Large Iron Bolt in Vada / ଟ୍ରେନ୍ ଖାଦ୍ୟରେ ଏ କ'ଣ ? ବନ୍ଦେ ଭାରତରେ ନଟ୍ବୋଲ୍ଟ ଦେଖି ହଙ୍ଗାମା
·43 mins ago·2 min read

Key Points
ଯାତ୍ରୀଙ୍କ ଖାଦ୍ୟରୁ ବାହାରିଲା ଲୁହା ନଟବୋଲ୍ଟ
ବନ୍ଦେ ଭାରତ ଟ୍ରେନରେ ଏପରି ଅବ୍ୟବସ୍ଥା
IRCTC ନିକଟରେ ଅଭିଯୋଗ କଲେ ଯାତ୍ରୀ
ବନ୍ଦେ ଭାରତ ଟ୍ରେନରେ ଏପରି ଅବ୍ୟବସ୍ଥା
IRCTC ନିକଟରେ ଅଭିଯୋଗ କଲେ ଯାତ୍ରୀ
ନୂଆଦିଲ୍ଲୀ: ହାଇକ୍ଲାସ୍ ବନ୍ଦେ ଭାରତ ଟ୍ରେନରେ ଖାଦ୍ୟକୁ ନେଇ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି । ଯାତ୍ରୀଙ୍କୁ ପରଷାଯାଇଥିବା ଖାଦ୍ୟରୁ ବାହାରିଲା ଲୁହା ନଟବୋଲ୍ଟ । ସୌଭାଗ୍ୟବଶତଃ ଯାତ୍ରୀଙ୍କ ପେଟକୁ ଯିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ନଚେତ୍ ଯାତ୍ରୀଙ୍କୁ ଅଯଥାରେ ମେଡିକାଲ ଖର୍ଚ୍ଚ ବହନ କରିବାକୁ ପଡ଼ିଥାନ୍ତା । ଏପରି ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିବା ପରେ ଯାତ୍ରୀ ଜଣକ ଏହାର ଭିଡିଓ କରି ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ନିକଟରେ ଅଭିଯୋଗ କରିଛନ୍ତି।
ଯାତ୍ରୀ ଜଣକ ସୋସିଆଲ ମିଡିଆରେ ଲୁହାର ବଡ଼ ବୋଲ୍ଟ ବାହାରିଥିବା ଖାଦ୍ୟର ଭିଡିଓ ସେୟାର କରି ସମସ୍ତ ଯାତ୍ରୀଙ୍କୁ ସତର୍କ କରାଇଛନ୍ତି । ଯେଉଁ ଖାଦ୍ୟକୁ ଯାତ୍ରୀମାନେ ଆଖି ବୁଜି ଖାଉଛନ୍ତି, ତେବେ ଖାଇବା ସମୟରେ ସାମାନ୍ୟ ସତର୍କ ଅବଲମ୍ବନ କରିବାକୁ ଭିଡିଓରେ କୁହାଯାଇଛି । ସମର୍ଥ କୋଡିୟାଲ ନାମକ ଏହି ଯାତ୍ରୀ ଜଣକ ବନ୍ଦେ ଭାରତ ଟ୍ରେନରେ ବେଙ୍ଗାଲୁରୁରୁ ବେଲଗାଭିକୁ ଯାଉଥିଲେ । ଏହି ସମୟରେ ତାଙ୍କୁ ଖାଦ୍ୟ ପରଷାଯାଇଥିଲା । ଗୋଟିଏ ବରା ଖାଉଥିବା ସମୟରେ ହଠାତ୍ ତାଙ୍କ ଦାନ୍ତରେ ଲୁହା ଭଳି ଜିନିଷ ବାଜିଥିଲା । ଏହାପରେ ସୌଭାଗ୍ୟବଶତଃ ଢୋକିବା ପୂର୍ବରୁ ଯାତ୍ରୀ ଜଣକ ଲୁହାକୁ ପାଟିରୁ କାଢି ଦେଇଥିଲେ । ଖାଦ୍ୟରୁ ଲୁହାର ଏପରି ଜିନିଷ ବାହାରିବା ଦେଖି ଯୁବକ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ବନ୍ଦେ ଭାରତ ଖାଦ୍ୟ ନିୟମିତ ଟ୍ରେନ୍ ଖାଦ୍ୟଠାରୁ ଉଚ୍ଚମାନର ହୋଇଥାଏ ।
ପଢନ୍ତୁ ଏହି ଖବର: ଶୀତଦିନେ ବୁଲିବାକୁ ବାହାରିଛନ୍ତି କି ? ଟିକେଟ୍ କନଫର୍ମ ନଥିଲେ ଟ୍ରେନ୍ରେ ଚଢ଼ିବା ମନା
ସୂଚନା ଥାଉକି, ଟ୍ରେନ୍ ଖାଦ୍ୟକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି । ବାସି ଡାଲିଠୁ ଆରମ୍ଭ କରି ଖାଦ୍ୟରେ ମାଛି, ପୋକ ବାହାରିବା ମଧ୍ୟ ନଜିର ରହିଛି । ମାତ୍ର ବନ୍ଦେ ଭାରତ ପରି ବିଳାସପୂର୍ଣ୍ଣ ଟ୍ରେନରେ ଏପରି ତ୍ରୁଟିକୁ ଯାତ୍ରୀମାନେ ସହଜରେ ଗ୍ରହଣ କରିପାରିନାହାନ୍ତି । ଏହି ଘଟଣା ଲଗଜୁରୀ ଟ୍ରେନରେ ମଧ୍ୟ ହେଉଥିବା ଅବ୍ୟବସ୍ଥାକୁ ଲୋକଲୋଚନକୁ ଆଣିଛି ।

A large bolt found in Vada in the Vande Bharath meal while travelling from Bengaluru to Belagavi today. This is a huge lapse in food quality. Please look into this matter @RailMinIndia @RailwaySeva @RailMadad @IRCTCofficial @railcomplaint #IndianRailways #VandeBharat https://t.co/VQxoUhtXIv
— samarth kodial (@SamKodial) November 27, 2026
- ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍
- ଦୁଃଖ ପ୍ରକାଶ କଲା IRCTC
ପଢନ୍ତୁ ଏହି ଖବର: ଶୀତଦିନେ ବୁଲିବାକୁ ବାହାରିଛନ୍ତି କି ? ଟିକେଟ୍ କନଫର୍ମ ନଥିଲେ ଟ୍ରେନ୍ରେ ଚଢ଼ିବା ମନା
ସୂଚନା ଥାଉକି, ଟ୍ରେନ୍ ଖାଦ୍ୟକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି । ବାସି ଡାଲିଠୁ ଆରମ୍ଭ କରି ଖାଦ୍ୟରେ ମାଛି, ପୋକ ବାହାରିବା ମଧ୍ୟ ନଜିର ରହିଛି । ମାତ୍ର ବନ୍ଦେ ଭାରତ ପରି ବିଳାସପୂର୍ଣ୍ଣ ଟ୍ରେନରେ ଏପରି ତ୍ରୁଟିକୁ ଯାତ୍ରୀମାନେ ସହଜରେ ଗ୍ରହଣ କରିପାରିନାହାନ୍ତି । ଏହି ଘଟଣା ଲଗଜୁରୀ ଟ୍ରେନରେ ମଧ୍ୟ ହେଉଥିବା ଅବ୍ୟବସ୍ଥାକୁ ଲୋକଲୋଚନକୁ ଆଣିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories