Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଗାନ୍ଧିନଗରରେ ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ଉଦଘାଟନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜି ଗାନ୍ଧିନଗରରେ ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ଉଦଘାଟନ

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଗୁଜରାଟର ଅହମ୍ମଦାବାଦଠାରେ ୮ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ସମାଖିଆଲି - ଗାନ୍ଧୀଧାମ ଏବଂ ଗାନ୍ଧୀଧାମ - ଆଦିପୁର ରେଳ ଲାଇନର ଚାରି ଲାଇନ୍‍, ଅହମ୍ମଦାବାଦର ଏଏମସିରେ ଆଇକନିକ୍ ସଡ଼କର ବିକାଶ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏ ଅବସରରେ ସେ ୩୦ ମେଗାୱାଟର ସୌର ପ୍ରକଳ୍ପର ଉଦଘାଟନ କରିବେ। ସେ କଚ୍ଛ ଲିଗ୍ନାଇଟ୍ ଥର୍ମାଲ ପାୱାର ଷ୍ଟେସନ, କଚ୍ଛରେ ଏକ ୩୫ ମେଗାୱାଟ ବିଇଏସଏସ୍ ସୌର ପିଭି ପ୍ରକଳ୍ପ ଏବଂ ମୋର୍ବି ଏବଂ ରାଜକୋଟରେ ୨୨୦ କିଲୋଭୋଲ୍ଟ ସବଷ୍ଟେସନର ଉଦଘାଟନ କରିବେ ।

ଅଧିକ ପଢନ୍ତୁ : ସ୍ଥଗିତ ରହିଲା ମୋଦିଙ୍କ ରୋଡ ଶୋ' କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ୩୦,୦୦୦ରୁ ଅଧିକ ଘର ମଞ୍ଜୁର କରିବେ ଏବଂ ଏହି ଗୃହଗୁଡ଼ିକ ପାଇଁ ପ୍ରଥମ କିସ୍ତି ପ୍ରଦାନ କରିବା ସହିତ ପିଏମଏୱାଇ ଯୋଜନା ଅଧୀନରେ ଘର ନିର୍ମାଣର ଶୁଭାରମ୍ଭ କରିବେ । ଏହାବ୍ୟତୀତ ସେ ଭୁଜରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଭାରତର ପ୍ରଥମ ବନ୍ଦେ ମେଟ୍ରୋ ଏବଂ ନାଗପୁରରୁ ସିକନ୍ଦରାବାଦ, କୋହ୍ଲାପୁରରୁ ପୁଣେ, ଆଗ୍ରା କ୍ୟାଣ୍ଟରୁ ବନାରସ, ଦୁର୍ଗରୁ ବିଶାଖାପାଟଣା, ପୁଣେରୁ ହୁବଲି ଏବଂ ବାରାଣାସୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଥମ ୨୦ ବଗି ବିଶିଷ୍ଟ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India's first stop of metro train inaugurated in Gandhinagar today | Argus News