Videos
|
National

Indian Railways / ରେଲୱେର ସିଟ୍ ଆଲଟମେଣ୍ଟରେ ବଡ଼ ଧରଣର ତ୍ରୁଟି; ବଗିରେ ସିଟ୍ ନଥାଇ ବୁକ୍ ହୋଇଛି ଯାତ୍ରୀଙ୍କ ନିଶ୍ଚିତ ଟିକେଟ୍

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ରେଲୱେର ସିଟ୍ ଆଲଟମେଣ୍ଟରେ ବଡ଼ ଧରଣର ତ୍ରୁଟି; ବଗିରେ ସିଟ୍ ନଥାଇ ବୁକ୍ ହୋଇଛି ଯାତ୍ରୀଙ୍କ ନିଶ୍ଚିତ ଟିକେଟ୍
Confirmed ticket without seat

Key Points

RailOne Appରେ କରିଥିବା ବୁକିଂ ଅନୁସାରେ ଟ୍ରେନ୍‌ର ଉକ୍ତ କୋଚ୍‌ରେ ସିଟ୍ ନଥିବାରୁ ରାତି ଅଧରେ ହଟହଟା ହୋଇଛନ୍ତି ଯାତ୍ରୀ । କୋଚ୍‌ରେ ୫୨ଟି ସିଟ୍ ରହିଥିବା ବେଳେ ଯାତ୍ରୀଙ୍କୁ ୫୪ ନମ୍ବର ସିଟ୍ ଦିଆ ଯାଇଥିଲା ।
ନୂଆଦିଲ୍ଲୀ: ଦୈନିକ ଲକ୍ଷ ଲକ୍ଷ ଲୋକ ଭାରତୀୟ ରେଲୱେର ଯାତ୍ରା କରିଥାନ୍ତି । ଆଉ ଅନେକ ସମୟରେ ଲୋକେ ଅସୁବିଧାର ସାମ୍ନା ମଧ୍ୟ କରନ୍ତି । ଆଉ ଏବେ ସେମିତି ଏକ ଅଜବ ମାମଲା ଆସିଛି, ତାହା ପୁଣି ରାତି ଅଧରେ । RailOne Appରେ କରିଥିବା ବୁକିଂ ଅନୁସାରେ ଟ୍ରେନ୍‌ର ଉକ୍ତ କୋଚ୍‌ରେ ସିଟ୍ ନଥିବାରୁ ଯାତ୍ରୀ ରାତି ଅଧରେ ହଟହଟା ହୋଇଛନ୍ତି ।

ବାରଣାସୀରୁ ଗୋରଖପୁର ଯିବା ଲାଗି ଜଣେ ଯାତ୍ରୀ ନିଶ୍ଚିତ ଟିକେଟ୍ ପାଇଥିଲେ । କିନ୍ତୁ ଟିକେଟ୍‌ରେ ଲେଖା ଯାଇଥିବା କୋଚ୍‌ରେ ସେହି ନମ୍ବରର ସିଟ୍ ନଥିଲା । ଉକ୍ତ କୋଚ୍‌ରେ ୫୨ଟି ସିଟ୍ ରହିଥିବା ବେଳେ ଯାତ୍ରୀଙ୍କୁ ୫୪ ନମ୍ବର ସିଟ୍ ଦିଆ ଯାଇଥିଲା ।

ନଭେମ୍ବର ୨୨ ବିଳମ୍ବିତ ରାତିର ଏହି ଘଟଣା ରେଲୱର ସଂରକ୍ଷିତ ଟିକେଟ୍ ବ୍ୟବସ୍ଥା ଓ ସିଟ୍ ଆବଣ୍ଟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି । ଈଶାନ ବାଜପେୟୀ ନାମକ ଯାତ୍ରା ଟ୍ରେନ୍ ନମ୍ବର ୧୫୧୩୨ ବାରଣାସୀ ସିଟି-ନେପାଳଗଞ୍ଜ ରୋଡ୍ ଏକ୍ସପ୍ରେସ୍‌ରେ ଟିକେଟ୍ କାଟିଥିଲେ ।


ପ୍ରଥମେ ତାଙ୍କ ଟିକେଟ୍ ୩ ନମ୍ବର ୱେଟିଂ ଲିଷ୍ଟରେ ଥିବାବେଳେ ଚାର୍ଟ ପ୍ରସ୍ତୁତ ବେଳେ ତାଙ୍କୁ A1/54 ନିଶ୍ଚିତ ଟିକେଟ୍ ମିଳିଥିଲା । କିନ୍ତୁ ଇଶାନ ଷ୍ଟେସନରେ ପହଞ୍ଚି ଦ୍ଵିତୀୟ ଶ୍ରେଣୀ AC ବଗିରେ ପହଞ୍ଚି ତାଙ୍କ ସିଟ୍ ଖୋଜିଥିଲେ । କିନ୍ତୁ, ଆଶ୍ଚର୍ଯ୍ୟର କଥା ଉକ୍ତ କୋଚ୍‌ରେ ମାତ୍ର ୫୨ଟି ସିଟ୍ ଥିବାବେଳେ ଯାତ୍ରୀଙ୍କୁ ୫୪ ନମ୍ବର ସିଟ୍ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଟ୍ରେନ୍ ଖାଦ୍ୟରେ ଏ କ'ଣ ? ବନ୍ଦେ ଭାରତରେ ନଟ୍‌ବୋଲ୍ଟ ଦେଖି ହଙ୍ଗାମା 

ଯାହାପରେ ଯାତ୍ରୀ ଜଣଙ୍କ ସୋସିଆଲ୍ ମିଡିଆରେ ଏହି ଘଟଣାକୁ ନେଇ ତାଙ୍କ ଟିକେଟ୍ ଓ ଟ୍ରେନ୍‌ର ଭିଡିଓ ସେୟାର୍ କରିଥିଲେ । ତାଙ୍କ ଟ୍ରେନ୍ ୨୨ ନଭେମ୍ବର ରାତି ୧୦ଟା ୩୫ରେ ଛାଡ଼ିବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଯାହାକୁ ନେଇ ଈଶାନ ରେଲୱେର ହେଲ୍ପଲାଇନ୍ ୧୩୯ରେ ଅଭିଯୋଗ କରିଥିଲେ । ସୋସିଆଲ୍ ମିଡିଆରେ ରେଲୱେ ସେବା ଓ ରେଳ ମନ୍ତ୍ରଣାଳୟକୁ ଜବାବ ମାଗିଥିଲେ । ଯାହାପରେ ନିଶ୍ଚିତ ସଂରକ୍ଷିତ ଟିକେଟ୍‌ ଜାରି ପ୍ରକ୍ରିୟାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ତୀବ୍ର ହୋଇଥିଲା ।

ସଫ୍ଟୱେରରେ ତୁଟି

ଅଭିଯୋଗ ପରେ ରେଲୱେ ସେବା ପକ୍ଷରୁ କୁହାଯାଇଥିଲା- ମାମଲାରେ ନିଶ୍ଚିତ ପଦକ୍ଷେପ ନେବା ପାଇଁ ସମ୍ବନ୍ଧିତ ଅଧିକାରୀଙ୍କୁ ପଠାଯାଇଛି । ଏଥିସହ ରେଳମଦଦର ସହାୟତା ନେବାକୁ ପରାମର୍ଶ ଦିଆଯାଇଥିଲା । ଉତ୍ତର-ପୂର୍ବତଟ ରେଳବାଇ ଏହାକୁ ଟେକ୍ନିକାଲ୍ ତ୍ରୁଟି କହିଛି । ତେବେ ଈଶାନ ଏକା ନୁହେଁ ଟ୍ରେନ୍‌ର ଉକ୍ତ କୋଚ୍‌ରେ ଅନ୍ୟ ଜଣେ ଯାତ୍ରୀଙ୍କୁ ୫୩ ନମ୍ବର ସିଟ୍ ଆବଣ୍ଟନ କରାଯାଇଥିଲା । ସେ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: