Videos
|
National

Festive Season Special Trains / ଦୀପାବଳି-ଛଟ୍ ବେଳେ ଅଚାନକ କିପରି ଚାଲେ ହଜାର ହଜାର ସ୍ୱତନ୍ତ୍ର ଟ୍ରେନ୍? ଏଥିପାଇଁ କିପରି ବ୍ୟବସ୍ଥା କରିଥାଏ ରେଳବାଇ?

Subhramjit Ray
Browse all articles by Subhramjit Ray
·43 mins ago·4 min read
ଦୀପାବଳି-ଛଟ୍ ବେଳେ ଅଚାନକ କିପରି ଚାଲେ ହଜାର ହଜାର ସ୍ୱତନ୍ତ୍ର ଟ୍ରେନ୍? ଏଥିପାଇଁ କିପରି ବ୍ୟବସ୍ଥା କରିଥାଏ ରେଳବାଇ?
Festive Season Special Trains

Key Points

ରେଳବାଇ କିପରି ହଜାର ହଜାର ସ୍ୱତନ୍ତ୍ର ଟ୍ରେନ୍ ଚଳାଇଥାଏଯ ପର୍ବପର୍ବାଣୀ ସମୟରେ ଚାଲୁଥିବା ଶହ ଶହ ସ୍ୱତନ୍ତ୍ର ଟ୍ରେନ୍ ପାଇଁ  ହଜାର ହଜାର କୋଚ୍ କେଉଁଠାରୁ ଆସିଥାଏ?
ଦୀପାବଳି ଏବଂ ଛଟ୍ ପୂଜା ପାଇଁ ବିଶେଷକରି ବିହାର ଏବଂ ପୂର୍ବାଞ୍ଚଳ (ପୂର୍ବ ଉତ୍ତର ପ୍ରଦେଶ) ପାଇଁ ନିୟମିତ ଟ୍ରେନ୍ କମ୍ ପଡ଼ିଯାଏ। କେତେକ ସମୟରେ ଟିକେଟ୍ ପାଇବା ମଧ୍ୟ ଅସମ୍ଭବ ହୋଇପଡ଼େ। ଏଭଳି ପରିସ୍ଥିତିରେ, ରେଳବାଇର ସ୍ୱତନ୍ତ୍ର ଟ୍ରେନ୍ କାମରେ ଆସିଥାଏ। କିଛି ଅସୁବିଧା, ବିଳମ୍ବ ଏବଂ ଅଧିକ ଭଡ଼ା ସତ୍ତ୍ୱେ, ଲୋକଙ୍କୁ କେବଳ ଘରକୁ ଫେରିବାକୁ ପଡ଼ିଥାଏ। ଏଥର, ରେଳବାଇ ଦୀପାବଳି-ଛଟ୍ ପୂଜା ଅବସରରେ ଶହ ଶହ ସ୍ୱତନ୍ତ୍ର ଟ୍ରେନ୍ ସେବାରେ ଲଗାଇଛି। ହେଲେ ନିୟମିତ ଟ୍ରେନ୍ ବ୍ୟତୀତ ଏହି ଶହ ଶହ ସ୍ୱତନ୍ତ୍ର ଟ୍ରେନ୍ ହଠାତ୍ କିପରି ସେବାରେ ଲଗାଯାଏ? ରେଳବାଇ କ’ଣ ଛୁଟିଦିନ କିମ୍ବା ପର୍ବପର୍ବାଣୀ ପାଇଁ ଏତେ ଶୀଘ୍ର ଟ୍ରେନ ସେଟ୍ ଯଥା ଇଞ୍ଜିନ୍, କୋଚ୍, ବଗି ଇତ୍ୟାଦି ପ୍ରସ୍ତୁତ କରିବାରେ ସଫଳ ହୁଏ?

ପ୍ରତିବର୍ଷ ପର୍ବପର୍ବାଣୀ ସମୟରେ, ଯେତେବେଳେ ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ଅନ୍ୟାନ୍ୟ ପ୍ରମୁଖ ସହରରୁ ଲକ୍ଷ ଲକ୍ଷ ଲୋକ ଘରକୁ ଫେରନ୍ତି, ସେତେବେଳେ ରେଳବାଇ ଶହ ଶହ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ନେଇ ଘୋଷଣା କରିଥାଏ। ସରକାରୀ ସୂଚନା ସଂସ୍ଥା ପିଆଇବି (PIB) ଅନୁଯାୟୀ, ରେଳବାଇ ୨୦୨୩-୨୪ ବର୍ଷରେ ୪୦,୫୦୦ ଏବଂ ୨୦୨୪-୨୫ ବର୍ଷରେ ୮୫,୪୦୦ ସ୍ୱତନ୍ତ୍ର ଟ୍ରେନ ଚଳାଇଥିଲା। ଏଥିରେ ଦୀପାବଳି-ଛଟ୍ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ଅନ୍ତର୍ଭୂକ୍ତ ରହିଥିଲା। ଚଳିତ ବର୍ଷ ରେଳବାଇ ଦୀପାବଳି-ଛଟ୍ ପୂଜା ପାଇଁ ୧୫୦୩ ଯୋଡାାରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇଥିଲା। ଏବେ ପ୍ରଶ୍ନ ହେଉଛି ହଠାତ୍ ଏତେ ସଂଖ୍ୟକ ଟ୍ରେନ କେଉଁଠାରୁ ଆସେ? ପ୍ରତିବର୍ଷ ପ୍ରବଳ ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ରେଳବାଇ ଦ୍ୱାରା କେଉଁ ମାଷ୍ଟର ପ୍ଲାନ ଗ୍ରହଣ କରାଯାଏ?

ସ୍ପେୟାର ରାକ୍ ଏବଂ ଷ୍ଟାଣ୍ଡବାଏ କୋଚ୍ (Spare Racks and Standby Coaches)
ଭାରତୀୟ ରେଳବାଇ ପ୍ରତ୍ୟେକ ଜୋନ୍ ଏବଂ ଡିଭିଜନ ଠାରେ କିଛି "ସ୍ପେୟାର କୋଚ୍" ଏବଂ ସମ୍ପୂର୍ଣ୍ଣ ଟ୍ରେନ ସେଟ୍ "ସ୍କ୍ରାଚ୍ ରାକ୍" ସଂରକ୍ଷିତ କରି ରଖିଥାଏ। ଯାହା ସାଧାରଣତଃ ଜରୁରୀକାଳୀନ ପରିସ୍ଥିତି ପାଇଁ ଯେପରିକି ଟ୍ରେନ ଦୁର୍ଘଟଣା କିମ୍ବା ଯାନ୍ତ୍ରିକ ସମସ୍ୟା ପାଇଁ ବ୍ୟବହୃତ ହୁଏ। ପର୍ବପର୍ବାଣୀ ସମୟରେ, ରେଳବାଇ ଏହି ଷ୍ଟାଣ୍ଡବାଏ କୋଚ୍ ବାହାର କରିଥାଏ ଏବଂ ଏହାକୁ ସ୍ୱତନ୍ତ୍ର ଟ୍ରେନ ଭାବରେ କିମ୍ବା ନିୟମିତ ଟ୍ରେନ୍ ସଂଖ୍ୟା ବୃଦ୍ଧି କରିବା ଭାବରେ ଚଳାଇଥାଏ। ପୂର୍ବ ରେଳବାଇର ଜଣେ ଅଧିକାରୀ କହିଛନ୍ତି ଯେ ଆସାନସୋଲ ଡିଭିଜନ ଗତ ବର୍ଷ ଛଟ୍ ପୂଜା ସମୟରେ ଅତିରିକ୍ତ କୋଚ୍ ରୁ ସମାନ ସ୍କ୍ରାଚ ରାକ ପ୍ରସ୍ତୁତ କରିଥିଲା।

"ସ୍କ୍ରାଚ ରାକ" (Scratch Rack) ହେଉଛି ଏକ ବ୍ୟାକଅପ୍ ରାକ (Backup Rack), ଯାହା ଏକ ସମ୍ପୂର୍ଣ୍ଣ ଟ୍ରେନ ସେଟ୍ (Complete Train Set)। ଯାହା ଅତିରିକ୍ତ କୋଚ୍ (Spare Racks) ସହାୟତାରେ ତିଆରି ହୋଇଥାଏ ଅର୍ଥାତ୍ ଟ୍ରେନ୍ ର ଏକ ସମ୍ପୂର୍ଣ୍ଣ ସେଟ୍। ସରଳ ଭାଷାରେ କହିବାକୁ ଗଲେ, ଏକ "ସ୍କ୍ରାଚ ରାକ" ହେଉଛି ମୂଳତଃ ଏକ ଜରୁରୀକାଳୀନ ବ୍ୟାକଅପ୍ ଟ୍ରେନ୍ (Emergency Backup Train)। ଯାହା ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ତୁରନ୍ତ ପ୍ରସ୍ତୁତ ହୋଇଥାଏ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କମ୍ ଭିଡ଼ ଥିବା ମାର୍ଗରେ ହୋଇଥାଏ ବ୍ୟବହାର
ପର୍ବ ପର୍ବାଣୀ ସମୟରେ, ଦିଲ୍ଲୀ-ବିହାର, ମୁମ୍ବାଇ-ୟୁପି, ବେଙ୍ଗାଲୁରୁ-କୋଲକାତା ଇତ୍ୟାଦି କିଛି ମାର୍ଗରେ ଅତ୍ୟଧିକ ଭିଡ଼ ହୋଇଥାଏ। ଯେତେବେଳେ ଅନ୍ୟ ମାର୍ଗରେ ଯାତ୍ରୀ ଯାତାୟାତରେ ଯଥେଷ୍ଟ ହ୍ରାସ ପାଇଥାଏ। ରେଳବାଇ ସେହି ମାର୍ଗକୁ ଚିହ୍ନଟ କରିଥାଏ ଯେଉଁଠାରେ ସିଟ୍ ଖାଲି ପଡୁଛି। ଏହି ମାର୍ଗରେ ଟ୍ରେନ୍ ଯାତ୍ରା ହ୍ରାସ କରାଯାଏ କିମ୍ବା ଟ୍ରେନ୍ କୋଚ୍‌ ହଟାଇ ଅଧିକ ଭିଡ଼ ଥିବା ମାର୍ଗରେ ଯାତ୍ରା କରିବାକୁ ରହିଥିବା ସ୍ୱତନ୍ତ୍ର ଟ୍ରେନ୍ ସହ ଯୋଡାଯାଏ।

ପିଆଇବି ଅନୁଯାୟୀ, ଉତ୍ତର କେନ୍ଦ୍ରୀୟ ରେଳବାଇ 2026 ରେ "ଟ୍ରେନ୍ ଅନ୍ ଡିମାଣ୍ଡ" (TODs) ଅଧିନରେ ୧ ହଜାରରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଯାତ୍ରା ପରିଚାଳନା କରିଥିଲା। ଯାହା ଅପେକ୍ଷା ତାଲିକା ଏବଂ ବୁକିଂ (Waiting List and Booking Data) ତଥ୍ୟ ଆଧାରରେ ଚଲାଇବାକୁ ଯୋଜନା କରାଯାଇଥିଲା।

ଅଧିକ ଟ୍ରେନ୍ କୁ ଟ୍ରାକ୍ ରେ ରଖିବା ପାଇଁ ରେଳବାଇ ସମୟ ସମୟରେ ଟ୍ରେନ୍ ସଫା ଏବଂ ମରାମତି କରିଥାଏ। ଯାହାକୁ 'ପିରିଓଡିକ୍ ଓଭରହଲିଂ' (POH) କୁହାଯାଏ। ICF (Integral Coach Factory) ଦ୍ୱାରା ନିର୍ମିତ କୋଚ୍ ପାଇଁ ପ୍ରତି ୧୮ ମାସରେ ଏବଂ LHB (Linke-Hofmann-Busch) କୋଚ୍ ପାଇଁ ପ୍ରତି ୩୬ ମାସରେ POH କରାଯାଏ। ପାର୍ବଣ ଋତୁରେ, ରେଳବାଇ ଯଥାସମ୍ଭବ ଅଧିକ ଟ୍ରେନ୍ କ ଟ୍ରାକ୍ ରେ ରଖିବା ପାଇଁ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟସୂଚୀ ଯୋଜନା କରିଥାଏ। ହେଲେ ତଥାପି ସୁରକ୍ଷା ଚିନ୍ତା ଯୋଗୁଁ POH ବାତିଲ୍ କରାଯାଏ ନାହିଁ।

କୋଚ୍ ସେବାରେ ଲାଗିବାର ଅବଧି (Coach Service Life) ଯାହା ପ୍ରାୟ ୨୫ ବର୍ଷ ହୋଇଥାଏ, ଏହା ଶେଷ ହେବାକୁ ଥିବା କୋଚ୍‌କୁ ଅତିରିକ୍ତ ଚାହିଦା ପୂରଣ କରିବା ପାଇଁ ସୁରକ୍ଷା ମାନଦଣ୍ଡ ଅନୁଯାୟୀ, କେତେକ ଅତିରିକ୍ତ ଯାତ୍ରା ପାଇଁ ବ୍ୟବହୃତ ହୋଇପାରେ। ହେଲେ ତଥାପି, ରେଳବାଇ ଏହାକୁ ଏକ ବ୍ୟବହୃତ ଶେଷ କର୍ତ୍ତବ୍ୟ ନୀତି (Systematic Final Duty' Policy) ବୋଲି ବିବେଚନା କରେ ନାହିଁ।

ନୂତନ କୋଚ୍‌ ର ଦ୍ରୁତ ବିତରଣ
ଦେଶରେ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ICF), ମଡର୍ଣ୍ଣ କୋଚ୍ ଫ୍ୟାକ୍ଟ୍ରି (MCF), ରେଳ କୋଚ୍ ଫ୍ୟାକ୍ଟ୍ରି (RCF) ଠାରେ ନୂତନ କୋଚ୍ ନିରନ୍ତର ଭାବରେ ନିର୍ମିତ ହୁଏ। ରେଳବାଇ ପାର୍ବଣ ଋତୁ ପୂର୍ବରୁ ସମ୍ପୂର୍ଣ୍ଣ କୋଚ୍‌କୁ ଏହାର ଫ୍ଲିଟ (Indian Railway Fleets) ରେ ସାମିଲ କରିବାକୁ ଚେଷ୍ଟା କରେ। PIB ତଥ୍ୟ ଅନୁଯାୟୀ ୨୦୨୧-୨୨ ବର୍ଷରୁ ୨୦୨୫-୨୬ (ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ), ୧୦୨୪ ନୂତନ ଟ୍ରେନ ପ୍ରଚଳନ ଆରମ୍ଭ କରାଯାଇଥିଲା, ୯୦୭ ଟ୍ରେନ୍ ସେବା ସମ୍ରାସରିତ କରାଯାଇଥିଲା ଏବଂ ଟ୍ରେନ୍ ରେ ଅତିରିକ୍ତ ୪୬୫୧ କୋଚ୍ ଯୋଡ଼ା ଯାଇଥିଲା। ନିୟମିତ ସେବା ପୁନର୍ବାର ଆରମ୍ଭ କରିବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା କୋଚ୍ ସ୍ୱତନ୍ତ୍ର ଟ୍ରେନ ପାଇଁ ବ୍ୟବହାର କରାଯାଇଥିଲା।

ଗତ ବର୍ଷ ଉତ୍ତର ରେଳବାଇ ପାର୍ବଣ ଋତୁରେ ୫୨ ଅତିରିକ୍ତ କୋଚ୍ ଯୋଡିଥିଲା, ୨୭୪୦ ଟ୍ରିପ୍ ଟ୍ରେନ୍ ଚଳାଇଥିଲା। ଯାହା ୨.୦୬ ଲକ୍ଷ ଯାତ୍ରୀଙ୍କୁ ଆଶ୍ୱସ୍ତି ଦେଇଥିଲା। ଚଳିତ ବର୍ଷ ଦୀପାବଳି ଏବଂ ଛଟ୍ ପୂଜା ସମୟରେ ୧୦୫୩ ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଯାତ୍ରା ଘୋଷଣା କରାଯାଇଥିଲା। ପ୍ରତିବର୍ଷ ହଜାର ହଜାର ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନା ଆଶ୍ଚର୍ଯ୍ୟଜନକ ମନେହୁଏ। ହେଲେ ଏହା ରେଳବାଇର ଉତ୍କୃଷ୍ଟ ଆନୁଷଙ୍ଗୀକ ଏବଂ ପରିଚାଳନା ନେଟୱାର୍କ (Better Logistics and Management Network) ର ପ୍ରମାଣ। ବିଭିନ୍ନ ରେଳ ଜୋନ୍ ମଧ୍ୟରେ ସମନ୍ୱୟ ଦ୍ୱାରା ହିଁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ପର୍ବପର୍ବାଣୀ ସମୟରେ ସେମାନଙ୍କ ଗାଁ, ଘର ଏବଂ ପରିବାର ସହିତ ପୁନଃମିଳନ କରିହୁଏ।