Supreme Court / ବେଶ୍ୟାବୃତ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଲିସକୁ ଦେଲେ ଏଭଳି ପରାମର୍ଶ
·3 months ago·2 min read

Key Points
ଦେହ ବ୍ୟବସାୟକୁ ନେଇ ବଡ଼ ରାୟ । ନିଜ ଇଚ୍ଛାରେ ବେଶ୍ୟାବୃତ୍ତି କରୁଥିଲେ ତାହା ଅପରାଧ ଶ୍ରେଣୀରେ ଆସିବ ନାହିଁ । ଏଭଳି ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟ ।
ନୂଆଦିଲ୍ଲୀ: ଯଦି କେହି ପ୍ରାପ୍ତଃ ବୟସ୍କ ନିଜ ଇଚ୍ଛାରେ ଦେହ ବ୍ୟବସାୟ କରନ୍ତି, ତାହା ଅପରାଧ ଶ୍ରେଣୀରେ ଆସିବ ନାହିଁ । ଏଭଳି ମହିଳାଙ୍କୁ ଗିରଫ କରିବା କିମ୍ବା ତାଙ୍କୁ ଡରାଇବା, ଧମକାଇବାର ଆବଶ୍ୟକତା ନାହିଁ ବୋଲି ପୋଲିସକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ସୁପ୍ରିମକୋର୍ଟ କହିଛନ୍ତି, "ଯଦି ବାଣିଜ୍ୟିକ ଭାବେ ବେଶ୍ୟାବୃତ୍ତି ପାଇଁ ମାନବ ଚାଲାଣ କରାଯାଇଥାଏ କିମ୍ବା କାହାକୁ ମିଛ କହି କିମ୍ବା ବାଧ୍ୟ କରି ଦେହ ବ୍ୟବସାୟରେ ଲିପ୍ତ କରାଯାଇଥାଏ ତାହେଲେ ଏଭଳି ମାମଲା ଇମୋରାଲ୍ ଟ୍ରାଫିକ୍ ପ୍ରିଭେନ୍ସନ୍ ଆକ୍ଟ (ITPA) ଲାଗୁ ହୋଇଥାଏ ।"
ଯଦି କେହି ନିଜ ଇଚ୍ଛାରେ ଦେହ ବ୍ୟବସାୟ କରେ ତାହେଲେ ଏହା ବେଆଇନ୍ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ବେଶ୍ୟାଳୟ ବା କୋଠି ପରିଚାଳନା କରିବା ବେଆଇନ୍ ଅଟେ ।
ଏଥିସହ ପଢ଼ନ୍ତୁ: ଯୌତୁକ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ; 'ଯାହାଠୁ ଟଙ୍କା ନିଅନ୍ତି, ତାଙ୍କୁ ହିଁ ଭିକାରୀ କୁହନ୍ତି...'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ'ଣ କହୁଛି ITPA ?
ଇମୋରାଲ୍ ଟ୍ରାଫିକ୍ ପ୍ରିଭେନ୍ସନ୍ ଆକ୍ଟ (ITPA) ୧୯୫୬ରେ ଆସିଥିଲା । ଏହି ଆଇନ୍ର ଧାରା ୩ ଅନୁସାରେ, ଯଦି କେହି ଦେହ ବ୍ୟବସାୟ ପାଇଁ ନିଜ ଜାଗାକୁ ଭଡ଼ାରେ ଦିଏ କିମ୍ବା ଉପଯୋଗ ପାଇଁ ଅନୁମତି ଦିଏ । ତାହେଲେ ତାକୁ ୧ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ସହ ଜରିମାନା ହୋଇପାରିବ ।
ସେହିଭଳି ITPAର ଧାରା ୪ ଅନୁସାରେ, ଯଦି କେହି ବ୍ୟକ୍ତି ଯୌନ କର୍ମୀଙ୍କ ଆୟର ବ୍ୟବହାର କିମ୍ବ ଉପଯୋଗ କରେ ତାହା ଅପରାଧ ନୁହେଁ । ଏହି ଧାରା ଯୌନ କର୍ମୀଙ୍କ ପରିବାର ଉପରେ ମଧ୍ୟ ଲାଗୁ ହୋଇଥାଏ ।
ଆକ୍ଟର ଧାରା ୫ ଅନୁସାରେ- ବଳପୂର୍ବକ, ବାଧ୍ୟ କରି କିମ୍ବା ଦେହ ବ୍ୟବସାୟ ପାଇଁ ଚାପ ପକାଇବା ଅପରାଧ ଶ୍ରେଣୀ ଅନ୍ତର୍ଭୁକ୍ତ ଅଟେ । ଧାରା ୭ ଅନୁସାରେ, ସାର୍ବଜନୀନ ସ୍ଥାନ କିମ୍ବା ଧାର୍ମିକ ସ୍ଥଳର ୨୦୦ ମିଟର ପରିଧିରେ ବେଶ୍ୟାବୃତ୍ତି ଅପରାଧ ଅଟେ । ତେବେ ଏହି ଆଇନ୍ରେ କେଉଁଠି ବି ସହମତିରେ ସମ୍ପର୍କର ଅବତାରଣା କରାଯାଇ ନାହିଁ ।
ଜଷ୍ଟିସ୍ ଏଲ୍ ନାଗେଶ୍ଵର ରାଓ ଓ ଜଷ୍ଟିସ୍ ବିଆର୍ ଗବଈ, ଜଷ୍ଟିସ୍ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ ବୁଦ୍ଧଦେବ କର୍ମାକର ବନାମ ପଶ୍ଚିମବଙ୍ଗ ସରକାରଙ୍କ ମାମଲାରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ମାମଲା ଯୌନ କର୍ମୀଙ୍କ ପୁନର୍ବାସ ଓ ଅଧିକାର ନେଇ ଥିଲା ।
ଏଥିସହ ପଢ଼ନ୍ତୁ: ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ୩ମାସ ଭିତରେ ଶୁଣାଅ ସଂରକ୍ଷିତ ରାୟ

କୋର୍ଟ କହିଥିଲେ, ସମ୍ବିଧାନର ଅନୁଚ୍ଛେଦ ୨୧ରେ ପ୍ରତିଟି ବ୍ୟକ୍ତିଙ୍କ ଜୀବନ ଜିଇଁବା ଅଧିକାର ଅଛି । ସେହିଭଳି ଯୌନ କର୍ମୀ ମଧ୍ୟ ଭାରତର ନାଗରିକ ଅଟନ୍ତି ଓ ତାଙ୍କୁ ଆଇନ୍ଗତ ସୁରକ୍ଷା ମିଳିବା ଦରକାର ।
ଲ କମିଶନ ଅଫ୍ ଇଣ୍ଡିଆର ଯାଞ୍ଚ ବେଳେ ଅନେକଥର ଜଣାପଡ଼ିଥିଲା ଯେ, ଯୌନ କର୍ମୀଙ୍କ ସହ ପୋଲିସର ବ୍ୟବହାର ଠିକ୍ ରହୁ ନଥିଲା । ଯାହା ସେମାନଙ୍କ ଭାବନାକୁ ଆଘାତ ପହଞ୍ଚାଇ ଥାଏ ।
ପୂର୍ବରୁ ମଧ୍ୟ କୋର୍ଟ ସହମତିରେ ସମ୍ପର୍କ ରଖିବା ଅପରାଧ ନୁହେଁ ବୋଲି କହି ସାରିଛନ୍ତି । ଯଦି ଏଭଳି ଭାବେ ITPAର ଅନ୍ୟ ଧାରାର ଉଲ୍ଲଂଘନ ହେଉ ନଥିଲେ ତାଙ୍କୁ ହଇରାଣ କରିବା ଅନୁଚିତ୍ । ଇଚ୍ଛାରେ ଦେହ ବ୍ୟବସାୟ କରୁଥିଲେ ତାଙ୍କୁ ଅଟକ ରଖିବା, ସୁଧାର ଗୃହକୁ ପଠାଇବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Related Topics
Explore more stories