୁ ବିମାନ ଉଡ଼ାଣ ବାତିଲ ହେବା ପରେ ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ଯୋଜନା କରିଛି। ଏଥିରେ ସାନ୍ତ୍ରାଗାଚି-ୟେଲାହାଙ୍କା-ସାନ୍ତ୍ରାଗାଚି (୦୮୦୭୩/୦୮୦୭୪), ୭ ଡିସେମ୍ବରରେ ସାନ୍ତ୍ରାଗାଚି ଛାଡିବ ଏବଂ ୯ ଡିସେମ୍ବରରେ ୟେଲାହାଙ୍କା ଛାଡିବ। ହାଓଡ଼ା-ସିଏସ୍ଏମ୍‌ଟି-ହାଓଡ଼ା ସ୍ପେଶାଲ୍ (୦୨୮୭୦/୦୨୮୬୯) ଡିସେମ୍ବର ୬ ତାରିଖରେ ହାଓଡ଼ା ଏବଂ ୮ ତାରିଖରେ ସିଏସ୍ଏମଟିରୁ ଛାଡ଼ିବ।
ସେହିପରି ଚେରଲାପାଲି-ଶାଲିମାର-ଚେରଲାପାଲି (୦୭୧୪୮/୦୭୧୪୯) ଡିସେମ୍ବର ୬ ତାରିଖରେ ଚେରଲାପାଲି ଏବଂ ୮ ଡିସେମ୍ବରରେ ଶାଲିମାରରୁ ଛାଡ଼ିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Railways Announces 89 Special Trains After Indigo Cancellations | Argus News