Videos
|
National

Railway New Rule / ରେଳଯାତ୍ରୀଙ୍କୁ ବଡ଼ ଝଟକା, ବିନା ଟିକେଟ୍‌ରେ ଧରାପଡ଼ିଲେ ଦେବାକୁ ପଡ଼ିବ ଦୁଇଗୁଣା ଜରିମାନା

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ରେଳଯାତ୍ରୀଙ୍କୁ ବଡ଼ ଝଟକା, ବିନା ଟିକେଟ୍‌ରେ ଧରାପଡ଼ିଲେ ଦେବାକୁ ପଡ଼ିବ ଦୁଇଗୁଣା ଜରିମାନା
Railway New Rule

Key Points

ରେଳବାଇର କଡ଼ା ନିୟମ
ବିନା ଟିକେଟ୍‌ରେ ଯାତ୍ରା କଲେ ଆଉ ନିସ୍ତାର ନାହିଁ
ବିନା ଟିକେଟ୍ ଯାତ୍ରା କଲେ ଗଣିବେ ୫୦୦ ଟଙ୍କା ଜରିମାନା
ଭାରତୀୟ ରେଳ ଲକ୍ଷାଧିକ ଲୋକଙ୍କ ପାଇଁ ପାଲଟିଛି ଜୀବନରେଖା । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହା ମାଧ୍ୟମରେ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିଥାନ୍ତି । କମ୍ ଭଡ଼ା ସତ୍ତ୍ୱେ ଏବେ ବି ଏମିତି କିଛି ଯାତ୍ରୀ ଅଛନ୍ତି, ଯେଉଁମାନେ ବିନା ଟିକେଟ୍‌ରେ ଯାତ୍ରା କରନ୍ତି । କିନ୍ତୁ ଏବେ ଏଭଳି ବିନା ଟିକେଟ୍‌ରେ ଯାଉଥିବା ଯାତ୍ରୀମାନେ ଅଡ଼ୁଆରେ ପଡ଼ିପାରନ୍ତି ।

ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ନିୟମକୁ ପୂର୍ବ ଅପେକ୍ଷା ଆହୁରି କଠୋର କରିଛି । ଏବେ ବିନା ବୈଧ ଟିକେଟ୍‌ରେ ଧରାପଡ଼ିଲେ ପୂର୍ବପେକ୍ଷା ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ । ଆଜିଠାରୁ ଲାଗୁ ହୋଇଥିବା ଏହି ନୂଆ ନିୟମ ଯାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା ବଜାୟ ରଖିବା ସହ ବିନା ଟିକେଟ୍ ଯାତ୍ରାକୁ ରୋକିବା ଲକ୍ଷ୍ୟ ନେଇ ଆସିଛି ।

ନୂତନ ରେଳ ନିୟମ ଅନୁଯାୟୀ, ପବ୍ଲିକ୍ ଟ୍ରଷ୍ଟ ଆଇନ ୨୦୨୬ ଅଧୀନରେ ରେଳବାଇ ଆଇନ ୧୯୮୯ର ଧାରା ୧୩୭ ଏବଂ ୧୩୮ ସଂଶୋଧନ କରାଯାଇଛି । ଏହା ଅନୁଯାୟୀ, ବିନା ଟିକେଟ୍ କିମ୍ବା ପୂର୍ବରୁ ବ୍ୟବହୃତ ଟିକେଟ୍ ସହିତ ଯାତ୍ରା କରିବା ଏବେ ଏକ ଅପରାଧ ଭାବରେ ବିବେଚନା କରାଯିବ । ଧରାପଡ଼ିଲେ ଯାତ୍ରୀମାନଙ୍କୁ କେବଳ ସମ୍ପୂର୍ଣ୍ଣ ଭଡ଼ା ନୁହେଁ ବରଂ ଏକ ପୃଥକ ଜରିମାନା ମଧ୍ୟ ଦେବାକୁ ପଡିବ । ପୂର୍ବରୁ ଜରିମାନା ୨୫୦ ଥିଲା । କିନ୍ତୁ ବର୍ତ୍ତମାନ ନୂଆ ସର୍ବନିମ୍ନ ଜରିମାନା ୫୦୦ କରାଯାଇଛି ।

କେଉଁ କ୍ଷେତ୍ରରେ ଜରିମାନା ଲାଗୁ ହେବ ?

  • ଯଦି ଜଣେ ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥିବା ଧରାପଡ଼େ

  • ଯଦି ଜଣେ ଯାତ୍ରୀ ପୁରୁଣା ଟିକେଟ୍ ସହିତ ଯାତ୍ରା କରନ୍ତି, ତେବେ ଜରିମାନା ଲାଗୁ ହେବ

  • କିମ୍ବା ଯଦି କେହି ଅବୈଧ ଟିକେଟ୍ ସହିତ ଯାତ୍ରା କରନ୍ତି

ରେଳବାଇ ସ୍ପଷ୍ଟ କରିଛି ଯେ ଜରିମାନା ନ ଦେଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । କେବଳ ଏତିକି ନୁହେଁ, ଉଲ୍ଲଂଘନକାରୀଙ୍କୁ ଛଅ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ମଧ୍ୟ ହୋଇପାରେ । ରେଳବାଇ ଯାତ୍ରୀମାନଙ୍କୁ ବିନା ଟିକେଟ୍‌ରେ ଯାତ୍ରା ନ କରିବାକୁ ଅପିଲ୍ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: