ବାଂଲା ଆତଙ୍କବାଦୀକୁ ନେଇ ଭାରତର ଡର , ଆଶଙ୍କାରେ ଭାରତ

Key Points
- ନୂଆ ସରକାରକୁ ନେଇ ଭାରତର ବଢୁଛି ଚିନ୍ତା
- ବାଂଲା ଆତଙ୍କବାଦୀକୁ ନେଇ ଭାରତର ଡର
- ପୁଣି ହେବକି ୨୦୦୬ ଭଳି ପରିସ୍ଥିତି
- ଚିନ୍ତା ଏବଂ ଆଶଙ୍କାରେ ଭାରତ
ଅର୍ଗସ ବ୍ୟୁରୋ : ବାଂଲାଦେଶରେ ଆରମ୍ଭ ହେଲା ୟୁନସ ସରକାର । ଗତକାଲି ଅନ୍ତରୀଣ ସରକାରର ମୁଖିଆ ଭାବେ ଶପଥ ନେଲେ ମହମ୍ମଦ ୟୁନସ । ତେବେ ବାଂଲାଦେଶର ନୂଆ ସରକାରକୁ ନେଇ ଭାରତ ଚିନ୍ତା ବଢିବାରେ ଲାଗିଛି । କାରଣ ପୂର୍ବରୁ ଶେଖ ହସିନାଙ୍କ ସରକାର ସମୟରେ ଭାରତକୁ କ୍ରସ ବର୍ଡର ଟେରୋରିଜିମ ବା ଆତଙ୍କବାଦୀର ଡର ନଥିଲା । କାରଣ ହସିନାଙ୍କ ସରକାରଙ୍କ ସମୟରେ ଆତଙ୍କବାଦୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା । କିନ୍ତୁ ତା ପୂର୍ବରୁ ୨୦୦୬ ରେ ପ୍ରଧାନମନ୍ତ୍ରୀ ଥିବା ଶେଖ୍ ଖଲିଦା ଜିୟାଙ୍କ ସମୟରେ ଭାରତକୁ ବାଂଲାଦେଶ ଆତଙ୍କବାଦୀର ଭୟ ସବୁବେଳେ ଲାଗି ରହୁଥିଲା । ସେ ଯେତେବେଳେ ବି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଭେଟୁଥିଲେ ସେତେବେଳେ ଆତଙ୍କବାଦୀ ସମସ୍ୟା ନେଇ ଆସୁଥିଲେ ।
କିନ୍ତୁ ଶେଖ୍ ହସିନାଙ୍କ ସରକାର ଆସିବା ପରେ ଆତଙ୍କବାଦୀର ସମସ୍ୟା କମିଯାଇଥିଲା । ହେଲେ ବର୍ତ୍ତମାନ ଶେଖ ହସିନାଙ୍କ ପାର୍ଟି ଆଉ ପାୱାରରେ ନଥିବା ବେଳେ ଏବେ ବାଂଲାଦେଶ ନିର୍ବାଚନ ପରେ ପୁନର୍ବାର ଶେଖ୍ ଖଲିଦା ଜିୟା ପ୍ରଧାନମନ୍ତ୍ରୀ ପଦରେ ବସିବା ନେଇ ଚର୍ଚ୍ଚା ଲାଗି ରହିଛି ।
- କାହିଁକି ସେତେବେଳେ ବାଂଲାଦେଶ ଛାଡିଥିଲେ ମହମ୍ମଦ
- କେଉଁ ଆରୋପ ଲାଗିଥିଲା ମହମ୍ମଦଙ୍କ ଉପରେ
ତେବେ ବର୍ତ୍ତମାନ ଅନ୍ତରୀଣ ସରକାରରେ ମୁଖିଆ ଭାବେ ଦାୟିତ୍ବ ନେଇଛନ୍ତି ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନସ । ସେ ୧୯୮୩ ରେ ଗରିବଙ୍କ ପାଇଁ ଖୋଲିଥିଲେ ଗ୍ରାମୀଣ ବ୍ୟାଙ୍କ । ଯାହା ଗରିବଙ୍କ ପାଇଁ ଖୁବ ସୁବିଧାଜନକ ଥିଲା । ଏଥିପାଇଁ ତାଙ୍କୁ ୨୦୦୬ରେ ନୋବେଲ ପ୍ରାଇଜ ମଧ୍ୟ ମିଳିଥିଲା । ଏହାପରେ ତାଙ୍କୁ ଆମେରିକା ପକ୍ଷରୁ ପ୍ରେସିଡେନସିଆଳ ମେଡାଲ ଅଫ ଫ୍ରିଡମର ଆୱାର୍ଡ ମିଳିଥିଲା ।
📱 Get Argus News App
✨କିନ୍ତୁ ପରେ ମହମ୍ମଦଙ୍କ ନାଁ ରେ ଗ୍ରାମୀଣ ବ୍ୟାଙ୍କକୁ ନେଇ ଅନେକ ଦୁର୍ନୀତିଗସ୍ତ ଅଭିଯୋଗ ଆସିଥିଲା । ସେ ଗରିବଙ୍କ ଠାରୁ ଟଙ୍କା ଲୁଟୁଥିବା ଆରୋପ ମଧ୍ୟ ତାଙ୍କ ଉପରେ ଲାଗିଥିଲା । ଯେଉଁଥିପାଇଁ ତାଙ୍କୁ ବାଂଲାଦେଶ ଛାଡିବାକୁ ପଡିଥିଲା । ଏବେ ଦୀର୍ଘଦିନ ପରେ ସେ ବାଂଲାଦେଶ ଫେରିଛନ୍ତି । ଏବଂ ଶେଖ ହସିନାଙ୍କ ସରକାରର ସେ ବିରୋଧୀ ଥିବାରୁ ବାଂଲାଦେଶରେ ପୁଣି ଖୁସି ଫେରିଆସିବା ନେଇ ସେ ବୟାନ ଦେଇଛନ୍ତି । ଗତକାଲି ସେ ଅନ୍ତରୀଣ ସରକାରର ମୁଖିଆ ଭାବେ ଶପଥ ନେଇଛନ୍ତି । ଏବଂ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ଭାରତ ସରକାରଙ୍କ ମୁଖ୍ୟ ଚିନ୍ତାର ବିଷୟ ରହିବ ନିର୍ବାଚନ ପରେ ଆସୁଥିବା ଶେଖ୍ ଖଲିଦା ଜିୟାଙ୍କ ସରକାର ଉପରେ । ପୁଣିଥରେ ସେହି ଆତଙ୍କବାଦୀର ପରିସ୍ଥିତିର ସାମ୍ନା କରିବାକୁ ନପଡୁ ବୋଲି ଭାରତରେ ଚର୍ଚ୍ଚା ଆରମ୍ଭ ବୋଇଛି ।
