Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାଂଲାଦେଶକୁ ନେଇ ଭାରତର ବଡ ଯୋଜନା

National

ବାଂଲାଦେଶକୁ ନେଇ ଭାରତର ବଡ ଯୋଜନା

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବାଂଲାଦେଶକୁ ନେଇ ଭାରତର ବଡ ଯୋଜନା

Key Points

  • ବାଂଲାଦେଶକୁ ନେଇ କଣ ରହିଛି ଭାରତର ଯୋଜନା
  • କେମିତି ପରିସ୍ଥିତିର ମୁକାବିଲା କରିବ ଭାରତ
  • ରାହୁଲଙ୍କ ପ୍ରଶ୍ନର ଉତ୍ତର ରଖିଲେ ଏସ . ଜୟଶଙ୍କର

ଅର୍ଗସ ବ୍ୟୁରୋ : ବାଂଲାଦେଶର ହିଂସାତ୍ମକ ଆନ୍ଦୋଳନକୁ ନେଇ ବସିଥିବା ସର୍ବଦଳୀୟ ବୈଠକରେ ଆସିଛି ବଡ ନିଷ୍ପତ୍ତି । ଯେଉଁଥିରେ ଆଗାମୀ ପରିସ୍ଥିତରେ ଭାରତକୁ କଣ କରିବା ଦରକାର ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି । ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏସ ଜୟ ଶଙ୍କରଙ୍କୁ ଭାରତର ଆଗାମୀ ଯୋଜନା କଣ ବୋଲି ପ୍ରଶ୍ନ କରିଥିଲେ ।

ଯାହାକୁ ନେଇ ଏସ ଜୟ ଶଙ୍କର କହିଥିଲେ,   ବାଂଲାଦେଶ ଉଭୟ ଭାରତ ଏବଂ ଚୀନ ସହ ସୁସଂପର୍କ ରଖିଥିଲା । ସେଥିପାଇଁ ଭାରତକୁ ବିଶେଷ କିଛି ଅସୁବିଧା ହେବାର ସମ୍ଭାବନା ନାହିଁ ।  ପୂର୍ବରୁ ଆଫଗାନିସ୍ଥାନକୁ ତାଲିବାନ ମାନେ ନିଜ ଆୟତ୍ତକୁ ଆଣି ଶାସନ କରିବା ନେଇ ଭାରତର ମଧ୍ୟ ଚିନ୍ତା ବଢିଥିଲା । କିନ୍ତୁ ଧିରେ ଧିରେ ଆଲୋଚନା ପରେ ଏକ ଭଲ ସଂପର୍କ ତିଆରି ହୋଇଥିଲା । ଭାରତକୁ ଆଫଗାନିସ୍ଥାନର ତାଲିବାନ ଶାସନ ପସନ୍ଦ ନଥିଲେ ମଧ୍ୟ ଦେଶର ସଂପର୍କ ସ୍ଥାପନ କରିବା ପାଇଁ ଆଫଗାନିସ୍ତାନ ସହ ସଂପର୍କ ତିଆରି କରିବାକୁ ପଡିଥିଲା । 
ସେହପରି ଭାରତର ସଂପର୍କ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଭଲ ଥିଲେ ମଧ୍ୟ ବାଂଲାଦେଶରେ ଶାସନ କରୁଥିବା ସେନାଙ୍କ ସହ ଭଲ ସଂପର୍କ ରହିଛି । ତେଣୁ ପଡୋଶୀ ଦେଶରେ ଯିଏ ବି ଶାସନ ଭାର ଗ୍ରହଣ କରନ୍ତି, ତାହାକୁ ଆମକୁ ଗ୍ରହଣ କରି ଭଲ ସଂପର୍କ ରଖିବାକୁ ପଡିବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ।  କାରଣ ଏବେ ବାଂଲାଦେଶରେ ପାଖାପାଖି ୨୦ ହଜାର ଭାରତୀୟ ଅଛନ୍ତି । ଏବଂ ୮ ହଜାର ଭାରତୀୟ ଘରକୁ ଫେରିଛନ୍ତି । କିଛି ବି ପରିସ୍ଥିତିରେ ସରକାର ଉଚିତ ବ୍ୟବସ୍ଥା କରିପାରିବ ।
ସେହିପରି ଏହି ଆନ୍ଦୋଳନ ପଛରେ ପାକିସ୍ତାନର ହାତ ଅଛି ବୋଲି ମଧ୍ୟ କୁହାଯାଉଛି । କାରଣ ଶେଖ ହସିନାଙ୍କ ଶାସନ ପୂର୍ବରୁ ପାକିସ୍ତାନର ମନମୁଖୀ ଶାସନ ବାଂଲାଦେଶରେ ଚାଲୁଥିଲା । କିନ୍ତୁ ଶେଖ ହସିନା ସରକାର ଆସିବା ପରେ ଏହା ବନ୍ଦ ହୋଇ ଯାଇଥିଲା । ଏବଂ ବାଂଲାଦେଶରେ ଥିବା ଜମାତେ ଇସଲାମୀ ସଂଗଠନରେ ପାକିସ୍ଥାନର ହାତ ଥିଲା। ତେଣୁ ଏହି ଆନ୍ୋଳନରେ ପାକିସ୍ଥାନ ଭୂମିକା ଥିବା ମଧ୍ୟ ସୂଚନା ରହିଛି । 

ଅଧିକ ପଢନ୍ତୁ : ଶେଖ୍ ହସିନାଙ୍କ ପରେ କିଏ ହେବ ବାଂଲାଦେଶର ପ୍ରଧାନମନ୍ତ୍ରୀ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ଏହା ମଧ୍ୟ ଶୁଣିବାକୁ ମିଳିଛି ବାଂଲାଦେଶର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ମହମ୍ମଦ ୟୁନସ , ୨୦୦୮ ର ନୋବେଲ ପୁରସ୍କାର ବିଜେତାଙ୍କୁ ଦାୟିତ୍ବ ଦିଆଯିବ । କାରଣ ବାଂଲାଦେଶ ଲୋକଙ୍କର ତାଙ୍କ ପ୍ରତି ଅଧିକ ସମର୍ଥନ ରହିଛି । ତେବେ ଆଗାମୀ ଦିନରେ ପରିସ୍ଥିତିକୁ ଦେଖି ଭାରତ ସରକାର ସଠିକ ମୁକାବିଲା କରିବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

Sponsored
India's big plan for Bangladesh | Argus News