Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଜ୍ଞାନ ସ୍ଲିପିଂ ମୋଡରେ ଥିବା ବେଳେ ସାମ୍ନାକୁ ଆସିଛି ନୂଆ ତଥ୍ୟ

National

ପ୍ରଜ୍ଞାନ ସ୍ଲିପିଂ ମୋଡରେ ଥିବା ବେଳେ ସାମ୍ନାକୁ ଆସିଛି ନୂଆ ତଥ୍ୟ

Jitendra Dash
Browse all articles by Jitendra Dash
·2 years ago·1 min read
ପ୍ରଜ୍ଞାନ ସ୍ଲିପିଂ ମୋଡରେ ଥିବା ବେଳେ ସାମ୍ନାକୁ ଆସିଛି ନୂଆ ତଥ୍ୟ

ଅର୍ଗସ ବ୍ୟୁରୋ : ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ କରି ମହାକାଶ ବିଜ୍ଞାନରେ ନୂଆ ଇତିହାସ ରଚିଛି ଭରତ । ଏବେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସ୍ଲିପିଂ ମୋଡରେ ଥିବା ବେଳେ ସାମ୍ନାକୁ ଆସିଛି ନୂଆ ରୋଚକ ତଥ୍ୟ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଚନ୍ଦ୍ରୟାନ -3 ରେ ପରମାଣୁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ହୋଇଥିଲା । ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରକୁ ବହନ କରୁଥିବା ମଡ୍ୟୁଲ୍ ଆଣବିକ ପ୍ରଯୁକ୍ତିବିଦ୍ୟା ଦ୍ବାରା ଚାଳିତ । 

ଅଧିକ ପଢନ୍ତୁ ଭାରତ ଖବର

ଏହି ମଡ୍ୟୁଲରେ ଦୁଇଟି ରେଡିଓସୋଟୋପ୍ ହିଟିଂ ୟୁନିଟ୍ ରହିଛି ଯାହା ବର୍ତ୍ତମାନ ଚନ୍ଦ୍ର କକ୍ଷପଥରେ ରହିଛି । ଏହି ରେଡିଓସୋଟୋପ୍ ହିଟିଂ ୟୁନିଟ୍ ହେଉଛି ଏକ ଉପକରଣ ଯାହା ଏକ ନିର୍ଦ୍ଦିଷ୍ଟ ଆଇସୋଟୋପ୍ ର ରେଡିଓଆକ୍ଟିଭ୍ ଦ୍ବାରା ଉତ୍ପାଦିତ ଶକ୍ତି ବ୍ୟବହାର କରି ଉତ୍ତାପ ଉତ୍ପାଦନ କରେ ।  ତେବେ ଏହା ଏକ ୱାଟର ଶକ୍ତି ଉତ୍ପାଦନ କରେ । ଏହି ଉତ୍ତାପ ୟୁନିଟର କାର୍ଯ୍ୟ ଚନ୍ଦ୍ରକୁ ଭବିଷ୍ୟତର ଦୀର୍ଘକାଳୀନ ପରମାଣୁ ଆଧାରିତ ମିଶନ ପାଇଁ ପଥ ପରିଷ୍କାର କରିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାର ପ୍ରଥମ କାର୍ଯ୍ୟ ହେଉଛି ମହାକାଶଯାନରେ ଥିବା ବିଭିନ୍ନ ଯନ୍ତ୍ର ପାଇଁ ଏକ ନିର୍ଭରଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ ଉତ୍ତାପ ଉତ୍ସ ଯୋଗାଇବା । ଅତ୍ୟଧିକ ଥଣ୍ଡା ପରିବେଶରେ କାର୍ଯ୍ୟ କରୁଥିବା ମିଶନଗୁଡିକ ପାଇଁ ଏହା ବିଶେଷ ଗୁରୁତ୍ବପୂର୍ଣ୍ଣ । ଚନ୍ଦ୍ରକୁ ପରିକ୍ରମା କରୁଥିବା ମଡ୍ୟୁଲରେ ଥିବା ଏଭଳି ଦୁଇଟି ୟୁନିଟ୍ ପରୀକ୍ଷାମୂଳକ ଭାବେ ପ୍ରତିଷ୍ଠା କରାଯାଇଥିଲା  । ଇସ୍ରୋ ଏହାର ସଫଳତାକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଛି ।

Sponsored
India's Chandrayaan-3 moon lander kicked up a 'halo' of dust visible from space | Argus News