Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତର ମହଙ୍ଗା ବାହାଘର, ଜାଣନ୍ତୁ କାହାର କେତେ କୋଟି ଖର୍ଚ୍ଚ...

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଭାରତର ମହଙ୍ଗା ବାହାଘର, ଜାଣନ୍ତୁ କାହାର କେତେ କୋଟି ଖର୍ଚ୍ଚ...

ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଅନନ୍ତ ଏବଂ ରାଧିକାଙ୍କ ବାହାଘର । ଅନେକ ଦିନ ଧରି ଅମ୍ବାନୀ ଫ୍ୟାମିଲିର ଚାଲିଥିଲା ପ୍ରି ୱେଡିଂ ସେଲିବ୍ରେସନ । ଏବଂ ଗତକାଲି ବାହାଘର ଉପରେ ଥିଲା ସମସ୍ତଙ୍କ ନଜର । ଯେଉଁଥିରେ ଭାରତ ନୁହେଁ ବିଦେଶରୁ ମଧ୍ୟ ଅନେକ ନାମୀଦାମୀ ବ୍ୟକ୍ତିବିଶେଷ ମାନେ ଯୋଗ ଦେଇଥିଲେ । ଅମ୍ବାନୀ ପରିବାରର ଏହି ବାହାଘରରେ ପାଖାପାଖି ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହାକୁ  ସବୁଠୁ ଦାମୀ ବାହାଘର ବୋଲି କୁହାଯାଉଛି । ତେବେ ଭାରତରେ ଆଉ କିଛି ଦାମୀ ବାହାଘର ଉପରେ ଆସନ୍ତୁ ନଜର ପକାଇବା । 

୧-ଇଶା ଅମ୍ବାନୀ ଏବଂ ଆନନ୍ଦ ପିରାମିଲ

ଅନନ୍ତ ଅମ୍ବାନୀଙ୍କ ଭଳି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘର ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଇଥିଲା । ମୁକେଶ ଅମ୍ବାନୀ ଗୋଟେ ସପ୍ତାହ ଧରି ଇଶାଙ୍କ ବାହାଘର ପାଇଁ ବିଭିନ୍ନ ପ୍ରକାର ଆୟଜନ ଆରମ୍ଭ କରିଥିଲେ । ଇଶାଙ୍କ ବାହାଘରରେ ପ୍ରାୟତଃ ୭୦୦ କୋଟି  ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହି ବିଶିଷ୍ଟ ଆୟୋଜନ ଉଦୟପୁର, ଇଟାଲୀର କୋମୋ ହ୍ରଦ ଏବଂ ମୁମ୍ବାଇରେ  କରାଯାଇଥିଲା । ଏଥିରେ ଆମେରିକାର ସିଙ୍ଗର ବେୟୋନ୍ସ ଯୋଗ ଦେଇଥିଲେ । 

୨- ରଏ ବ୍ରଦର୍ସ ଡବଲ ୱେଡିଂ 

ବିଶିଷ୍ଟ ଶିଳ୍ପପତି ତଥା ସାହାର ଗ୍ରୁପର ଚେୟାରମ୍ୟାନ ସୁବ୍ରତ ରଏଙ୍କ ଦୁଇ ପୁଅ ସୁଶାନ୍ତୋ ରଏ ଏବଂ ସିମାନ୍ତୋ ରଏଙ୍କ ବାହାଘର ମଧ୍ୟ ଖୁବ ଧୁମଧାମରେ କରାଯାଇଥିଲା । ୨୦୦୪ରେ ଉଭୟଙ୍କର ବାହାଘର ହୋଇଥିଲା । ଯେଉଁଥିରେ ୫୫୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଲକ୍ଷ୍ନୌ ଷ୍ଟାଡିଅମରେ ଉଭୟଙ୍କର ବିବାହର କିଛି ସପ୍ତାହ ପୂର୍ବରୁ ଅନେକ ଆୟୋଜନ କରାଯାଇଥିଲା । ପ୍ରାଇଭେଟ ଜେଟ୍ ଦ୍ବାରା ପ୍ରାୟ ୧୧ ହଜାର ଅତିଥୀଙ୍କୁ ଅଣାଯାଇଥିଲା । ଏହି ବିହାରେ ଅନେତ ନାମୀଦାମୀ ସେଲିବ୍ରିଟିସ ଏବଂ ସ୍ପୋର୍ଟ୍ସ ଷ୍ଟାର ଯୋଗ ଦେଇଥିଲେ । ସୁଶାନ୍ତଙ୍କ ବିବାହ ଫେବୃଆରୀ ୧୦ରେ ହୋଇଥିବା ବେଳେ ସିମାନ୍ତୋଙ୍କର ଫେବୃଆରୀ ୧୪ରେ କରାଯାଇଥିଲା । 

୩-ବ୍ରହ୍ମାଣୀ ରେଡ୍ଡୀ ଏବଂ ରାଜୀବ ରେଡ୍ଡୀ

ପୂର୍ବତନ ନେତା ତଥା ଶିଳ୍ପପତି ଜନାର୍ଦନ ରେଡ୍ଡିଙ୍କ ଝିଅ ବ୍ରହ୍ମାଣୀ ରେଡ୍ଡୀଙ୍କ ବାହାଘରରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ବ୍ରହ୍ମାଣୀ ହାଇଦ୍ରାବାଦର ବିଶିଷ୍ଟ ଶିଳ୍ପପତି ବିକ୍ରମ ଦେବ ରେଡ୍ଡୀଙ୍କ ପୁଅ ରାଜୀବ ରେଡ୍ଡୀଙ୍କୁ ବିବାହ କରିଥିଲେ । ୨୦୧୬ରେ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା । ୫ ଦିନ ଧରି ବ୍ୟାଙ୍ଗଲୋର ପ୍ୟାଲେସରେ ବାହାଘରର ବିଶେଷ ଆୟଜନ କରାଯାଇଥିଲା । ଏହି ବାହାଘରରେ ୫୦ ହଜାର ସେଲିବ୍ରିଟିସ ଏବଂ ରାଜନେତାମାନେ ଯୋଗ ଦେଇଥିଲେ । ଏହି ବାହାଘରର ଡେକୋରେସନରେ ପ୍ରାଚୀନ ମନ୍ଦିରର ସଂସ୍କୃତି ଗୁଡିକ ଚିତ୍ରିତ ହୋଇଥିଲା । ଯାହା ଖୁବ ଆକର୍ଷଣୀୟ ଦେଖାଯାଉଥିଲା । ଏଥିରେ ବ୍ରହ୍ମାଣୀଙ୍କ ଲେହେଙ୍ଗାର ମୂଲ୍ୟ ଥିଲା ୧୭ କୋଟି । ବାହାଘର କାର୍ଡର ମୂଲ୍ୟ ଥିଲା ୫ କୋଟି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୪- ସୃଷ୍ଟି ମିତ୍ତଲ ଏବଂ ଗୁଲରାଜ ବେହଲ୍ 

ଇସ୍ପାତ ଇଣ୍ଡଷ୍ଟ୍ରୀର ଚେୟାରପର୍ସନ ପ୍ରମୋଦ ମିତ୍ତଲଙ୍କ ଝିଅ ସୃଷ୍ଟି ମିତ୍ତଲଙ୍କ ବିବାହ ଖୁବ ଧୁମଧାମରେ ଆୟୋଜନ କରାଯାଇଥିଲା । ସେ ବ୍ୟାଙ୍କର ଗୁଲରାଜ ବେହଲଙ୍କୁ ବିବାହ କରିଥିଲେ । ତାଙ୍କ ବିବାହରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ୨୦୧୩ରେ ସ୍ପେନ ବାରସେଲୋନା ମ୍ୟୁଜିୟମରେ ଏହି ବିବାହ କାର୍ଯ୍ୟକ୍ରମ ସ୍ମପର୍ଣ୍ଣ କରାଯାଇଥିଲା ।

୫- ଭାନିଶା ମିତ୍ତଲ ଏବଂ  ଅମିତ ଭାଟିଆ

ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ଏକମାତ୍ର ଝିଅ ଭାନିଶା ମିତ୍ତଲଙ୍କ ବିବାହ ଲଣ୍ଡନରେ ଆୟୋଜନ କରାଯାଇଥିଲା । ତାଙ୍କ ବିବାହ ବ୍ୟାଙ୍କର ଅମିତ ଭାଟିଆଙ୍କ ସହ ହୋଇଥିଲା ଏହି ବିବାହରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । 

 

Sponsored
India's most expensive marriages, know how many crores someone spends | Argus News