Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ରେନ୍ ବିଳମ୍ବ ହେବାରୁ ଧରି ପାରିଲେନି ବିମାନ; ରେଲୱେ ଦେଲା ବଡ଼ ଜରିମାନା

National

Train Delay Became Costly / ଟ୍ରେନ୍ ବିଳମ୍ବ ହେବାରୁ ଧରି ପାରିଲେନି ବିମାନ; ରେଲୱେ ଦେଲା ବଡ଼ ଜରିମାନା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଟ୍ରେନ୍ ବିଳମ୍ବ ହେବାରୁ ଧରି ପାରିଲେନି ବିମାନ; ରେଲୱେ ଦେଲା ବଡ଼ ଜରିମାନା
Train delay became costly for Railways

Key Points

ଟ୍ରେନ୍ ବିଳମ୍ବ ପାଇଁ ବିମାନ ଫେଲ୍ । ଏବେ ରେଲୱେ ଦେଲା ୬୯ ହଜାର ଟଙ୍କା କ୍ଷତିପୂରଣ । ୯ ବର୍ଷର ଲଢ଼େଇ ପରେ ମିଳିଲା ନ୍ୟାୟ ।
ନୂଆଦିଲ୍ଲୀ: ଆମ ଦେଶରେ ଟ୍ରେନ୍ ବିଳମ୍ବରେ ଚାଲିବା ଦେହସୁଆ ହୋଇ ଗଲାଣି । ଅଧିକାଂଶ ଯାତ୍ରୀ ଏହାକୁ ଅଣଦେଖା କରିଥାନ୍ତି । କିନ୍ତୁ ଟ୍ରେନ୍ ବିଳମ୍ବ ପାଇଁ ଦମ୍ପତିଙ୍କ ବିମାନ ପଳାଇଲା । ଯାହା ପରେ ସ୍ଵାମୀ-ସ୍ତ୍ରୀ ଆଇନ୍‌ଗତ ଲଢ଼େଇ ଲଢ଼ିଲେ, ଏବେ ରେଲୱେ ତାଙ୍କୁ କ୍ଷତିପୂରଣ ଦେଇଛି ।

ରାଜସ୍ଥାନ କୋଟାର ଅନୀଲ ରାଣା ଓ ତାଙ୍କ ପତ୍ନୀ ଅନୀତା ରାଣା ୨୦୧୭ ଡିସେମ୍ବରରେ କେରଳ ଯିବାକୁ ବାହାରିଥିଲେ । ଏଥିପାଇଁ ଦମ୍ପତି ଦିଲ୍ଲୀରୁ ଥିରୁବନନ୍ତପୁରମ୍ ଯିବାକୁ ଏୟାର୍ ଇଣ୍ଡିଆ ବିମାନରେ ଟିକେଟ୍ ପୂର୍ବରୁ ୁକ୍ କରିଥିଲେ । ବିମାନ ଟିକେଟ୍ ପାଇଁ ଖର୍ଚ୍ଚ କରିଥିଲେ ୩୩ ହଜାର ୯୨୯ ଟଙ୍କା ।

ଏଥିସହ ପଢ଼ନ୍ତୁ: ଆଉ ଚଳିବନି ସରକାରୀ କର୍ମଚାରୀଙ୍କ ମନମାନି, ଏଣିକି ବିଳମ୍ବରେ ଅଫିସ୍‌ ଆସିଲେ କଟିବ ଦରମା 

ସୂଚନା ଅନୁସାରେ, ଦମ୍ପତି କୋଟାରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍‌ରେ ଚଢ଼ିଥିଲେ । ରାଜଧାନୀ ଏକ୍ସପ୍ରେସ୍‌ ସମୟ ନିର୍ଘଣ୍ଟ ଅନୁସାରେ ଦିଲ୍ଲୀ ପହଞ୍ଚିବା ସମୟ ପରେ ଦମ୍ପତିଙ୍କ ପାଖରେ ବିମାନ ଧରିବାକୁ ପର୍ଯ୍ୟାପ୍ତ ସମୟ ଥିଲା । ଦିନ ୧୨ଟା ୪୦ରେ ରାଜଧାନୀ ଏକ୍ସପ୍ରେସ୍ ହଜରତ ନିଜାମୁଦ୍ଦିନ ଷ୍ଟେସନରେ ପହଞ୍ଚିବାର ଥିଲା । ଦମ୍ପତିଙ୍କ ବିମାନ ସନ୍ଧ୍ୟା ୬ଟା ୫ରେ ଥିଲା ।

କିନ୍ତୁ ଟ୍ରେନ୍‌ରେ ଦିଲ୍ଲୀ ଯାଉଥିବା ବେଳେ ଦମ୍ପତିଙ୍କ ସମସ୍ତ ଯୋଜନା ବିଗିଡ଼ି ଗଲା । କାରଣ ରାଜଧାନୀ ଏକ୍ସପ୍ରେସ୍ ୪ ଘଣ୍ଟାରୁ ଅଧିକ ବିଳମ୍ବରେ ଯାଇ ଅପରାହ୍ଣ ୪ଟା ୫୦ରେ ଦିଲ୍ଲୀ ପହଞ୍ଚିଥିଲା । ଆଉ ଷ୍ଟେସନରୁ ଯାଇ ବିମାନବନ୍ଦରରେ ପହଞ୍ଚିବା ବେଳେକୁ ଫ୍ଲାଇଟ୍ ପଳାଇଥିଲା ।

ବିଳମ୍ବ ପାଇଁ ବଢ଼ିଲା ଖର୍ଚ୍ଚ

ବିମାନ ପଳାଇବା ପରେ ଦମ୍ପତି ଦିଲ୍ଲୀର ଏକ ହୋଟେଲରେ ରହିଥିଲେ । ତା ପରଦିନ ବିମାନ ଟିକେଟ୍ କରିଥିଲେ । ଯେଉଁଥିପାଇଁ ଖର୍ଚ୍ଚ କରିବାକୁ ପଡ଼ିଥିଲା ୭୨ ହଜାର ୯୩୦ ଟଙ୍କା । ଯାହାକି ପୂର୍ବରୁ କିଣିଥିବା ଟିକେଟ୍‌ ମୂଲ୍ୟର ଦୁଇଗୁଣାରୁ ଅଧିକ ଥିଲା । ଆର୍ଥିକ କ୍ଷତି ସହ ମାନସିକ ଦୁଃଶ୍ଚିନ୍ତା ଓ ସମୟ ବରବାଦ ହୋଇଥିଲା ।

ଖାଉଟି ଅଦାଲତଙ୍କ ଦ୍ଵାରସ୍ଥ

ଯାହାପରେ ଦମ୍ପତି ରେଲୱେ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ଆଇନ୍‌ଗତ ନୋଟିସ୍ ପଛାଇଥିଲେ । ରେଲୱେ ଠାରୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ କୋଟା ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ଵାରସ୍ଥ ହୋଇଥିଲା । ଯେଉଁଠି ରେଲୱେ ପରିଚାଳନା ଓ ଯାନ୍ତ୍ରିକ ତ୍ରୁଟିକୁ ଦାୟୀ କରିଥିଲା । ହେଲେ ରେଲୱେର ଉତ୍ତରରେ ସନ୍ତୋଷ ପ୍ରକାଶ କରିଥିଲେ ଖାଉଟି ଅଦାଲତ ।

ଏଥିସହ ପଢ଼ନ୍ତୁ: ବେଶ୍ୟାବୃତ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଲିସକୁ ଦେଲେ ଏଭଳି ପରାମର୍ଶ 

ଅଦାଲତଙ୍କ ନିଷ୍ପତ୍ତି

୨୦୨୩ ଅଗଷ୍ଟରେ ଖାଉଟି ଅଦାଲତ ଦମ୍ପତିଙ୍କ ପକ୍ଷରେ ନିଷ୍ପତ୍ତି ଶୁଣାଇବା ସହ ରେଲୱେକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ବିମାନ ଖର୍ଚ୍ଚ ପାଇଁ ୩୯ ହଜାର ୧ ଟଙ୍କା, ମାନସିକ ପୀଡ଼ା ପାଇଁ ୨୦ ହଜାର ଟଙ୍କା, ହୋଟେଲ ବାବଦକୁ ୫ ହଜାର ଟଙ୍କା ଓ ଆଇନ୍‌ଗତ ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଖାଉଟି ଅଦାଲତ ।

ଏଭଳି ଭାବେ ମୋଟ ୬୯ ହଜାର୧ ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଥିଲା । ତେବେ ଖାଉଟି ଅଦାଲତଙ୍କ ଏହି ନିଷ୍ପତ୍ତି ବିରୋଧେ ରେଲୱେ ରାଜ୍ୟ ଉପଭୋକ୍ତ ଆୟୋଗଙ୍କ ଦ୍ଵାରସ୍ଥ ହୋଇଥିଲା । ଯେଉଁଠି ରେଲୱେର ଆବେଦନ ଅଗ୍ରାହ୍ୟ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Train Delay Cost Couple Flight, Railways Ordered To Pay Compensation | Argus News | Argus News